Blank space
Blank space
Breaking News/ମୁଖ୍ୟ ଖବର:
ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ଓ ଓଡ଼ିଶା ଜଳବିଦ୍ୟୁତ ନିଗମ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓକାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା
Blank space

କରୋନା ମୁକାବିଲା ନେଇ ସରକାର ହାତ ଟେକିଦେଲେ, ବର୍ତମାନ ଜଗନ୍ନାଥ ହିଁ ଭରସା

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୫.୫ – ବର୍ତମାନ ଓଡିଶାର ସ୍ଥିତିକୁ ଦେଖି ବହୁତ ବିଚଳିତ ଏବଂ ବ୍ୟସ୍ତ ଲାଗୁଛି । ସରକାର କିଭଳି ଭାବରେ କରୋନାକୁ ମୁକାବିଲା କରିବାକୁ ଚାହୁଁଛନ୍ତି, ମୁଁ କିଛି ବୁଝି ପାରୁନି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ପ୍ରେସ୍ ବାର୍ତା ମାଧ୍ୟମରେ କହିଛନ୍ତି । ବିଭିନ୍ନ କ୍ୱାରେନ୍‌ଟାଇନ୍ ସେଂଟର ବର୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ । ଯେଉଁମାନେ କ୍ୱାରେନ୍‌ଟାଇନ୍‌ରୁ ଡିସ୍‌ଚାର୍ଜ ହୋଇ ଯାଉଛନ୍ତି, ସେମାନଙ୍କୁ ଯେଉଁ ୨ ହଜାର ଟଙ୍କା ଲେଖାଏଁ ଦେବାକଥା ତାହା ଦିଆଯାଉନାହିଁ । କ୍ୱାରେନ୍‌ଟାଇନ୍ ସେଂଟରରେ ବଗିଚା କାମ ଓ ରଙ୍ଗ କାମ କେତେ ବାଟ ଗଲା ତାହା କେହି କିଛି
ଜାଣି ପାରୁନାହାନ୍ତି । ତେଣୁ କ୍ୱାରେନ୍‌ଟାଇନ୍ ସେଂଟର ଶୃଙ୍ଖଳିତ ଭାବେ ଚାଲୁନାହିଁ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଯେଉଁ ପ୍ରବାସୀମାନେ ଫେରୁଛନ୍ତି, ସେମାନଙ୍କୁ ସରକାର କହିଥିଲେ କି ଚାଉଳ, ଡାଲି ଦେବେ ତାହା ମଧ୍ୟ ଦେଉନାହାନ୍ତି । ଯେଉଁ ଏନ୍‌ଆରଜିଏସ୍ କାର୍ଯ୍ୟ ଆରମ୍ଭ ହେବା କଥା ତାହା ମଧ୍ୟ କରାଯାଉ ନାହିଁ । ଖୁବ୍ କମ୍ ଦିନ ମଧ୍ୟରେ ବର୍ଷା ଦିନ ଆରମ୍ଭ ହୋଇଯିବ । ଲୋକ କେବେ କାମ କରିବେ? ସବୁଠାରୁ ଚିନ୍ତାର ବିଷୟ ଯେ ପ୍ଲେନ୍ ଆସୁଛି, ଟ୍ରେନ୍ ଆସୁଛି କିନ୍ତୁ ଆମ ସରକାର ଜାଣି ପାରୁନାହାନ୍ତି କି ଆମ ସରକାରଙ୍କୁ ଖବର ଦିଆଯାଉନାହିଁ । ଗତକାଲି ହଜାର ହଜାର ଲୋକ ଆସି ପହଂଚିଛନ୍ତି । ସେମାନଙ୍କ ଅବସ୍ଥା କହିଲେ ନସରେ । କିନ୍ତୁ ଆମ
ସରକାର ତାହା ଜାଣି ପାରୁ ନାହାନ୍ତି । ଏବେ କ୍ୱାରେନ୍‌ଟାଇନ୍‌କୁ ୨୧ ଦିନ ପରିବର୍ତେ ୭ ଦିନ କରିଦିଆଯାଇଛି, ଏବେ ଅବସ୍ଥା କ’ଣ ହେବ? କେଉଁ ଅବସ୍ଥା ଆଡକୁ ବର୍ତମାନ ଆମ ରାଜ୍ୟ ଯାଉଛି? କରୋନା ମୁକାବିଲା ନେଇ ବର୍ତମାନ ସରକାର ଉପରକୁ ହାତ ଟେକି ଦେଇଛନ୍ତି । ପ୍ରଶାସନ କ’ଣ କରିବାକୁ ଚାହୁଁଛନ୍ତି କିଛି ବୁଝାପଡୁନି । ଆଜି ଓଡିଶା ସାଂଘାତିକ ପରିସ୍ଥିତିରେ ପହଂଚିଲାଣି । ଗୁଜୁରାଟକୁ ମଡର୍ଣ୍ଣ ରାଜ୍ୟ ଭାବେ କୁହାଯାଉଥିଲା । ବର୍ତମାନ ମଧ୍ୟ ସେଠାକାର ପରିସ୍ଥିତି ସମାନ । ଆମ ପାଇଁ କେବଳ ଜଗନ୍ନାଥ ହିଁ ଭରସା । ଆଉ କେହି ନାହାନ୍ତି । ଜଗନ୍ନାଥ ଏଇ ଓଡିଶାବାସୀଙ୍କୁ ରକ୍ଷା
କରନ୍ତୁ । ଏଥିରୁ ସରକାରଙ୍କର ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ମନୋବୃତି ନଥିଲା ପରି ଜଣାପଡୁଛି । ସରକାରଙ୍କର କୌଣସି ନିଷ୍ପତି ଠିକ୍‌ରେ ଚାଲୁନାହିଁ । ରାଜ୍ୟ ସରକାରଙ୍କ ଅନ୍‌ଲାଇନ୍ ମଦ ବିକ୍ରୀ ନିଷ୍ପତି ସଂପର୍କରେ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ମଦ ବିକ୍ରୀ ବନ୍ଦ କରିଥିଲେ ସରକାରଙ୍କର କ’ଣ କ୍ଷତି ହୋଇଥାନ୍ତା କାରଣ ଲକ୍‌ଡାଉନ ସମୟରେ ଏତେ କ୍ଷତି ହେଲାଣି, ଆଉ ୪/୫ ଦିନ ମଦ ବନ୍ଦ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା । ବର୍ତମାନ ସମୟ ଆସିଛି ଓଡିଶାର ଜନସାଧାରଣ ମଦ ବିକ୍ରୀକୁ ବିରୋଧ କରିବା ପାଇଁ । ଏହି ସମୟରେ ସରକାରଙ୍କୁ ଏକ ସୁଯୋଗ ମିଳିଥିଲା ଯେ ଲୋକଙ୍କୁ ବିନା ମଦରେ ରଖି ଭବିଷ୍ୟତରେ ରାଜ୍ୟକୁ ସଂପୂର୍ଣ୍ଣ ନିଶା ନିବାରଣ କରିପାରିଥାନ୍ତେ । ଏହି କରୋନା ଏକ ଦୁର୍ଯୋଗ । କିନ୍ତୁ ସରକାରଙ୍କୁ ଏହି ସମୟରେ ବହୁତ ଗୁଡିଏ ଯେଉଁ ସୁଯୋଗ ମିଳିଥିଲା, ତାକୁ ଠିକ୍ ରୂପେ ବ୍ୟବହାର କରିପାରିଲେ ନାହିଁ କି ଶାସନକୁ ଶୃଙ୍ଖଳିତ କରିପାରିଲେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ
କରିଛନ୍ତି ।

Mo sapath

Leave A Reply

Your email address will not be published.