Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ….

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା- ୧୪.୧୨.୨୦୧୯ ଓଡିଆ ଜାତୀୟତାର,ଓଡିଆ ସ୍ୱାଭିମାନର ଏବଂ ଓଡିଆ ଭାଷା ଆନ୍ଦୋଳନର ଉତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ବାଙ୍କୀର ବୈଦେଶ୍ୱର ନିକଟସ୍ଥ ବ୍ରଜବିହାରପୁରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ସମ୍ବଲପୁର ହିତୈଷିଣୀ ପତ୍ରିକାରେ ତକ୍ରାଳୀନ ସାମାଜିକ,ଅର୍ଥନୈତିକ ଏବଂ ରାଜନୈ÷ତିକ ପ୍ରେକ୍ଷାପଟ୍ଟରେ ନିର୍ଭିିକ ବିଦ୍ୟାରତ୍ନ ସଂସ୍କାରଧର୍ମୀ ସାହିତ୍ୟର ଯେଉଁ ଗଙ୍ଗାବତରଣ କରାଇଥିଲେ, ତାହା ପରାଧୀନ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ବୀଜ ବପନ କରିଥିଲା । ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନରେ ସେ ପ୍ରମୁଖ ବିନ୍ଧାଣୀ ଥିଲେ ବୋଲି ଆଜି ସଂଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୨ ତମ ଜୟନ୍ତୀରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ରାଜ୍ୟ ସ୍ତରୀୟ କମିିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଲେ ଯେ, ଉନବିଂଶ ଶତାବ୍ଦୀରେ ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଓଡିଶାର ଅର୍ଥନୀତି, ଭାଷା, ସାହିତ୍ୟ ଓ ଭୋଗୋଳିକ ପରିସୀମା ଆଦି ଅବକ୍ଷୟର ଶୀର୍ଷ ସୀମାରେ ପହଁଚି ଥିଲା । ୧୮୬୭ ମସିହାରେ ନୀଳମଣି ବିଦ୍ୟାରତ୍ନଙ୍କ ପରି ଯୋଗଜନ୍ମା ଜନ୍ମଗ୍ରହଣ କରି ଯେଉଁଭଳି ଭାବରେ ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧୀରୁ ଆରମ୍ଭ କରି ଦୀର୍ଘ ୩୦ ବର୍ଷରୁ ଊଦ୍ଧ୍ୱର୍ ଓଡିଶାର ନବଜାଗରଣରେ ସାମିଲ ହୋଇ ଓଡିଆ, ଭାଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଥିଲେ ଏବଂ ଓଡିଶାକୁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ସୂତ୍ରଧର ସାଜିଥିଲେ, ତାହାର ପଟ୍ଟାନ୍ତର ନାହିଁ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ରାଜ୍ୟସ୍ତରୀୟ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ କହିଲେ ଯେ, ୧୯୦୩ ମସିହାରେ କଟକର ଇଦ୍ଗା ପଡିଆଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ପୂର୍ବରୁ ୧୯୦୨ ମସିହାରେ ରମ୍ଭାଠାରେ ଗଂଜାମ ଓଡିଆ ସମ୍ମିଳନୀ ନୀଳମଣି ବିଦ୍ୟାରତ୍ନଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା । ତାହା ଥିଲା ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଆଦ୍ୟ ସ୍ଫୁଲିଙ୍ଗ । ସାହିତ୍ୟ, ସାମ୍ବାଦିକତା, ସେବା କ୍ଷେତ୍ରରେ ନୀଳମଣି ଯେଉଁ ଉଦ୍ୟମ କରିଥିଲେ, ତାହା ପରପିଢୀ ପାଇଁ ଅନୁକରଣୀୟ ଆଦର୍ଶ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ନୀଳମଣିଙ୍କ ଓଡିଶାରେ ଜାତୀୟତାର ଉଦ୍ରେକ ପାଇଁ ଜୀବନ ବ୍ୟାପି ତ୍ୟାଗ, ବଳିଦାନ ବ୍ୟକ୍ତିତ୍ୱ ସଂପର୍କରେ ଅଧିକ ପ୍ରଚାର ପ୍ରସାର ପାଇଁ ତାଙ୍କର ରହିଥିବା କୃତିକୁ ନେଇ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପୁସ୍ତକ ପ୍ରକାଶନ ଏବଂ ପାଠ୍ୟ ପୁସ୍ତକରେ ତାଙ୍କର ଜୀବନୀ ସ୍ଥାନ ପାଇବା ନେଇ ଶ୍ରୀ ତ୍ରିପାଠୀ ମତ ରଖିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡ. ଅନନ୍ତରାମ କର ଯୋଗଦେଇ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ବଲପୁର ହିତୈ÷ଷିଣୀ, ପ୍ରଜାବନ୍ଧୁ ଗଂଜାମ ଗୁଣଦର୍ପଣ ଓ ଶେଷରେ ଉତ୍କଳ ଦୀପିକା ସଂପାଦନାରେ ମାଧ୍ୟମରେ ଓଡିଆ ଜାତୀୟତାକୁ ଏକତା ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଥିଲେ ବୋଲି ପ୍ରକାଶ କରିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ, ଉତ୍କଳଗୋରବ ମଧୁସୂଦନ, କର୍ମବୀର ଗୋରୀଶଙ୍କର ପ୍ରଭାବ ତାଙ୍କ ଜୀବନୀ ଓ ପ୍ରକାଶନରେ ଅଧିକ ପ୍ରଭାବ ପକାଇଥିଲା ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ନୀଳମଣି ବିଦ୍ୟାରତ୍ନଙ୍କର ଗୁଣଗ୍ରାହୀ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରି ତାଙ୍କରି ଆଶିଷ ସମସ୍ତଙ୍କଠାରେ ରହିଥାଉ ବୋଲି କହିଥିଲେ । ନୀଳମଣି ବିଦ୍ୟାରତ୍ନ ସ୍ମୃତି କମିଟିର ସଂପାଦକ ତଥା ସୁବକ୍ତା ଡା.କୃଷ୍ଣକେଶବ ଷଡଙ୍ଗୀ ଯୋଗଦେଇ ଶତାଧିକ ପୁସ୍ତକର ଲେଖକ ଓ ପ୍ରକାଶନ କରିଥିବା ନୀଳମଣିଙ୍କର ମାତୃଭୂମି ଓ ମାତୃଭାଷାର ଉନ୍ନତି, ସମାଜ ସେବା କ୍ଷେତ୍ରରେ ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ । ପ୍ରାରମ୍ଭରେ ଅତିଥିମାନେ ନୀଳମଣି ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ତାଙ୍କ ଅମରାତ୍ମାଙ୍କ ସ୍ମୃତିରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । “ସ୍ୱରସୁଧା” ଅନୁଷ୍ଠାନର କଳାକାରମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହି ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜିତ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତୀମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ମୃତି କମିଟିର ସଂପାଦକ ଡା.କୃଷ୍ଣକେଶବ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ତଥା ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନରୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ସକାଳେ ସ୍ଥାନୀୟ ଜୟଦେବ ବିହାର ଛକଠାରେ ଥିବା ନୀଳମଣି ବିଦ୍ୟାରତ୍ନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ରାଜ୍ୟ ସ୍ତରୀୟ କମିିଟିର ସଭାପତି ଶ୍ରୀ ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ, ନୀଳମଣି ବିଦ୍ୟାରତ୍ନ ରାଜ୍ୟ ସ୍ତରୀୟ କମିଟିର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ କଳାପଥର ଜୋନ୍  ଜିଲ୍ଲାପରିଷଦ ସଭ୍ୟ ପ୍ରଣବ କିଶୋର ପଟେଲ, କମିଟିର ଉପ ସଭାପତି ଚିତରଂଜନ ମହାପାତ୍ର, କୃଷ୍ଣ କେଶବ ଷଡଙ୍ଗୀ, ରବୀନ୍ଦ୍ର ସାମଲ, ଅରବିନ୍ଦ ମହାନ୍ତି, ଭରତ ମହାରଣାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:44:00 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.