Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଗଣମାଧ୍ୟମରେ ଓଡ଼ିଶା ସରକାର ମିଛ ଖବର ପ୍ରଚାର କରୁଛନ୍ତି…କଂଗ୍ରେସ 

0

ଗଣମାଧ୍ୟମରେ ଓଡ଼ିଶା ସରକାର ବିଜ୍ଞାପନ ଦେଇ ମିଛ ଖବର ପ୍ରଚାର କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ।କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି , ଗୃହ ନିର୍ମାଣ ପ୍ରସଙ୍ଗରେ ମିଥ୍ୟା ଓ ଅତିରଞ୍ଜିତ ତଥ୍ୟକୁ ଉପଯୋଗ କରି ସରକାରୀ ବିଜ୍ଞାପନ ପ୍ରକାଶ ପାଉଥିବାରୁ ଗତ ଅକ୍ଟୋବର ମାସରେ ଓଡ଼ିଶା ସରକାରଙ୍କୁ ଆକାଉଣ୍ଟାଣ୍ଟ ଜେନେରାଲ ବି.ବସନ୍ତିଆ ସ୍ପଷ୍ଟୀକରଣ ମାଗିଛନ୍ତି। ବିଜ୍ଞାପନରେ ୨୦୧୪ ଏପ୍ରିଲରୁ ୨୦୧୮ ସେପ୍ଟେମ୍ବର ମାସ ୪ ବର୍ଷ ମଧ୍ୟରେ ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ ପକ୍କାଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି। ଏହି ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଜରିଆରେ କୁହାଯାଇଛି ଯେ “ସମଗ୍ର ଦେଶରେ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ଓଡ଼ିଶା ଅଗ୍ରଣୀ’।
ତେବେ କଂଗ୍ରେସ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ୧୯.୫୩ ଲକ୍ଷ ପକ୍କାଘର ନିର୍ମାଣ ଖବର ସଂପୂର୍ଣ୍ଣ ମିଥ୍ୟା ଏବଂ ଅତିରଞ୍ଜିତ ବୋଲି ଆକାଉଣ୍ଟାଣ୍ଟ ଜେନେରାଲ କହିଛନ୍ତି। ବାସ୍ତବରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟର ୱେବ୍‌ସାଇଟ୍ (ଆବାସସଫ୍ଟ) ଦ୍ୱାରା ସରଜମିନ୍ ତର୍ଜମା ପରେ, ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଥିବା ଜଣାପଡ଼ିଛି। ତେଣୁ ନବୀନବାବୁ ୮ ଲକ୍ଷ ୪୪ ହଜାର ‘ଭୂତଗୃହ’ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି।
ଏହାବ୍ୟତୀତ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଗୃହର ସଂଖ୍ୟା ମାତ୍ର ୪୫% । ଅର୍ଥାତ୍ ବାସ୍ତବରେ ମାତ୍ର ୫ ଲକ୍ଷ ଗୃହ ରାଜ୍ୟ ନିର୍ମାଣ କରିଥିବା ବେଳେ, ନବୀନବାବୁ ମିଛରେ ୧୯ ଲକ୍ଷ ୫୩ ହଜାର ଗୃହ ନିର୍ମାଣ କରିଛନ୍ତିି ବୋଲି ପ୍ରଚାର କରୁଛନ୍ତି। ତେଣୁ ନବୀନ ବାବୁ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ଓ ବିଜ୍ଞାପନ ଜରିଆରେ ତ୍ରୁଟି ସଂଶୋଧନ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Mo sapath

Leave A Reply

Your email address will not be published.