Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ବିଜେଡି କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି :ବିଜେପି

ମହାମହିମ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲା ବିଜେପି ବିଧାୟକ ଦଳ ....

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୨/୦୮: ଶାସକ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ଭୋଟ ହାତେଇବା ପାଇଁ କଂଟିଜେନ୍ସି ଫଣ୍ଡକୁ ଅପବ୍ୟବହାର କରିଛି । କଂଟିଜେନ୍ସି ଫଣ୍ଡକୁ ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ । କିନ୍ତୁ ଶାସକ ବିଜେଡି ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଯୋଜନା କରି ଏହି ଅର୍ଥକୁ ଖର୍ଚ କରିଥିଲେ । ଶାସକ ବିଜେଡି କଂଟିଜେନ୍ସି ଫଣ୍ଡକୁ ବୃଦ୍ଧି କରି ସେଥିରେ କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନାରେ ଏହି ଅର୍ଥକୁ ଖର୍ଚ୍ଚ କରିଛନ୍ତି । ରାଜ୍ୟ ସରକାର ସମ୍ବିଧାନର ଉଲ୍ଲଘଂନ କରି ଆର୍ଥିକ ଅନିୟମିତତା କରିଛନ୍ତି । ସମ୍ବିଧାନର ସୁରକ୍ଷା ଏବଂ କଂଟିଜେନ୍ସି ଫଣ୍ଡର ଅନିୟମିତତା ବିରୁଦ୍ଧରେ ଆଜି ବିଜେପିର ସମସ୍ତ ବିଧାୟକମାନେ ବିରୋଧୀଦଳର ନେତା ପ୍ରଦୀପ୍ତ କୁମାର ନାୟକଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଘଟଣାରେ ମହାମହିମଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ରାଜ୍ୟସରକାର ୨୦୧୮-୧୯ କଂଟିଜେନ୍ସି ଫଣ୍ଡରେ ୪୦୦ କୋଟି ଟଙ୍କା ଥିବାବେଳେ ତାକୁ ଉଦ୍ଦେଶ୍ୟମୁଳକ ଭାବେ ଏହାକୁ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ । ଆଇନ ଅନୁଯାୟୀ କେବଳ ଆପାତକାଳୀନ ସ୍ଥିତିରେ ହିଁ କଂଟିଜେନ୍ସି ଫଣ୍ଡକୁ ବ୍ୟବହାର କରାଯାଇ ପାରିବ । କଂଟିଜେନ୍ସି ଫଣ୍ଡର ଅର୍ଥକୁ ଏସଡିଆରଏଫ ନିୟମାବଳୀ ଅନୁସାରେ ରାଜ୍ୟସରକାର କେବଳ ବିର୍ଯ୍ୟଯୟ ସମୟରେ ଉଦ୍ଧାର ଓ କ୍ଷୟକ୍ଷତି ପୁର୍ନଗଠନ ନିମନ୍ତେ ଖର୍ଚ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଶାସକ ଦଳ ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ଚରତାର୍ଥ କରିବାକୁ ଯାଇ ଏହି ଅର୍ଥକୁ ଖର୍ଚ କରିଛନ୍ତି । ଯାହା ଫଳରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ଅର୍ଥାଭାବରୁ ରାଜ୍ୟସରକାର ସଠିକ୍ ଭାବେ ସୁବ୍ୟବସ୍ଥିତ କରିପାରିଲେ ନାହିଁ । ରାଜ୍ୟ ସରକାର
ଲୋକଙ୍କୁ ସ୍ଥାନନ୍ତର କଲେ କିନ୍ତୁ ଫନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେଲେ ବୋଲି ଶ୍ରୀ ନାୟକ କହିଛନ୍ତି । କଂଟିଜେନ୍ସି ଫଣ୍ଡରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ଅର୍ଥ ନେଇଥିଲେ । ସେଥିପାଇଁ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ହୋଇପାରିଲା ନାହିଁ । କାଳିଆଯୋଜନାରେ ଚାଷୀ ମାନଙ୍କୁ ଚିହ୍ନଟ ନକରି ଭୋଟ ହାତେଇବା ନାଁରେ ଯୋଜନା କରି ସମ୍ବିଧାନର ନିୟମକୁ ରାଜ୍ୟସରକାର ଉଲ୍ଲଂଘନ କରିଛନ୍ତି । ସମସ୍ତ ଘଟଣା ସଂପର୍କରେ ଅବଗତ ହେବା ପରେ ମହାମହିମ ପଦକ୍ଷେପ ନେବେ ବୋଲି ବିଧାୟକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ବୋଲି ବିରୋଧୀ ଦଳର ସଚେତକ ମୋହନ ମାଝି କହିଛନ୍ତି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ବିଜେପିର ସମସ୍ତ ୨୩ ଜଣ ବିଧାୟକ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.