Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ରାଜ୍ୟରେ ଅସୁରକ୍ଷିତ ନାବାଳିକା …………

ପ୍ରଶାସନ ନିରବ ଆଇନକୁ ମାନୁନାହାନ୍ତି ଅପରାଧୀ....

0

ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କୁ ଗଣଦୁଷ୍କର୍ମର ଶିକାର ହେବାକୁ ପଡ଼ୁଛି। ଆଉ ଏସବୁ ଦେଖି  ପ୍ରଶାସନ ନିିରବ ଓ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ ସବୁ   ଜାଣିିିଶୁଣି ଅଜଣା ହୋଇ ବସିଛନ୍ତି  କାହିଁକି  ଏନେଇ ଆଜି ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି। ପୋଲସରା ନାବାଳିକା ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା   ମୁଖ୍ୟମନ୍ତ୍ରୀଙ୍କ    ପାଇଁ ଏକ ଲଜ୍ଜିତ ଘଟଣା ହୋଇଥିବାରୁ ତଥା ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ନୈତିକତା ଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛ ଏହା ସହ ୨୪ ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରାନଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହା ସହିତ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଆସନ୍ତାକାଲି ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବା ସହ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ପିସିସି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ବିଜୟଲକ୍ଷ୍ମୀ ସ।ହୁ କହିଛନ୍ତି  ୮ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଭଳି ଦୁଃଖଦ ଓ ନିନ୍ଦନୀୟ ଘଟଣା ଓଡ଼ିଶା ପାଇଁ ଲଜ୍ଜା। ଏହି ଗଣଦୁଷ୍କର୍ମ ଘଟଣା ପୁଣିଥରେ କୁନ୍ଦୁଲି ଘଟଣାକୁ ମନେ ପକାଇ ଦେଇଛି। କୁନ୍ଦୁଲି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଓଡ଼ିଶା ପୁଲିସର ବିଫଳତା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି।
“ସରକାରଙ୍କ ଏଭଳି ଉଦାସୀନ ମନୋଭାବ ଯୋଗୁ ଓଡ଼ିଶା ଏବେ    ନାବାଳିକା ମାାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ପାଲଟିଛି। ପୋଲସରାରେ ନାବାଳିକା ଦୁଷ୍କର୍ମ ଘଟଣାକୁ ୪୮ଘଂଟା ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି, ସରକାର ନିରବ ହୋଇ ବସିଛନ୍ତି  । ମହିଳା ସୁରକ୍ଷା ଯାତ୍ରା, ମହିଳା ସମାବେଶ ନାଁରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ନିଜର ଆତ୍ମପ୍ରଚାରରେ ବ୍ୟସ୍ତ ରହିଛି” ବୋଲି ଶ୍ରୀମତୀ ସାହୁ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ହୋଇଥିବା ପରେ ମଧ୍ୟ  ମୁଖ୍ୟମନ୍ତ୍ରୀ କିପରି ଚୁପଚାପ  ହୋଇ ବସିଛନ୍ତି ।    ତେଣୁ ରାଜ୍ୟ କଂଗ୍ରେସ ତରଫରୁ ଅପରାଧୀକୁ ଧରିବା ପାଇଁ ୨୪ ଘଣ୍ଟାର ମହଲତ ରାଜ୍ୟ  ସରକାର ଦିଆ  ହୋଇଛି,ଏହା ନହେଲେ  କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେବାସହ ପୀଡ଼ିତାକୁ ତୁରନ୍ତ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ଦଳ ଦାବି କରିଛି। ପିସିସି ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଗସ୍ତ କରିବା ସହ ପୀଡ଼ିତାଙ୍କୁ ଭେଟି ନିଜର ରିପୋର୍ଟ ପିସିସି ସଭାପତିଙ୍କୁ ପ୍ରଦାନ କରିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରଶ୍ମି ମହାପାତ୍ର, ସୋନାଲି ସାହୁ, ଜୟଶ୍ରୀ ପଟ୍ଟନାୟକ ଓ ସ୍ୱାଧୀନବାଳା ଦାସ ପ୍ରମୁଖ ଦେଇଥିଲେ ।

Mo sapath

Leave A Reply

Your email address will not be published.