Blank space
Blank space
Breaking News/ମୁଖ୍ୟ ଖବର:
କାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ 
Blank space

ଆସନ୍ତା କାଲିଠାରୁ ମିଳିବ ମଦ…..

0

୫୦% ସ୍ୱତନ୍ତ୍ର କୋଭିଡ ଫି ଦେଇ କିଣିବାକୁ ପଡ଼ିବ ମଦ।

ଭୁୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୫ ଆସନ୍ତା କାଲି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଦିନ। ଦୀର୍ଘ ଦିନ ପରେ ଆସନ୍ତା  କାଲିଠାରୁ ଅନଲାଇନ୍ ରେ ମିଳିବ ମଦ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଅନୁମତି ମିଳିଛି । ମଦ ପାଇଁ ଅର୍ଡର ଦେବାର ୬ ଘଣ୍ଟା ଭିତରେ ମଦ ପହଞ୍ଚିବ । କିନ୍ତୁ ଗ୍ରାହକଙ୍କ ପାଇଁ ଏହା ମହଙ୍ଗା ହେବ । ବିଦେଶୀ ମଦ ଓ ବିୟର ଉପରେ ଦେବାକୁ ହେବ କୋଭିଡ୍ ଫି । ଏମ୍.ଆର୍.ପି ଉପରେ ଗ୍ରାହକଙ୍କୁ ଅଧିକ ୫୦% ସ୍ୱତନ୍ତ୍ର କୋଭିଡ୍ ଫି ଦେବାକୁ ପଡ଼ିବ । ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ । ଆଜି ଅବକାରୀ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Blank space

ସମସ୍ତ ଅନ୍ ଓ ଅଫ୍ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ହୋମ୍ ଡେଲିଭରି ଦେବେ । କଣ୍ଟେନମେଣ୍ଟ ଜୋନ୍ ଛାଡ଼ିଦେଲେ ଅନ୍ୟ ସବୁଠି ହୋମ୍ ଡେଲିଭରି ଦିଆଯିବ । ମଦ ଦୋକାନ ଆଗରେ ଏକ ଡିସପ୍ଲେ ରହିବ ଯେଉଁଥିଲେ ସଂପୃକ୍ତ କାଉଣ୍ଟର୍ ର ଫୋନ୍ ନମ୍ବର, ହ୍ୱାଟସ୍ ଆପ ନମ୍ବର, ଇ-ମେଲ୍ ଆଇଡି, ୟୁପିଆଇ ତଥ୍ୟ ରହିବ । ମୋବାଇଲ୍, ହ୍ୱାଟସ୍ ଆପ୍, ଏସ.ଏମ.ଏସ୍ ଆଦି ଜରିଆରେ ଗରାଖ ନିଜର ଠିକଣା ସହ ଜିନିଷ ଅର୍ଡର ଦେବେ । ଅବକାରୀ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭିସ୍ ପ୍ରୋଭାଇଡର୍ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ନେଇ ଜିନିଷ ପହଞ୍ଚାଇଦେବେ ।

ହୋମ୍ ସର୍ଭିସ୍ ଖର୍ଚ୍ଚ ଗ୍ରାହକଙ୍କୁ ଦେବାକୁ ପଡ଼ିବ । ୧ ହଜାର ପର୍ଯ୍ୟନ୍ତ ମଦ ମଗାଇଲେ ଡେଲିଭରି ଚାର୍ଜ ପଡ଼ିବ ୧୦୦ ଟଙ୍କା । ତାପରେ ପ୍ରତି ୫୦୦ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ହୋମ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହେବ । ଡେଲିଭରି ଭୟ କୋଭିଡ୍ ଗାଇଡଲାଇନ୍ ଭିତରେ କାମ କରିବେ । ୬ ଫୁଟ୍ ଦୂରତ୍ୱ ଏବଂ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଗ୍ରାହକ ନଗଦ ଟଙ୍କା ଦେଇପାରିବେ । କାର୍ଡରେ ପେମେଣ୍ଟ କଲେ ମଧ୍ୟ ହେବ ।

Mo sapath

Leave A Reply

Your email address will not be published.