Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନାବଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ।

ଏକମାସରୁ ଅଧିକ ଦିନ ଧରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ।

0

ବାରିପଦା(ନିରପେକ୍ଷ ଖବର) ତା-୨୨/୦୮-ଘରେ କେହି ନଥିବାର ଫାଇଦା ନେଇ ନାବାଳିକାଙ୍କୁ ଅପହରଣ କରିବା ସହ ଦୀର୍ଘ ୩୫ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭିମଦା ଫାଣ୍ଡି ଅଞ୍ଚଳରେ ଘଟିଯାଇଛି। ଅଭିଯୁକ୍ତ ଜଣକ ନାବଳିକାକୁ ଅପହରଣ କରି ଏଣେ ତେଣେ ରଖି ମରାପିଟା କରି ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତ ମାସ ୧୭ ତାରିଖରେ ବାପା ମା ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିଲେ। ଆଉ ଏହାର ସୁଯୋଗ ନେଇ ସେଇ ଗ୍ରାମର ପଡ଼ିଶା ଘରର ଯୁବକ ରମାକାନ୍ତ ସିଂ ଓରଫ ପାଣ୍ଡେ ନାମକ ହଠାତ୍ ନାବାଳିକାଙ୍କ ଘରକୁ ଆସି ତାଙ୍କର ମା’ଙ୍କର ଦେହ ଖରାପ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କହିଥିଲା। ନାବାଳିକା ଜଣଙ୍କୁ ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ କହିଥିଲା । ଯୁବକ ପାଣ୍ଡେ ଚଞ୍ଚକତା କରି ନିଜ ମଟର ସାଇକେଲରେ ନାବାଳିକା ଜଣକୁ ବସାଇ ଡାକ୍ତରଖାନାକୁ ନେଇଯିବେ ବୋଲି କହି ଘରୁ ନେଇଯାଇଥିଲେ। କିନ୍ତୁ ଡାକ୍ତରଖାନା ପରିବର୍ତ୍ତେ ଯୁବକ ଜଣକ ନାବାଳିକାକୁ ଏକ ଜଙ୍ଗଲ ମଧ୍ୟକୁ ନେଇ ଯାଇ ତାଙ୍କୁ ଦୁଷ୍କର୍ମ କରିଥିଲେ। ଖାଲି ଏତିକି ଅମାନୁଷିକତା ନୁହେଁ ପିଡିତାଙ୍କ ଅଭିଯୋଗ ଅନୁଯାୟୀ ଏହା ପରର ଘଟଣା ଥିଲା ଆହୁରି ସାଙ୍ଘାତିକ।

Advertising:
Blank space

ଗତ ଜୁଲାଇ ମାସ ୧୭ ତାରିଖରେ ଝିଅ ନିଖୋଜ ହେବାପରେ ବିଭିନ୍ନ ଜାଗାରେ ତଥା ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରି ଝିଅକୁ ନପାଇବାରୁ ଜୁଲାଇ ୧୮ ତାରିଖରେ ପ୍ରଥମେ ସ୍ଥାନୀୟ ଭିମଦା ଫାଣ୍ଡିରେ ନାବାଳିକାଙ୍କ ମା ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସେଠାରେ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ଫାଣ୍ଡିରେ ଜଣେ ମହିଳା ତାଙ୍କୁ ପିଟି ମୁଣ୍ଡ ଫଟେଇ ଦେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି ପଡିତାଙ୍କ ମା। ପରେ ଗତମାସ ୧୯ ତାରିଖରେ ବଡ଼ସାହି ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଜାରି ରଖିଥିଲା। ହେଲେ ଘଟଣାର ପୁରା ଗୋଟିଏ ମାସ ପରେ ମଧ୍ୟ ପୋଲିସ ପାଖରେ କୌଣସି ଖବର ନଥିଲା। ଏଣୁ ଝିଅକୁ ନ୍ୟାୟ ଦେବାପାଇଁ ପିଡିତା ଏବଂ ତାଙ୍କର ବାପା ମାଙ୍କ ସହିତ କିଛି ସ୍ବେଚ୍ଛାସେବୀ ସଙ୍ଗଠନର ମହିଳା ମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ। ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପିଡିତା ନାବଳିକାଙ୍କ ମା କହିଥିଲେ। ଏହାପରେ ଗତ ଅଗଷ୍ଟ ୨୦ ତାରିଖରେ ୩୫ ଦିନ ପରେ ଅପହରଣ କାରିର ବାପା ଏବଂ ମା ଏକ କାରରେ ନାବାଳିକା ଝିଅଟିକୁ ଆଣି ଗାଁ ପାଖରେ ଥିବା ଜଙ୍ଗଲରେ ଏକା ଛାଡି ଚାଲିଯାଇଥିଲେ। ଏଥି ସହିତ ଯିବା ସମୟରେ ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଧମକ ଦେଇଥିଲେ ଏବଂ ଥାନରୁ କେସ୍ ଉଠାଇ ନେବା ପାଇଁ କହିବା ସହିତ ଏ ସବୁ ଘଟଣା ସମ୍ପର୍କରେ ଘରେ କାହାକୁ ନକହିବାକୁ ଧମକ ଦେଇଥିଲେ ନହେଲେ ହତ୍ୟା କରିବାର ଧମକ ମଧ୍ୟ ଦେଇଥିଲେ। ଆଉ ଏକ ଆଶ୍ଚର୍ଯ୍ୟର କଥା ଏହିକି ଯେ ଯିବା ସମୟରେ ଅପହରଣକାରୀ ଯୁବକର ମା ପିଡିତା ନାବାଳିକା ପିନ୍ଧିଥିବା ଡ୍ରେସରେ ୩ ଟି ମୋବାଇଲ ନମ୍ବର ଲେଖି ଯାଇଥିଲେ।ଏଥି ମଧ୍ୟରୁ ଗୋଟିଏ ଥିଲା ଅପହରଣ କାରୀ ଯୁବକର ଭଉଣୀର ନମ୍ବର , ଅନ୍ୟଟି ସ୍ଥାନୀୟ ମହିଳା ସମିତିର ଏବଂ ଅନ୍ୟଟି ଏକ ପୋଲିସ ଅଫିସରଙ୍କର ନମ୍ବର।ଯାହାକି ଏକ ସନ୍ଦେହର ପ୍ରଶ୍ନ ସୃଷ୍ଟି କରିଛି। ଏହାପରେ ଉକ୍ତ ନାବାଳିକା ଜଣକ ନିଜ ଘରକୁ ଯାଇଥିଲେ ଏବଂ ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇଥିଲେ। ନାବାଳିକା ଶରୀର ସାରା କ୍ଷତବିକ୍ଷତ ହୋଇଥିବା ବେଳେ ତାକୁ ବହୁ ବାର ଅପହରଣ କାରି ଜଣକ ଦୁଷ୍କର୍ମ କରିଥିବାର ମଧ୍ୟ ସେ କହିଥିଲା। ତେବେ ଏହି ଘଟଣା ନେଇ ବେତନଟୀ ଥାନା ଅଧିକାରୀ ଅଶୋକ କୁମାର ନାୟକ ଏହି ଦୁଷ୍କର୍ମ ଘଟଣାରେ ବଡ଼ସାହି ଥାନା କେସ ନମ୍ବର ୯୪/୨୦ରେ ପ୍ରଥମେ ଅଭିଯୁକ୍ତ ରମାକାନ୍ତ ସିଂ ଓରଫ ପାଣ୍ଡେର ବାପା ଓ ମା ଙ୍କୁ ଗିରଫ କରିଥିବା ବେଳେ ଦୁଇଟି ଟିମ ସହାୟତାରେ ଅଭିଯୁକ୍ତଙ୍କୁ ଖୋଜା ଖୋଜି କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିଲେ। ଶେଷରେ ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ରମାକାନ୍ତ ସିଂ ଓରଫ ପାଣ୍ଡେକୁ ଗିରଫ କରାଯାଇଥିବାର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Mo sapath

Leave A Reply

Your email address will not be published.