Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ  ମିଳିଲା ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର ପ୍ରତିଶୃତି.. 

0

ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ଓଡ଼ିଶାକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କା ନିବେଶର ପ୍ରତିଶୃତି ମିଳିଛି। ଏହାକୁ ଏକ କଳ୍ପନାତୀତ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିଛନ୍ତି। ସେ କହିଛନ୍ତି ମେକ୍‌ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣ ରାଜ୍ୟରେ ୨୦୨୫ ସୁଦ୍ଧା ଅଢ଼େଇ ଲକ୍ଷ କୋଟି ଟଙ୍କା ନିବେଶ ପ୍ରତିଶୃତି ହାସଲ ପାଇଁ ଲକ୍ଷ୍ୟ ରଖିଥିଲା। କିନ୍ତୁ ଏବେ ତାହା ପାଖାପାଖି ଦୁଇଗୁଣା ହୋଇଛି।
ଏହି ନିବେଶ ପ୍ରସ୍ତାବ ତାଲିକାରେ  ସବୁଠାରୁ ଆଗରେ ରହିଛନ୍ତି ହଲଦିଆ ପେଟ୍ରୋ କେମିକାଲ୍‌ସ। ଏହି ଶିଳ୍ପ ରାଜ୍ୟରେ ୭୦ ହଜାର କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶୃତି ଦେଇଛି। ଠିକ୍‌ ସେହିପରି ଜେଏସ୍‌ପିଏଲ୍‌ ପକ୍ଷରୁ ୬୦ ହଜାର ୯୫୦ କୋଟି, ମହାନଦୀ କୋଲ୍‌ ଫିଲ୍ଢସ୍‌ ପକ୍ଷରୁ ୫୮ହଜାର ୯୯୭ କୋଟି, ତାଇୱାନ୍‌ର ଏକ କମ୍ପାନୀ ୪୩ ହଜାର କୋଟି ଟଙ୍କା ନିବେଶ ପ୍ରସ୍ତାବ ଦେଇଥିବା ବେଳେ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ରାଜ୍ୟପାଇଁ ୪୧ ହଜାର ୪୦୦ କୋଟି ଟଙ୍କା ନିବେଶ ପ୍ରସ୍ତାବ ଆଣିଛି।

ମଙ୍ଗଳବାରଦିନ ମେକ୍‌ଇନ୍‌ ଓଡ଼ିଶାର ସମାବର୍ତ୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଛନ୍ତି, ତୃତୀୟ ସଂସ୍କରଣ ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି। ଏହା ୨୦୨୦ ମସିହାରେ ଅନୁଷ୍ଠିତ ହେବ। ସେହିବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ଏହିପରି ଏକ ସମାବେଶ ଆୟୋଜନ କରାଯିବ।
ରାଜ୍ୟର ୧୫ଟି କ୍ଷେତ୍ରରେ ଏହି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି। ଯେଉଁଥିରେ ପେଟ୍ରୋକେମିକାଲ୍ସ, ରାସାୟନିକ ସାର ପ୍ରସ୍ତୁତି, ଖାଦ୍ୟ ପ୍ରକିୟାକରଣ, ସ୍ଵାସ୍ଥ୍ୟସେବା, ପର୍ଯ୍ୟଟନ, ନବୀକରଣଯୋଗ୍ୟ ଶକ୍ତି, ଇଲେକ୍ଟ୍ରନିକ୍ସ ପ୍ରଭୃତି ଗୁରୁତ୍ଵପୂଣ୍ଣ ସ୍ଥାନ ବହନ କରିଛନ୍ତି। ଏହି ପ୍ରସ୍ତାବିତ ପୁଞ୍ଜି ନିବେଶ ସଫଳ ହେଲେ ରାଜ୍ୟରେ ୫ ଲକ୍ଷ ୯୧ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଇଛି।
୧୪ ତାରିଖରେ ଶେଷ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶାର ଦ୍ଵିତୀୟ ସଂସ୍କରଣରେ ୫୦୭୪ ଜଣ ଶିଳ୍ପ କପ୍ତାନ ଯୋଗ ଦେଇଥିଲେ। ତୃତୀୟ ଦିନ ସୁଦ୍ଧା ଆୟୋଜିତ ସ୍ଥାନକୁ ୩୧ହଜାର ୮୦୬ ଜଣ ଦର୍ଶକ ପରିଦର୍ଶନ କରିଥିବା ଜଣାପଡ଼ିଛି।

Mo sapath

Leave A Reply

Your email address will not be published.