Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ସହଯୋଗର ହାତ ବଢାଇଛି ଶହୀଦ୍ ନଗର ୟୁଥ୍ ଆସୋସିଏସନ୍….

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୫  ଲକ୍ ଡାଉନ୍ କାରଣରୁ ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ  ଗୁଡ଼ିକ ବନ୍ଦ ରହିଥିବାରୁ ଦୋକାନୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇଛି ଶହୀଦ୍ ନଗର ୟୁଥ୍ ଆସୋସିଏସନ୍। ଦୋକାନୀ ଓ ସେମାନଙ୍କ ପରିବାର ଲୋକଙ୍କ ମୁହଁରେ ହସ ଟିକେ ଫୁଟାଇବା ପାଇଁ ଆସୋସିଏସନ୍ ଏକ ଛୋଟ ପ୍ରୟାସ ଆରମ୍ଭକରିଛି ଏହି ପ୍ରୟାସ ସହିଦନଗର ୟୁଥ୍ ଆସୋସିଏସନ ର ଲକଡାଉନ ଆରମ୍ଭ ରୁ ଚାଲିଆସୁଅଛି ।  ଆଜି *ସହିଦନଗର ୟୁଥ୍ ଆସୋସିଏସନର* ସଦସ୍ଯ ମାନେ ଭୁବନେଶ୍ୱର ପୌରାଞ୍ଚଳ ସହିଦନଗର ଭବାନୀ ମଲ୍ ଠାରେ ଏହି ଅଂଚଳର ଶେହେରୁ ଉର୍ଦ୍ଧ ଉଠା ଦୋକାନିମାନଙ୍କ ପରିବାର ପାଇଁ ରାସନ ଯୋଗାଇବାର କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ *ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା*, ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ଅଧକ୍ଷ *ଶ୍ରୀ ଚିନ୍ମୟ ସାହୁI* ,ଜୟକିରଣ ଟ୍ରଷ୍ଟ ସ୍ୱେଚ୍ଛାସେଵୀ ଅନୁଷ୍ଠାନର ସମ୍ପାଦିକା *ଶ୍ରୀମତୀ ସୁମିତ୍ରା ଜେନା*,ସହିଦନଗର ୱାର୍ଡ ସଭାପତି *ଡ଼ଂ. ଜଗନ୍ନାଥ ମହାପାତ୍ର*,  ଯୁବନେତା *ଶ୍ରୀ ତନ୍ମୟ ସ୍ୱାଇଁ* ,ଆଇନଜୀବୀ *ଶ୍ରୀ ଶୁଭ୍ରାଂଶୁ  ତ୍ରିପାଠୀ* ,ସାମ୍ବାଦିକ *ଶ୍ରୀ ସୁରେଶ କର*ବିଜୁଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବାସହ ରାସନ ସାମଗ୍ରୀ କ୍ରୟ କରିବା ଠାରୁ ବଣ୍ଟନ କରିବା ପର୍ଯ୍ୟନ୍ତ ସରକାରଙ୍କ ଲକ୍ ଡାଉନ୍ ର ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିବା ସହ ଯଥେଷ୍ଟ ସାମାଜିକ ଦୂରତ୍ୱ ରକ୍ଷାକରୀ ଏହି କାର୍ଯ୍ୟକ୍ରମ ସଫଳ କରାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଆସୋସିଏସନ ର ସମସ୍ତ କର୍ମକର୍ତ୍ତା ଙ୍କ ସହ ,ସହିଦନଗର ଅଞ୍ଚଳର ବରିଷ୍ଠ ନାଗରିକ ମନେ ମଧ୍ୟ ଉପସ୍ଥିତି ରହି ବଣ୍ଟନ କାର୍ଯ୍ୟରେ ସାହାଯ୍ୟ କରିଥିଲେ ।

Mo sapath

Leave A Reply

Your email address will not be published.