Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

*୭ କୋଟି ଗରିବ ମହିଳାଙ୍କୁ ମିଳିଛି ମାଗଣା ଗ୍ୟାସ ସଂଯୋଗ *ପରିବର୍ତନର ବାହକ ସାଜିବେ ଉଜ୍ଜ୍ୱଳା ଦିଦ *ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ

0

ନିରପେକ୍ଷ ଖବର: ୨୩/୦୨/୨୦୧୯: ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଦେଶର କୋଟି କୋଟି
ମହିଳାଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସଶକ୍ତ କରିଛି । ଉଜ୍ଜ୍ୱଳା ସାମାଜିକ ପରିବର୍ତନ ଓ ନାରୀ  ସଶକ୍ତିକରଣର ପ୍ରମୁଖ ମାଧ୍ୟମ ସାଜିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା  ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଆଜି ଭୁବନେଶ୍ୱରରେ ଉଜ୍ଜ୍ୱଳା ଦିଦି ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ୪ କୋଟି ଗରିବ ଘରକୁ ବିଜୁଳୀ ସଂଯୋଗ ପହଂଚାଇଛନ୍ତି ଏବଂ ୧ କୋଟି ୪୦ ଲକ୍ଷ ଗରିବଙ୍କୁ ପକ୍କା ଘର ପ୍ରଦାନ କରିଛନ୍ତି । ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବା
ସରକାରଙ୍କ ଲକ୍ଷ୍ୟ । ଏହି ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୧୦ ହଜାର ଉଜ୍ଜ୍ୱଳା ଦିଦିଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ
କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ଦାୟିତ୍ୱ ହେଉଛି ଗରିବ ଓ ଅପହଂଚଙ୍କ ପାଖରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଂଚାଇବା, ଗ୍ରାମାଂଚଳର ଭଉଣୀମାନଙ୍କୁ ଉଜ୍ଜ୍ୱଳାର ବ୍ୟବହାର ଓ ଲାଭ ସମ୍ପର୍କରେ  ବୁଝାଇବା ଏବଂ ଗ୍ୟାସ ବ୍ୟବହାର ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ
କରିବା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜ୍ୱଳା ଦିଦିମାନଙ୍କୁ ପରିବର୍ତନର ବାହକ କହିବା ସହିତ  ସେମାନଙ୍କୁ ଉଜ୍ଜ୍ୱଳା ଶପଥ ପାଠ କରାଇଥିଲେ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍ୟୁୱାଇ) କେନ୍ଦ୍ର ସରକାରଙ୍କ ସବୁଠାରୁ ସଫଳ ଯୋଜନା ମଧ୍ୟରୁ  ଅନ୍ୟତମ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ମସିହା ମେ’ ମାସ ୧ ତାରିଖରେ ଉତରପ୍ରଦେଶର  ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶାର ସମ୍ବଲପୁରଠାରେ ୨୦୧୬ ମସିହା  ଜୁନ ମାସ ୨୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହା ଫଳରେ ଓଡ଼ିଶାର ପ୍ରତି ଘରେ ଏଲପିଜି ବ୍ୟବହାରରେ ଅଦ୍ଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି -୨୦୧୪ ମସିହା ଜୁନ ମାସରୁ ୨୦ ଲକ୍ଷରୁ ବୃଦ୍ଧି ଘଟି ୨୦୧୯ ମସିହା ଫେବୃୟାରୀ ମାସରେ ଏହା ୭୮ ଲକ୍ଷରେ ପହଂଚିଛି । ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀର ଅଢେଇ ବର୍ଷ ମଧ୍ୟରେ, ଗରିବ ମହିଳାମାନଙ୍କୁ ବିନା କୌଣସି ସୁରକ୍ଷା ଜମା ରାଶିରେ ୩୯ ଲକ୍ଷ ପିଏମ୍ୟୁୱାଇ ସଂଯୋଗୀକରଣ  ଦିଆଯାଇଛି, ଯାହାକି ସମଗ୍ର ରାଜ୍ୟରେ ଦିଆଯାଇଥିବା ଏଲପିଜି ଉପଭୋକ୍ତାଙ୍କ ୫୦% । ଓଡ଼ିଶାରେ ମୋଟ ଏଲପିଜି ବ୍ୟବହାରକାରୀ ୨୦୧୪ ଜୁନ ମାସଠାରୁ ୨୦% ବୃଦ୍ଧି ଘଟି ୭୩% ରେ ପହଂଚିଛି ।

Blank space


ଉଜ୍ଜ୍ୱଳା ଯୋଜନା କ୍ରିୟାନ୍ୱୟନକୁ ଆହୁରି ସୁଦୃଢ଼ କରିବା ପାଇଁ ତୈଳ ବପଣନ କମ୍ପାନୀ (ଓଏମ୍ସି)ମାନେ ‘ଉଜ୍ଜ୍ୱଳା ଦିଦି’ ଭଳି ପରିକଳ୍ପନା କରିଛନ୍ତି । ଉଜ୍ଜ୍ୱଳା ଦିଦିମାନେ ହେଉଛନ୍ତି ଗ୍ରାମୀଣ
ମହିଳା ଉପଭୋକ୍ତା, ପିଏମ୍ୟୁୱାଇ ଉପଭୋକ୍ତାଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି । ଏହି ଦିଦିମାନେ ଗ୍ରାମୀଣ ପରିବାରର ଶକ୍ତି ଆବଶ୍ୟକତାକୁ ମଧ୍ୟ ଭଲ ଭାବରେ ବୁଝିପାରନ୍ତି । ଏହି ବଦଳିଥିବା ଶକ୍ତିର ପ୍ରଭାବ ଦିନ-ପ୍ରତିଦିନ ଗ୍ରାମୀଣ ମହିଳାଙ୍କ ଜୀବନ ତଥା ସେମାନଙ୍କ ପରିବାରରେ କିପରି ପରିବର୍ତନ ଆଣିପାରିଛି ସେ ବିଷୟରେ ବିଶ୍ଳେଷଣ ମଧ୍ୟ କରିପାରିଛନ୍ତି ।
ଉଜ୍ଜ୍ୱଳା ଦିଦି ବର୍ତମାନ ଏବଂ ଭବିଷ୍ୟତ ଏଲପିଜି ଉପଭୋକ୍ତା ଏବଂ ବିତରକଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ଗାମାଂଚଳ ଘରୋଇ ଉର୍ଜା କ୍ଷେତ୍ର ଏବଂ ବିତରଣ ନେଟ୍ୱର୍କରେ ସେମାନଙ୍କ
ସକାରାତ୍ମକ ହସ୍ତକ୍ଷେପ ରିଫିଲ୍ ବୁକିଂରେ ସହଜ, ନୂତନ ସଂଯୋଗ ଜାରି କରିବା ଏବଂ ଶକ୍ତିର ସ୍ଥାୟୀ ଉପଯୋଗରେ ସମସ୍ତଙ୍କୁ ସହଯୋଗ କରିବ । ୧୦,୦୦୦ରୁ ଊଦ୍ଧ୍ୱର୍ ଉଜ୍ଜ୍ୱଳା ଦିଦିଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ସମଗ୍ର ଓଡ଼ିଶାରେ ଉର୍ଜା ବାହକ ଭାବେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ତୈଳ ବିପଣନ କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଖ୍ୟାତ ଅଭିନେତ୍ରୀ
ଅପରାଜିତା ମହାନ୍ତି ଏବଂ ଅନୁ ଚୌଧୁରୀ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.