ବାରିପଦା(ନିରପେକ୍ଷ ଖବର)ତା-୩୧/୦୫-ଆଜି ମୟୁରଭଞ୍ଜରୁ ୬ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଚିନ୍ହଟ ହୋଇଥିବା ୬ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ଜଣ କର୍ଣ୍ଣାଟକ ଫେରନ୍ତା ଅଟନ୍ତି। ଚିନ୍ହଟ ହୋଇଥିବା ୪ଜଣ ପଜିଟିଭି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ଓ ଅନ୍ୟ ୨ଜଣ ବାରିପଦା ବ୍ଲକ ଅଞ୍ଚଳର ଅଟନ୍ତି। ଚିନ୍ହଟ ମାନେ ୨୨,୨୯,୩୫,୨୬ ଓ ୩୪ ବର୍ଷୀୟ ପୁରୁଷ ଓ ଜଣେ ୨୦ ବର୍ଷୀୟ ମହିଳା ଅଟନ୍ତି। ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବା ଦିନ ଠାରୁ ସମସ୍ତେ ବ୍ଲକର କ୍ୱରେଣ୍ଟାଇନ ସେଣ୍ଟରରେ ରହୁଥିଲେ। ଏହାକୁ ମିଶାଇ ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ଛୁଇଁଛି। ସେଥି ମଧ୍ୟରୁ ୧୧ଜଣ ସୁସ୍ଥ ହୋଇଥିବା ବେଳେ ୧୨ଟି କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଆଜି ଚିନ୍ହଟ ହୋଇଥିବା ପଜିଟିଭ ବ୍ୟକ୍ତି ମାନଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
