Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଏସ୍.ଏସ୍.ଆରଡ଼ିପି ପକ୍ଷରୁ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାର୍ଟିଫିକେଟ ପ୍ରଦାନ

0

ଭୁବନେଶ୍ୱର:ନିରପେକ୍ଷ ଖବର :୪.୦୯.୨୦୧୯ ଶ୍ରୀ ଶ୍ରୀ ରୁରାଲ ଡ଼େଭଲ୍ଅପ୍‌ମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ୱର ରେଲେଓ୍ୱ ଅଡ଼ିଟୋରିଅୟମରେ ବୁଧବାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ସହ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ଏନ୍.ଏସ୍.ଡ଼ି.ସି. ସ୍କିମ୍‌ରେ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହି ଯୁବକ ଯୁବତୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ଏସ୍.ଏସ୍.ଆରଡିପି ଓଡ଼ିଶାର ବିଭିନ୍ନ ଜିଲ୍ଲାର ପଛୁଆ ଅଞ୍ଚଳରେ ବା ଗାଁରେ ଥିବା ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଟ୍ରେନିଂ ଏବଂ ଯୋଗ ଶିବିର ମାଧ୍ୟମରେ ଆତ୍ମ ନିର୍ଭରଶୀଳ ଏବଂ ସ୍ଵାବଲମ୍ବୀ ହେବାପାଇଁ ବାଟ ଦେଖାଇ ଆସିଛି।
ଏହି ଅବସରରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ଯୋଗ ଫଳରେ ଯୁବକମାନେ ନିରୋଗ ରହିପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିବେ। ଏସ୍ଏସ୍ଆରଡିପି ଯେପରି ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଯେପରି କାର୍ଯ୍ୟକ୍ରମ କରୁଛି ତାହା ବାସ୍ତବରେ ସ୍ଵାଗତଯୋଗ୍ୟ ପଦକ୍ଷେପ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ଵାବଲମ୍ବୀ ହୋଇପାରିବେ।
ଆର୍ଟ ଅଫ୍ ଲିଭିଙ୍ଗର ମୁଖ୍ୟ ସଦସ୍ୟ ଦାଶରଥୀ ମିଶ୍ର, ଲଳିତ ମହାନ୍ତି, ଏସ୍.ଏସ୍.ଆରଡିପି ଅତିରିକ୍ତ ନିର୍ଦ୍ଦେଶିକା ତପସ୍ୟା ଓ୍ୱାଇଏଲଟିପିର ସଦସ୍ୟ ଶରତ ଏବଂ ତ୍ରିଲୋକ ଉପସ୍ଥିତ ଥିଲେ।

ଗତ ଏକ ବର୍ଷ ମଧ୍ୟରେ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଫଳରେ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ଓ ଯୁବତୀମାନଙ୍କୁ ଆମ ରାଜ୍ୟର ବିଭିନ୍ନ ଦକ୍ଷତା ବିକାଶ ସେଣ୍ଟରମାନଙ୍କରେ ପ୍ରଶିକ୍ଷଣ ବା ତାଲିମ୍ ଦିଆଯାଇଯାଇଛି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ତତ୍ୱ ମାଇକ୍ରୋଲେବୁଲ୍ ଏଣ୍ଟ୍ରୋପ୍ରେମିଓରସିପ୍ ପାଇଁ ୧୦୦ ଜଣ ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ କିଟ୍ ମାନପତ୍ର ଏବଂ ଛୋଟ ଛୋଟ ବ୍ୟବସାୟ ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଯାହା ଫଳରେ ଗାଁର ଏହି ଯୁବକ ଯୁବତୀମାନେ ବିୟୁଟି ପାର୍ଲର, ଜିମ୍ ଯୋଗ ସେଣ୍ଟର ବା ଛୋଟ ଛୋଟ ବ୍ୟବସାୟ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ।
ଶ୍ରୀ ଶ୍ରୀ ରୁରାଲ ଡ଼େଭଲପମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ୨୦୦୧ ମସିହାରୁ ଆର୍ଟ ଅଫ୍ ଲିଭିଙ୍ଗ ଅଧିନରେ ଭାରତ ବର୍ଷରେ କାର୍ଯ୍ୟକରିଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ବିଭିନ୍ନ ସଂଗଠନକୁ ବା ଯୁବକ ଯୁବତୀଙ୍କୁ ଏକତ୍ରିତ କରି ଆର୍ଥିକ କ୍ଷେତ୍ରରେ ମଜବୁତ୍ କରିବା। ଯଦି ଗ୍ରାମାଞ୍ଚଳର ଅର୍ଥନୀତି ବିକାଶ ହୁଏ ତେବେ ଦେଶର ଅର୍ଥନୀତି ମଧ୍ୟ ମଜବୁତ ହୋଇଥାଏ।
ଆର୍ଟ ଅଫ୍ ଲିଭିଙ୍ଗ ଏବଂ ଏସ୍ଏସ୍ଆରଡ଼ିପିର ମିଳିତ ଉଦ୍ୟମରେ ଏହା ସାରା ଭାରତ ବର୍ଷରେ ସଫଳତାର ସହ କାର୍ଯ୍ୟକରିଆସୁଅଛି। ଆମ ଦେଶର ବିଭିନ୍ନ ରାଜ୍ୟର ପଛୁଆ ଅଞ୍ଚଳର ମହିଳା ଏବଂ ଯୁବକମାନଙ୍କୁ ସମାଜର ମୁଖ୍ୟ ଶ୍ରେଣୀର ସାମିଲ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ଯେପରିକି, ବିଭିନ୍ନ ଧନ୍ଦା ମୂଳକ ପ୍ରଶିକ୍ଷଣ, ଗ୍ରାମାଞ୍ଚଳରେ ଛୋଟଛୋଟ ବ୍ୟବସାୟ ପାଇଁ ଆର୍ଥିକ ପ୍ରୋତ୍ସାହନ, ଜଳପରିମଳ ଏବଂ ଏହାର ସୁବିନିଯୋଗ, ନଦୀକୁ ପରିଷ୍କାର, ଜୈବିକ ଚାଷ, ପରିବେଶ ସୁରକ୍ଷା ପିଇିବା ପାଣିର ବ୍ୟବସ୍ଥା, ବିଦ୍ୟୁତ୍ ସଞ୍ଚୟ ଇତ୍ୟାଦି ଏହି ସମସ୍ତ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ନିର୍ଦ୍ଧିଷ୍ଠ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକମାନଙ୍କୁ ସହାୟତା କରିଥାଏ।

Mo sapath

Leave A Reply

Your email address will not be published.