ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୫/୦୨ ରୋଟାରୀ ଇଣ୍ଟେରନାସନାଲ ର ୧୧୮ ତମ ପ୍ରତିଷ୍ଠା ଦିବସ ଆନୁକୁଳ୍ୟରେ ରୋଟାରୀ କ୍ଲବ ମିଡୋଜ଼ ତରଫରୁ ଦୁଇଟି ଦୃଷ୍ଟାନ୍ତମୂଳକ ଅଭିଯାନ ବିଜେବିନଗର ଠାରେ ଆରମ୍ଭ ହୋଇଛି. ଗରିବ ଓ ବସ୍ତି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା କମ୍ପୁଟର ଶିକ୍ଷାର ବ୍ୟବସ୍ଥା କରାଯାଇଛି .ଯାହାଦ୍ୱାରା ଅଷ୍ଟମଶ୍ରେଣୀ ରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ପିଲାଙ୍କୁ କମ୍ପୁଟର ପ୍ରୋଗ୍ରାମିଙ୍ଗ ଶିକ୍ଷା ପ୍ରଦାନ କରାଯାଇ ପାରିବ. ଅସମୟ ରେ ରୋଗୀଙ୍କୁ ସାହାଯ୍ୟ କରିବା ଲାଗି ଅନ୍ୟ ଏକ ସେବା (ସାଥି) ର ମଧ୍ୟ ଶୁଭାରମ୍ଭ ହୋଇଛି. ଏଥିରେ ଜନସାଧାରଣକୁ ନିଃଶୁଳ୍କ ଭାବରେ ଜରୁରୀ ଚିକିତ୍ସା ଉପକରଣ ଯଥା ଅକ୍ସିଜେନ ସିଲିଣ୍ଡର , ହୁଇଲଚେୟାର , ଶକ୍ସନ କିଟ, ବେଡ଼ ଇତ୍ୟାଦି ଏକ ମାସ ପର୍ଯ୍ୟନ୍ତ ବ୍ୟବହାର ଲାଗି ପ୍ରଦାନ କରାଯିବାର ସୁବିଧା କରାଯାଇଅଛି . ଏହି ସେବା ର ଲାଭ ନେବା ପାଇଁ ଏକ ନିର୍ଦ୍ଧିଷ୍ଟ ଯୋଗାଯୋଗ ନମ୍ବର ୯୯୮୮୫୧୪୬୨୪ ଜାରି କରାଯାଇଅଛି . ଏହି ଦୁଇ ନୂତନ କାର୍ଯ୍ୟକ୍ରମ କୁ ରୋଟାରୀ ୩୨୬୨ ର ଗଭର୍ନର ପ୍ରଭୁଦତ୍ତ ସୁବୁଧି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ. କ୍ଲବ ର ଉପଦେଷ୍ଟା ଯଥା ପୂର୍ବତନ ଗଭର୍ନର ଅଶ୍ୱିନୀ କର ଏହି ସହାୟତା ସେବା ର ବିଷଦ ବିବରଣୀ ପ୍ରଦାନ କରିଥିଲେ. କାର୍ଯ୍ୟକ୍ରମଟିକୁ କ୍ଲବ ର ସଭାପତି ଶାନ୍ତନୁ ମହାପାତ୍ର ପରିଚାଳନା କରିଥିଲେ . ଏହି କାର୍ଯ୍ୟକ୍ରମରେ କ୍ଲବ ର ଆସିଷ୍ଟାଣ୍ଟ ଗଭର୍ନର ମହେଶ କୁମାର ବେହେରା, ରୋଟାରୀ ସଭ୍ୟ ବୃନ୍ଦ ଓ ଅନେକ ସମାଜସେବି ଯୋଗଦାନ କରି ସଭିଙ୍କୁ ଉତ୍ସହାହିତ କରିଥିଲେ.
