Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବ ? କଂଗ୍ରେସ

0

ଦେଶର ସର୍ବୋଚ୍ଚ ତଦନ୍ତ ଏଜେନ୍ସୀ ସିବିଆଇରେ ସଙ୍କଟ ଦେଖାଦେଇଥିବାବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ନିରବତା ଅବଲମ୍ବନ କରିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କେନ୍ଦ୍ର ସରକାରଙ୍କ ଦୁର୍ନୀତି ଚପାଇବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କ ରାତିଅଧିଆ ବଦଳିକୁ ବିରୋଧ କରି ରାଜ୍ୟ କଂଗ୍ରେସ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ କରାଯାଇଥିଲା।ନିରଞ୍ଜନ କହିଛନ୍ତି ଯେ ସିବିଆଇ ଉପରେ ଆକ୍ରମଣ ହେଉଥିବାବେଳେ ଆମର ମୁଖ୍ୟମନ୍ତ୍ରୀ ଓ ବିଜେଡି ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଛନ୍ତି। ତାହା ତାଙ୍କୁ ଦୁଃଖ ଦେଉଛି କିନ୍ତୁ ଆଶ୍ଚର୍ଯ୍ୟ କରୁନି। କାରଣ ବିଜେପି ଓ ବିଜେଡି ଭାଇଭାଇ ତଥା ପରସ୍ପରକୁ ସହଯୋଗ କରିଥାନ୍ତି।ଅପରପକ୍ଷରେ ବିକ୍ଷୋଭ ପ୍ରଦର୍ଶନବେଳେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସିବିଆଇରେ ଦ୍ୱିତୀୟ ସ୍ଥାନରେ ଥିବା ରାକେଶ ଅସ୍ଥାନା ଓଡ଼ିଶା ଆସି ଚିଟଫଣ୍ଡ ଦୁର୍ନୀତିର ଖୋଳତାଡ଼ କରିଥିଲେ। କିନ୍ତୁ କ’ଣ ହେଲା କେଜାଣି ତା’ପରଠୁ ସିବିଆଇ ତଦନ୍ତ ପୁରା ବନ୍ଦ ହୋଇଗଲା। ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ନିଜର ଜମା ଅର୍ଥ ପାଇନଥିବାବେଳେ ସିବିଆଇ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କୌଣସି ଏକ ଡିଲ୍ ହୋଇଗଲା।ରାଫେଲ୍ ଦୁର୍ନୀତିର ତଦନ୍ତକୁ ଚପାଇ ଦେବା ପାଇଁ ସିବିଆଇ ନିର୍ଦ୍ଦେଶକ ଥିବା ଆଲୋକ ବର୍ମାଙ୍କୁ ରାତିଅଧିଆ ବଦଳି କରାଯାଇଛି ବୋଲି ଅଭିଯୋଗ କରି ଦେଶରେ ହିଟଲରୀ ଶାସନ ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଚକ୍ରାନ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସିବିଆଇର ସର୍ବୋଚ୍ଚ ଅଧିକାରୀଙ୍କୁ ବିନା ସୂଚନାରେ ରାତି ଅଧିଆ ଛୁଟିରେ ପଠାଇବା ଓ ଅନ୍ୟ କାହାକୁ ନିଯୁକ୍ତି ଦେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଏହି ବିକ୍ଷୋଭ ପ୍ରଦର୍ଶନରେ ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ଭୁବନେଶ୍ୱର ଜିଲ୍ଲା ସଂଗଠନର ପଦାଧିକାରୀ ଓ କର୍ମୀମାନେ ସାମିଲ ହୋଇଥିଲେ ।

 

 

 

 

 

 

Mo sapath

Leave A Reply

Your email address will not be published.