Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ଇଚ୍ଛାଧୀନ କୋଟାରେ ୧୫୦୦ ଫ୍ଲାଟ୍ ଓ ପ୍ଲଟ୍

0

ଭୁବନେଶ୍ୱର : କଟକ-ଭୁବନେଶ୍ୱର ସହରାଞ୍ଚଳରେ ଇଚ୍ଛାଧୀନ କୋଟାରେ ପ୍ର୍ରାୟ ଦେଢ ହଜାର ଫ୍ଲାଟ, ପ୍ଲଟ୍ ଓ ଘର ବଣ୍ଟାଯାଇଛି । ଏ ସମ୍ପର୍କରେ ଗଭୀର ଅନୁସନ୍ଧାନ ପାଇଁ ÷ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସରୁ ଏହି ତଥ୍ୟ ମିଳିଛି ।
ଇଚ୍ଛାଧୀନ କୋଟାର ବ୍ୟାପକ ଅପବ୍ୟବହାରକୁ ନେଇ ତୀବ୍ର ବିବାଦ ଉଠିବା ପରେ ରାଜ୍ୟ ସରକାର ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତାରାଦତ୍ତଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଟାସ୍କଫୋର୍ସ ଗଠନ କରିଥିଲେ । ଏଥିରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ସଭ୍ୟ ଭାବେ ରଖାଯାଇଥିଲା । ଟାସ୍କଫୋର୍ସ ରିପୋର୍ଟ ଯଦିଓ ସର୍ବସାଧାରଣରେ ପ୍ରକାଶ ପାଇନାହିଁ ତେବେ କଟକ ଉନ୍ନୟନ କର୍ତ୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗ ଏବଂ ଓଡ଼ିଶା ରାଜଜ୍ୟ ହାଉସିଂ ବୋର୍ଡ ଦ୍ୱାରା ୧୯୯୫ ମସିହାରୁ ୨୦୧୪ ମଧ୍ୟରେ ଇଚ୍ଛାଧୀନ କୋଟାରେ ପ୍ରାୟ ୧୫ଶହଟି ପ୍ଲଟ, ଫ୍ଲାଟ୍, ଓ ଘର ଆବଣ୍ଟିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଚଳିତ ବର୍ଷ ଅଗଷ୍ଟ ଦୁଇ ତାରିଖରେ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଶାସକ ଦଳର ବରିଷ୍ଠ ନେତାମାନଙ୍କୁ କୌଣସି ନୀତି ନିୟମ ଅନୁସରଣ ନକରି ଓ ବିନା ବିଚାରରେ ଏକାଧିକ ପ୍ଲଟ ଓ ଘର ଇଚ୍ଛାଧୀନ କୋଟାରେ ଦିଆଯାଇ ଥିବା ସିଏଜି ରିପୋର୍ଟକୁ ନେଇ ବିଜେଡ଼ି ସରକାରକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥଲା । ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଟାସ୍କଫୋର୍ସ ଗଠନ କରିôଲେ । ୧୯୯୫ ମସିହା ଜାନୁଆରୀ ପହିଲାରୁ ୨୦୧୪ ଜୁଲାଇ ୩୧ ମଧ୍ୟରେ ସମସ୍ତ ଇଚ୍ଛାଧୀନ ଆବଣ୍ଟନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଇଚ୍ଛାଧୀନ କୋଟାରେ ଗୋଟିଏ ପରିବାରର ଏକାଧିକ ସଭ୍ୟଙ୍କୁ ପ୍ଲଟ ଓ ଫ୍ଲାଟ୍ ଦିଆଯାଇଛି ନାହିଁ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲା । ତଦନ୍ତ ସହ କାଯ୍ୟାନୁଷ୍ଠାନ ପ୍ରସ୍ତାବ ପାଇଁ ମଧ୍ୟ ଟାସ୍କଫୋର୍ସକୁ କ୍ଷମତା ପ୍ରଦାନ କରାଯାଇଥିଲା ।

Mo sapath

Leave A Reply

Your email address will not be published.