Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଦୋଷୀ ବୋଲି ଦାବିକରିଛନ୍ତି…..

0

ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ବାତ୍ୟାଞ୍ଚଳ ଦେଖିବାପରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ମିଛରେ ନାନା ପ୍ରକାର ସାହାଯ୍ୟ ଘୋଷଣା କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ରେ ରହିବେ। ଗଜପତି ଜିଲ୍ଲାର  ଗ୍ରାମରେ ୧୮ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାଜ୍ୟ ସରକାର ଉକ୍ତ ଗ୍ରାମ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଥିବା ଏବଂ ସେଠାକୁ ଗମନାଗମନ ସୁବିଧା ନଥବା ଦର୍ଶାଇ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ଉଦ୍ୟମ କରୁଛନ୍ତି। ରାଜ୍ୟବାସୀଙ୍କୁ ସ୍ମରଣ କରାଇଦେଇ ଶ୍ରୀ ସିଂହ କହିଛନ୍ତି ଯେ, ୨୦୧୬ରେ ନଗଡ଼ାରେ ପୁଷ୍ଟିହୀନତା ଜନିତ ମୃତ୍ୟୁ ଘଟଣା ପରେ ନବୀନ ବାବୁ କହିଥିଲେ- ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ନିମନ୍ତେ ସବୁଦିନିଆ ରାସ୍ତା ନିର୍ମାଣ କରିବେ। ସେଥିପାଇଁ ସରକାର ୧୫୦ଟି ଗାଁକୁ ଚିହ୍ନଟ କରିଥିଲେ। ଦୁଇବର୍ଷରୁ ଅଧିକ ସମୟ ଅତିବାହିତ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିଥିଲେ, ୧୮ଜଣ ଆଦିବାସୀଙ୍କ ଜୀବନ ସୁରକ୍ଷିତ ରହିପାରିଥାନ୍ତା ବୋଲି ଶ୍ରୀ ସିଂହ କହିଛନ୍ତି।
ସେହିପରି ବାତ୍ୟା ପ୍ରସ୍ତୁତିବେଳେ ଗୋଟିଏ ହେଲେ ଜୀବନ ହାନି ଘଟାଇବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କେବଳ ଗଣମାଧ୍ୟମରେ ପ୍ରଚାର କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ବାତ୍ୟା ଓ ବର୍ଷାରେ ୭୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର ହୋଇଥିଲେ ସୁଦ୍ଧା ସରକାରୀ ମୃତ୍ୟୁସଂଖ୍ୟା ମାତ୍ର ୬୧ରେ ରହିଛି। ରାଜ୍ୟ ସରକାର ଭାରତୀୟ ପାଣିପାଗ ବିଭାଗର ପୂର୍ବ ସତର୍କ ସୂଚନାକୁ ଗୁରୁତ୍ୱର ସହିତ ଗ୍ରହଣ କରି ତାହାର ଆଧାରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ସ୍ଥାନୀୟ ସ୍ତରରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲେ ଏଭଳି ମୃତାହତ ଘଟଣାକୁ ରୋକାଯାଇ ପାରିଥାନ୍ତା। ସମୁଦାୟ ପ୍ରଶାସନ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିବା ଜିଲ୍ଲା ଗଞ୍ଜାମ ଉପରେ ଦୃଷ୍ଟି ରଖିଲା। ବାତ୍ୟା ‘ତିତ୍ଲି’ ସ୍ଥଳଭାଗକୁ ପ୍ରବେଶ କରିବା ଦିନ ଏସଆରସିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରୁ ଏହି ଅଭିଯୋଗ ସତ ପ୍ରମାଣିତ ହୋଇଛି।ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା , ତିତଲି ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ବାତ୍ୟା ପରବର୍ତ୍ତୀ ସମୟରେ ବର୍ଷା ହେବା ଆଶା କରାଯାଉନଥିଲା ବୋଲି ସରକାର ପ୍ରମାଣିତ କରିବାକୁ ଚାହୁଁଛନ୍ତି, ତାହା ମିଛ ବୋଲି ପ୍ରମାଣିତ ହେଉଛି। ଗଣମାଧ୍ୟମ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସରକାରୀ ସଂସ୍ଥାଗୁଡିକ ରିଲିଫ ପରିଚାଳନା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ତୁରନ୍ତ ପୁନର୍ଗଠନ କାର୍ଯ୍ୟ ହାତକୁ ନେବାରେ ବିଫଳ ହୋଇଛନ୍ତି। ଏହାବ୍ୟତୀତ ପ୍ରଭାବିତ ଅଂଚଳରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟ ଧୀର ଗତିରେ ଚାଲିଥିବାରୁ ତାହାକୁ ଶ୍ରୀ ସିଂହ ସମାଲୋଚନା କରିଛନ୍ତି।
ଏହି ସାମ୍ବାଦିକ ସମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଏଆଇସିସି ଯୁଗ୍ମ ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ

Mo sapath

Leave A Reply

Your email address will not be published.