Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

୨୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର : ବିଜେପି

0

ଫ୍ରାଂଚାଇଜି ଦେବା ବେଳେ ଯାହା ନିୟମ ଥିଲା ବିକିଲାବେଳେ ତାଠୁ କୋହଳ ନିୟମ
ବିନା ଅଭିଜ୍ଞତାରେ ବି ଆବେଦନ କରିପାରିଲା ଇଣ୍ଡିଆ ପାଓାର
କନୋସୋର୍ଟିୟମ ଟେଣ୍ଡର ଭଳି ଦ୍ୱନ୍ଦାତ୍ମକ ପ୍ରକିୟାରେ କାହିଁକି କରାଯାଉଛି ଟେଣ୍ଡର
ସରକାର ୧୦୦ ପ୍ରତିଶତ ବିକିବେ କି ୫୧ ପ୍ରତିଶତ ବିକିବେ ତାହା ନିଜେ ଜାଣି ନାହାନ୍ତି
ବିଦ୍ୟୁତ ବିତରଣ ପାଇଁ ଏପରି ସଂସ୍ଥାକୁ ଟେକି ଦେଇଛନ୍ତି ଯାହାର କିଛି ସ୍ଥାୟିତ୍ୱ ନାହିଁ
ନିର୍ବାଚନ ଆଗରୁ ନିର୍ବାଚନୀ ଚାନ୍ଦା ଆଦାୟ ପାଇଁ ମସୁଧା କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର,ତା୨୦/୧୨  ନିରପେକ୍ଷ ଖବର: ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା
ବିଡିଙ୍ଗ ପ୍ରକ୍ରିୟାରେ ରାଜ୍ୟ ସରକାର ଜାଣିଶୁଣି କୋହଳତା କରି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲାଭଳି ନିୟମ
କରିଛନ୍ତି । ବିଜୁଳି ବିତରଣ ଭଳି ଗୁରୁତ୍ୱପୂର୍ଣ ସେବା କ୍ଷେତ୍ରରେ ଏକ ଅନାମଧ୍ୟେୟ କଂପାନୀ ହାତରେ ବିଜୁଳି
ବିତରଣକୁ ଟେକି ଦିଆଯାଇଛି । ସେସୁର ଚେୟାରମ୍ୟାନ ବିଜୁଳି ବିତରଣ କମ୍ପାନୀ ପରିଚାଳନାର ଭାର ଏକ
ନିଦିଷ୍ଟ କମ୍ପାନୀକୁ ଦେଇ ସେହି ଦୁର୍ନିତିର ଷଡଯନ୍ତ୍ରର ଅଙ୍ଗ ଭାବେ ୧୦୦୦ କୋଟିର ଡିଲ କରିଛନ୍ତି ବୋଲି
ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଏହି ଡିଲ
ଅର୍ଥ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ପାଣ୍ଠି ଭାବରେ ଖର୍ଚ୍ଚ ହେବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ସାମନ୍ତସିଂହାର କହିଛନ୍ତି ଯେ ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛା ବଛା ଶକ୍ତି
ବିତରକ କମ୍ପାନୀମାନେ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି । ଭାରତରେ ଟାଟା ପାଫ୍ୱାର,
ରିଲାଏନ୍ସ, ଆଦାନୀ, ଟୋରେଟଂ, ସିଇଏସସିଙ୍କ ସହ ଅନେକ ବଡ ବଡ ଏବଂ ଅଭିଜ୍ଞତା ସଂପନ୍ନ କଂପାନୀ
ଥିବାବେଳେ ରାଜ୍ୟସରକାର କାହିଁକି ଯେଉଁ କପାଂନୀର ଅଭିଜ୍ଞତା ନାହିଁ ଏବଂ ପାଷ୍ଟ ହିଷ୍ଟୋରି ଭଲ ନାହିଁ,
ସେହିଭଳି ଏକ କମ୍ପାନୀକୁ ବାଛିବାକୁ ଯାଉଛନ୍ତି ତାହା ଏକ ସାଙ୍ଘାତିକ କଥା ।

ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାପାଇଁ ହୋଇଥିବ ଟେଣ୍ଡରରେ
କନ୍ସୋସିୟମ୍ ବିଡିଙ୍ଗ, ଯାହା ଏକ ସଂନ୍ଦିଗ୍ଧ ପ୍ରକିୟା ଭଳି ମନେହେଉଛି ସେହି ପ୍ରକିୟାରେ ଇଣ୍ଡିଆ ପାଓାର
କମ୍ପାନୀ କିଭଲି ଜାଣିଶୁଣି ଠକି ଚାଲିଯିବ ସେହିଭଳି ବାଟ ଦେଖାଇଲା ଭଲି ନିୟମ କରିଛନ୍ତି ରାଜ୍ୟସରକାର ।
ଯେଉଁ କପାଂନୀ ୧୦୦୦ରୁ ଊଦ୍ଧ୍ୱର୍ ଗ୍ରାହକଙ୍କୁ ବିଜୁଳି ଯୋଗାଇବାର ଯୋଗ୍ୟତା ନାହିଁ ସେହି ସଂସ୍ଥାମାନଙ୍କୁ
କେମିତି ସେସୁକୁ ବିକ୍ରି କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାମନ୍ତ ସିଂହାର କହିଛନ୍ତି ।
ଯେତେବେଳେ ରାଜ୍ୟ ସରକାର ବିଜୁଳି ବିତରଣର ଫ୍ରାଚାଇଜଂ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ
ସେତେବେଳେ ନିୟମ ଥିଲା କି ଯେଉଁ କପାଂନୀର ସର୍ବନିମ୍ନ ୪୦% ଗ୍ରାହକଙ୍କୁ ବିଦ୍ୟୁତ ବିତରଣ କରିବାର କ୍ଷମତା
ଥିବ ସେହି କମ୍ପାନୀକୁ କେବଳ ପ୍ରାଚାଂଇଜ୍କୁ ମିଳିପାରିବ । ଏବେ ଯେତେବଳେ ରାଜ୍ୟ ସରକାର ଏହାକୁ ବିକ୍ରି
କରୁଛନ୍ତି ଏହାର ମାନଦଣ୍ଡକୁ ଆହୁରି କଡାକଡି କରିବା କଥା । କିନ୍ତୁ ରାଜ୍ୟ ସରକାର ଆଶ୍ଚର୍ଯ୍ୟ ଜନକ ଭାବେ
“ସର୍ବନିମ୍ନ ୪୦ ପ୍ରତିଶତ ଗ୍ରାହକ” ନିୟମକୁ ଉଠାଇଦେଇ କେବଳ ଲାଇସେନ୍ସ ଥିବା ଲୋକ ହିଁ ଆବେଦନ
କରିପାରିବ ସେପରି ନିୟମ କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ।
ଏପରିକି ରାଜ୍ୟସରକାର ସେସୁକୁ ବିକ୍ରି କରିବାର ପ୍ରକ୍ରିୟାକୁ ମଧ୍ୟ ସ୍ପଷ୍ଟ କରିନଥିବାବେଳେ ଏହା ଖୋଲା ଟେଣ୍ଡର
କାହିଁକି କରିନଥିଲେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ସେସୁର ୧୦୦ ପ୍ରତିଶତ
ବିକିବେ କି ୫୧ ପ୍ରତିଶତ ବିକିବେ ତାହା ସ୍ପଷ୍ଟ କରିନଥାଇ ବିକ୍ରି ପାଇଁ ଚୁଡାନ୍ତ କରିବା ଏକ ହାସ୍ୟାସ୍ପଦ ଘଟଣା
ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

Mo sapath

Leave A Reply

Your email address will not be published.