Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ପିସିସି ଏସ୍‌.ସି. / ଏସ୍‌.ଟି. / ଓବିସି ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୫.୨ – କେନ୍ଦ୍ରରେ ବିଜେପି ନେତୃତ୍ୱ ସରକାର ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ ଦେବା ପାଇଁ କରୁଥିବା ଚକ୍ରାନ୍ତର ବିରୋଧ କରିବାକୁ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

Advertising:
Blank space

ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ
ଏକ ଦାବିପତ୍ର ମାନ୍ୟବର ରାଜ୍ୟପାଳଙ୍କୁ ରାଜଭବନ ଠାରେ ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ରରେ ଦଳିତ,
ଆଦିବାସୀ ଓ ପଛୁଆବର୍ଗ ଜନସାଧାରଣଙ୍କ ସୁରକ୍ଷା, ଶିକ୍ଷା, ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ସମ୍ବିଧାନ ସ୍ୱୀକୃତ ସଂରକ୍ଷଣ ବ୍ୟବସ୍ଥାକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି । କେନ୍ଦ୍ର ସରକାର ଏହି ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇ ଦେବା ପାଇଁ ଯେଉଁ ଚକ୍ରାନ୍ତ କରୁଛନ୍ତି, ଦାବି ପତ୍ରରେ କଂଗ୍ରେସ ତରଫରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି । ଦେଶ ସ୍ୱାଧିନତା ସମୟରୁ ଏହି ବର୍ଗର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସମ୍ବିଧାନର ଅନୁଚ୍ଛେଦ ଗୁଡିକରେ ପ୍ରାବଧାନ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରି ଓଡିଶାରେ ବସବାସ କରୁଥିବା ଦଳିତ, ଆଦିବାସୀ ଓ ପଛୁଆବର୍ଗ ଜନସାଧାରଣଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯତ୍ନବାନ ହେବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିରୋଧୀ ମନୋଭାବକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହି ବର୍ଗର ବିକାଶ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । କଂଗ୍ରେସର ସମସ୍ତ ପ୍ରତିନିଧିଙ୍କୁ ଏକକାଳୀନ ରାଜଭବନ ଭିତରକୁ ପ୍ରବେଶ ଅନୁମତି ନମିଳିବାରୁ ଫାଟକ ସମ୍ମୁଖରେ ପ୍ରତିନିଧିମାନେ ପ୍ରତିବାଦ କରିଥିଲେ ଭୁବନେଶ୍ୱର ଡିସିପିଙ୍କ ଅନୁରୋଧ କ୍ରମେ ରାଜ୍ୟପାଳଙ୍କ ପ୍ରତିନିଧି ଫାଟକ ନିକଟକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌.ସି., ଏସ୍‌.ଟି ଏବଂ ଓବିସି ବିଭାଗ ପକ୍ଷରୁ ପ୍ରଦୀପ ମାଝୀ, ଭୁଜବଳ ମାଝୀ, ବିଜୟଲକ୍ଷ୍ମୀ ସାହୁ, ବିଷ୍ଣୁଚରଣ ବାରିକ, ବାଙ୍କନିଧି ବେହେରା, ହଳଧର ସେଠୀ, ବିଦ୍ୟାଧର
ଦେହୁରୀ, ଦେବେନ୍ଦ୍ର ମଲ୍ଲିକ, ଫକୀର ଖଟୁଆ, ଅଭିଷେକ ରାଉତ, ଅମୀୟ ପାଣ୍ଡବ, ପ୍ରତିମା ମଲିକ, କୈଳାସ ସାହୁ,
ଦୀପକ ମହାପାତ୍ର, ଜାନକୀ ମଲ୍ଲିକ, ସୂର୍ଯ୍ୟକାନ୍ତି ବାଗ, ପଂଚାନନ ମହାପାତ୍ର, ନରୋତମ ନାୟକ, ନିଶାକର ସାହୁ,
ଚର୍ତୁଭୂଜ ମହାପାତ୍ର, ଅନ୍ନପୂର୍ଣ୍ଣା ସାହୁ, କଳିଙ୍ଗ ସାହୁ, ବିଜୁ ପ୍ରଧାନ, ବିଶ୍ୱଭୂଷଣ ମହାପାତ୍ର, ଅମୀର ଭୁୟାଁ, ସର୍ବେଶ୍ୱର
ସେଠୀ, ତାପସ ସେଠୀ, କାଶିନାଥ ଡାକୁଆ, ସେକ୍ କାଦିର୍‌, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ
ଦେଇଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 11:41:09 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.