Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର….

ଘରୁ ବାହାରିବାକୁ ଭୟ କରୁଛନ୍ତି ସାଧାରଣ ଲୋକ ...

0

ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ  ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ ଲୁଟ କରୁଛନ୍ତି ତ ଆଉ ପାଖରୁ ଭୁଜାଲିରେ ହାଣି ଲୁଟ ହେଉଛି। ତଥାପି ସୁରକ୍ଷା କର୍ମୀମାନେ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରୁ ନାହାନ୍ତି। ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ଯେ, ପ୍ରତ୍ୟେକ ଦିନ ସହିଦନଗରରେ ଏଭଳି ଆତଙ୍କି ଘଟଣା ଘଟୁଥିଲେ ବି ଏହି ଅଂଚଳରେ ଆବଶ୍ୟକୀୟ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଉ ନାହିଁ। ଯାହାଫଳରେ ଲୋଟେରାମାନେ ଲୁଟ କରି ଖସିଯିବାକୁ ସକ୍ଷମ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସହିଦନଗରରେ ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳୁଛି । ରାସ୍ତା ଘାଟ ଓ ଜନ ଗହଳି ପୂଣ୍ଣ ସ୍ଥାନରେ ଅସାମାଜିକ ଯୁବକଙ୍କର ରାଜୁତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରିକି ରାସ୍ତାରେ ଯାଉଥିବା ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଗତ ମଙ୍ଗଳବାର ସନ୍ଧ୍ୟାରେ  ଭବାନୀ ମଲ୍ ସାମ୍ନା ଜନଗହଳି ପୂର୍ଣ୍ଣ ରାସ୍ତାରେ ମାରଣାସ୍ତ୍ର ଧରି ଗୁଣ୍ଡାମାନେ ଗଣ୍ଡଗୋଳ କରି ସହଜରେ ଖସିଯାଇଥିଲେ। ଯାହା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। କମିଶନରେଟ ପୁଲିସର ସ୍ଥାଣୁତା ପାଇଁ ଲୋକେ ପୋଲିସ ଉପରୁ ବିଶ୍ୱାସ ହରାଇବାକୁ ବସିଲେଣି। ସହିଦନଗରର ସୁରକ୍ଷା ପାଇଁ ଅଧିକ ସଂଖ୍ୟାରେ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Mo sapath

Leave A Reply

Your email address will not be published.