Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ଶ୍ରୀକ୍ଷେତ୍ର ପୁରୀ ଠାରେ ପୋଲିସ କ୍ୱାଟରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରାଓ କଲା ମହିଳା ମୋର୍ଚ୍ଚା

ରାଜ୍ୟରେ ଗୃହ ବିଭାଗର ପୋଲିସ ସାଜିଛି ବଳକ୍ରାରୀ, ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି ମୁଖ୍ୟମନ୍ତ୍ରୀ :ମହିଳାମୋର୍ଚ୍ଚା

0
Advertising:

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୪/୧୨: ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡିଛି । ପ୍ରତିଦିନ ଗଣଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଘରୋଇ ହିଂସା ,ଯୋୖନ ନିର୍ଯ୍ୟାତନା ଆଦି ଖବର ବିଭିନ୍ନ ଗଣମାଧ୍ୟମରେ ପକାଶ ପାଉଛି । ଏହା ପରେ ବି ରାଜ୍ୟସରକାର ମହିଳା ସୁରକ୍ଷା ଦିଗରେ ନିରବଦଷ୍ଟ୍ରା ସାଜିଛନ୍ତି । ନା ମହିଳାଙ୍କ ସୁରକ୍ଷା ପାଇଁ କିଛି କଠୋର ଆଇନ ଆଣୁଛନ୍ତି ନା ଅପରାଧ ଘଟାଇଥିବା ଅଭିଯୁକ୍ତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହା ଫଳରେ ଆଜି ନାବାଳିକା ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ କେହି ଭୟ କରୁନାହାଁନ୍ତି । ଅପରପକ୍ଷରେ ଶାସକ ଦଳ ନେତାଙ୍କ ପୋତ୍ସାହନରେ ଅପରାଧୀମାନେ ବିଭିନ୍ନ ପ୍ରକାର ମହିଳା ବିରୋଧୀ ଅପରାଧ ଘଟାଇ ଚାଲିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଗତ ଦୁଇ ଦିନ ତଳେ ଶ୍ରୀକ୍ଷେତ୍ର ପୁରୀ ଠାରେ ପୋଲିସ କ୍ୱାଟରରେ ଯେପରି ଏକ ଝିଅସହ ପୋଲିସ ନାଁ କହି ଦୁଷ୍କର୍ମ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ସେହିପରି ରାଇରଙ୍ଗପୁରଠାରେ ଜଣେ ଅଧ୍ୟାପିକା ଦୁଷ୍କର୍ମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରି ରାଜ୍ୟସରକାର, ପୋଲିସ ପ୍ରଶାସନ ଏବଂ ଗୃହ ବିଭାଗର ଅପାରଗତାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଏତେ ଘଟଣା ପରେ ବି ନାରୀ ସମ୍ମାନ କଥା ଉଠାଉଥିବା ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି । ସରକାରୀ କ୍ୱାଟରରେ କିପରି ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଗଲା ଏବଂ ପୋଲିସର ଆଇଡି କାର୍ଡ ଦେଖାଇ ଏତେ ହୀନ କାର୍ଯ୍ୟ ପରେ ମୁଖ୍ୟମନ୍ତ୍ରୀ କାହିଁକି ମୁହଁ ଖୋଲୁନାହାଁନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ପ୍ରଶ୍ନ କରିଛନ୍ତି ।
ପୁରୀ ଦୁଷ୍କର୍ମ ପୀଡିତା ମହିଳାକୁ ନ୍ୟାୟ ଦେବା ଏବଂ ମହିଳା ସୁରକ୍ଷା ପାଇଁ ରାଜ୍ୟରେ କଠୋର ଆଇନ ଆଣିବା ଆଦି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପାଇଁ ଆଜି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧୀ ଦଳ ନବୀନ ନିବାସ ଗସ୍ତ କଲା ବେଳେ ପୋଲିସ ରାସ୍ତାରେ ବାଧକ ସାଜି ମହିଳାଙ୍କୁ ସେମାନଙ୍କ ନୈତିକ ଅଧିକାରରୁ ବଂଚିତ କରିଛି । ପୁରୀ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀ ଜଣକ ବହିଷ୍କୃତ ହୋଇଥିଲେ ତାଙ୍କୁ—କଣ ଦଣ୍ଡ ଦିଆଯାଇଛି ? କର୍ମଚାରୀ ଯଦି ବହିଷ୍କୃତ ତେବେ ତାଙ୍କ ହାତରେ ପୋଲିସ ବିଭାଗର ଆଇଡି କାର୍ଡ ରହିଲା କିପରି ? କଣ ବହିଷ୍କୃତ କର୍ମଚାରୀ ଆଇଡି ବ୍ୟବହାର କରିବା ନିୟମ ଆପଣଙ୍କ ବିଭାଗରେ ଅଛି କି? ଦୁଷ୍କର୍ମ ହୋଇଥିବା ସରକାରୀ କ୍ୱାଟରକୁ ଏଯାବତ ପୋଲିସ ସିଜ୍ କରିନାହିଁ କାହିଁକି ? ଘଂଟାଘଂଟା ଧରି ଉକ୍ତ ଘର ଖୋଲାରହିବା, ଅନ୍ୟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହାର ହେବା ଫଳରେ ଦୁଷ୍କର୍ମ ଘଟଣାର ତଥ୍ୟ ପ୍ରମାଣ ସୁରକ୍ଷିତ ରହିଥିବ ତ? “ମୋସରକାର” ରେ ବଳାତ୍କାରୀଙ୍କୁ ସୁରକ୍ଷା ଦେଇ ପୋଲିସ ନିଜେ ବଳାତ୍କାରୀ ପାଲଟିଯାଇଛି କି? ନର୍ସ ନିହାରୀକା ପାତ୍ର, ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ଧର୍ଷଣ ଓ ହତ୍ୟା ଭଳିସମ୍ବେଦନଶୀଳ କଥା ଲୋକଲୋଚନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ଏହା ପୋଲିସର ପକ୍ଷପାତ ନୀତିର ନିଦର୍ଶନ ନୁହେଁକି? ରାଇରଙ୍ଗପୁର ଅଧ୍ୟାପିକାଙ୍କର ଓ ତେନ୍ତୋଇଗାଁର ଦଳୀତକନ୍ୟାର ଆତ୍ମହତ୍ୟା ପାଇଁ ଆପଣଙ୍କ ପୋଲିସ୍ ନିଷ୍କ୍ରିୟତା ବଡକାରଣ ନୁହେଁକି? କୁନ୍ଦୁଲି ପୀଡିତା ପରି ଅନେକ ନାବାଳିକା ଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି ସେମାନଙ୍କୁ ନ୍ୟାୟ ଦେବ କିଏ ? ସୁରକ୍ଷା ବିନା ସଶକ୍ତିକରଣର ଅର୍ଥ କଣ ବୁଝାଇବେ କି? ଫାଷ୍ଟଟ୍ରାକ୍ କୋର୍ଟ ଓଡିଶାରେ ଗଠନ ଓ ତ୍ୱରାନ୍ୱିତ ହେଉନାହିଁ କାହିଁକି ଆଦି ଅନେକ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ମହିଳା ମୋର୍ଚ୍ଚା ପଚାରିଛି । ମଦ ପିଇବା ପରେ ଯଦି ଦୁଷ୍କର୍ମ ହେଉଛି ତେବେ ଓଡିଶାରୁ କେବେ ମଦ ବ୍ୟାନ କରାଯିବ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି । ଓଡିଶାରେ ଦିନକୁ ପ୍ରାୟ ୬ରୁ ୭ଜଣ ମହିଳା ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ସେହିପରି ଗତ ୬ ମାସରେ ୬୦୪ଜଣ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛନ୍ତି ବୋଲି ରାଜ୍ୟସରକାର ନିଜେ ସ୍ୱୀକାର କରିଛନ୍ତି । ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ଲୋକଙ୍କୁ ସଜା ହେବାରୁ ସ୍ପଷ୍ଟ ଜଣାପଡୁଛି କି ପୋଲିସ ପ୍ରଶାସନ ଅପରାଧୀଙ୍କୁ ଧରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛି । ତୁରନ୍ତ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନନେବା ସହ ମହିଳା ସୁରକ୍ଷା ଦିଗରେ ମୁଖ୍ୟମନ୍ତ୍ରୀ କଠୋର ଆଇନ ଆଣନ୍ତୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ନିୟତି ଗିରି, ସୁଷମା ବିଶ୍ୱାଳ, କସ୍ତୁରୀ ମିଶ୍ର, ପିଙ୍କି ପ୍ରଧାନ, ରଶ୍ମିରେଖା ଦାସ, ପ୍ରତିଭା ଶତପଥୀ, ସୁବାସିନୀ ପୃଷ୍ଟି, ମନ୍ଦାକିନୀ ପାତ୍ର, ଶଶୀ ରଥ, ମଧୁସ୍ମିିତା ଖୁଂଟିଆ, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ଜ୍ୟୋତି ମହାପାତ୍ର, ଚିତ୍ରଲେଖା ମହାନ୍ତି

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 14:17:03 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.