Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ୟୁନିସେଫ୍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ…

0

ଭୁବନେଶ୍ୱର: (ନିରପେକ୍ଷ ଖବର)  ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର  କୁହାଯାଇଛିଯେ  ପିଲାଙ୍କର ଶୈଶବ ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ପିଲାମାନଙ୍କର ବୃଦ୍ଧି ତାଙ୍କର ମସ୍ତଷ୍କର ବ୍ଲୁପ୍ରିଣ୍ଟ  ତିଆରିରେ ସହାୟକ ହୋଇଥିବା ବେଳେ, ସୋମାନେ ବଢୁଥିବା ବାତାବରଣ ଓ ପରିବେଶରେ  ଗ୍ରହଣ କରୁଥିବା ଅଭିଜ୍ଞତା ତାଙ୍କର ମସ୍ତିଷ୍କର ଆକାର ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶୈଶବର ଏହି ସୋପାନର ଯତ୍ନ ଓ ବିକାଶରେ ନିବେସ ପିଲାଙ୍କର ଉଜ୍ୱଳ ଭବିଷ୍ୟତ ନିର୍ଦ୍ଧାରିତ କରେ ।
ଆଗୁଆ ଶୈଶବର ବିକାଶର ଗୂରୁତ୍ୱକୁ ଧ୍ୟାନରେ ରଖି ଆଜି ଭୁବନେଶ୍ୱର ଠାରେ ୟୁନିସେଫ୍ ପକ୍ଷରୁ ରାଜ୍ୟ ସ୍ତରର ଏକ ସମ୍ବାଦିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆ ଦିଲ୍ଲୀ ସ୍ଥିତ ଜୱାହରଲାଲ୍ ନେହେରୁ ୟୁନିଭର୍ସିଟିର ସାଇକୋଲୋଜି ବିଭାଗର ଅବସର ପ୍ରାପ୍ତ ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି, ଉକ୍ରଳ ୟୁନିଭର୍ସିଟିର ସାଇକୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତି ପଟ୍ଟନାୟକ, ୟୁନିସେଫ ଓଡିଶାର ଏଜୁକେସନ ସ୍ପେସାଲିଷ୍ଟ ତଥା ଅଫିସର୍-ଅନ୍-ଚାର୍ଜ ଲଳିତା ପଟ୍ଟନାୟକ ଓ ୟୁନିସେଫ ଓଡିଶାର କମ୍ୟୁନିକେସନ୍ ସ୍ପେସାଲିଷ୍ଟ ଅଲ୍କା ଗୁପ୍ତା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଧ୍ୟାନ ଆକର୍ଷଣ କରି ଲଳିତା ପଟ୍ଟନାୟକ କହିଥିଲେ, “ଯେଉଁ ପିଲାମାନେ ସୁସ୍ଥ ଓ ଶିକ୍ଷିତ, ସ୍ନେହ ଓ ସୁରକ୍ଷିତ ବାତାବରଣରେ ବଢନ୍ତି, ସେମାନେ ସାଧାରଣ ରୂପେ ଅଧିକ ଦାୟିତ୍ୱ ସମ୍ପନ୍ନ, ଚାଲାକ୍ କିଶୋର/କିଶୋରୀ ହୋଇଥାନ୍ତି । କିନ୍ତୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଶିଶୁ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ, ପୋଷଣର ଅଭାବ ତଥା ବାତାବରଣ ଓ ପରିବେଶ ଦ୍ୱାରା ଅନେକ ମାତ୍ରରେ ପ୍ରଭାବିତ ହେଉଛନ୍ତି । ପିଲାର ଶୈଶବରେ ନିବେସ ପାଇଁ ଅଭିଭାବକ, ସରକାର, ସିଭିଲ୍ ସୋସାଇଟି ତଥା ଘରୋଇ କ୍ଷେତ୍ର ପକ୍ଷରୁ ଅନେକ ଶୃଙ୍ଖଳାମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ।”
ପ୍ରଫେସର (ଡକ୍ଟର) ଅଜିତ କୁମାର ମହାନ୍ତି କହିଥିଲେ, ପିଲାମାନଙ୍କର ଜନ୍ମ ଠଆରୁ ଆରମ୍ଭ କରି ୮ବର୍ଷ ପର୍ଯ୍ୟନ୍ତ ହେଉଛି ମସ୍ତିଷ୍କର ବିକାଶ ଦୃତ ଭାବେ ହୋଇଥାଏ । ଗବେଷଣାରୁ ଜଣାପଡେ ଯେ ଏହି ସମୟରେ ପିଲାଙ୍କୁ ସଠିକ୍ ପୋଷଣ, ସ୍ୱାସ୍ଥ୍ୟର ଆବଶ୍ୟକତା ଥିବା ସହିତ ଉତମ ବାତାବରଣ, ପରିବେଶ ତଥା ଘରୋଇ ହିଂସା, ଅପବ୍ୟବହାର ଓ ଅବହେଳାରୁ ସୁରକ୍ଷା ମଧ୍ୟ ଆବଶ୍ୟକତା ଥାଏ । ଅପବ୍ୟବହାରର ଶିକାର ତଥା ଅବହେଳିତ ଶିଶୁ ମାନସିକ ରୂପେ ଧୀର ହେବାର ଅଧିକ ଆଶଙ୍କା ଥାଏ । ଦାରିଦ୍ରତା ଏବଂ ପୋଷଣର ଅଭାବ ଶିଶୁର ସୁସ୍ଥ ଓ ବିକାଶଶୀଳ ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।”
ପ୍ରଫେସର ଭାସ୍ୱତୀ ପଟ୍ଟନାୟକ ଜ୍ଞାନ ପରିଚାଳନାର ମହତ୍ୱ ସମ୍ପର୍କରେ ଅବଗତ କରାଇ କହିଲେ, “ଶୈଶବର ବିକାଶକୁ ବୁଝିବା ନିମନ୍ତେ ଜ୍ଞାନ ପରିଚାଳନାର ଏବଂ ତଥ୍ୟ ଗଢିବାରେ ହସ୍ତକ୍ଷେପ ଏକ ଜଟିଳ ପ୍ରକ୍ରିୟା ଅଟେ । ଏହାର ଗୂରୁତ୍ୱକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକୋଲୋଜି ବିଭାଗ ଏଥିନିମନ୍ତେ ଯଥେଷ୍ଟ ପ୍ରୟାସ ଓ ସହଯୋଗ କରିଅଛି ।”
କୌଣସି ଦେଶର ଦୀର୍ଘକାଳୀନ ଆର୍ଥିକ ବିକାଶ ସେମାନଙ୍କର ଯୁବପିଢି ତଥା ସେମାନଙ୍କର ପିଲାଙ୍କ ଉପରେ ନିର୍ଭରଶୀଳ ଅଟେ । ପିଲାଙ୍କର ଏହି ପ୍ରାରମ୍ଭିକ ସମୟରେ ଅବହେଳା, ଖରାପ ସ୍ୱାସ୍ଥ୍ୟ, ଶିଖିବାର କ୍ଷମତା ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କଲ୍ୟାଣଜନକ ସେବା ଉପରେ କୁପ୍ରଭାବ ପକାଇଥାଏ । ଯାହାକି ଶିଶୁଙ୍କର ବିକାଶଚକ୍ରରେ ଅସମାନତା ବୃଦ୍ଧିି କରିଥାଏ ।

Mo sapath

Leave A Reply

Your email address will not be published.