Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପୋଲିସ ଅଫିସର ଙ୍କୁ ସରକାରଙ୍କ ଅଣଦେଖା କାହିଁକି ?

ପୋଲିସ ଅଫିସର ଙ୍କ ଠାରୁ ଛଡ଼ାଇ ନିଆ ଯାଉଛି ସେମାନଙ୍କର ପରିବାର ପୋଷିବାର କ୍ଷମତା

0

**୧୫ ହଜାର ରେ ୧୮ ଘଂଟା କାମ କରୁଛନ୍ତି ପୋଲିସ ଏ.ଏସ.ଆଇ, ୯ ହଜାର ରେ ଖଟୁଛନ୍ତି କନେଷ୍ଟବଳ**

ନିରପେକ୍ଷ ଖବର:ତା ୨୩/୦୬ (ରାଜେଶ କୁମାର ଲେଙ୍କା) (କଟକ):ସରକାରଙ୍କ ତରଫରୁ ବାରମ୍ବାର ପ୍ରଚାର ଓ ପ୍ରସାର କରାଯାଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବା ପାଇଁ,କିନ୍ତୁ ବାସ୍ତବରେ କହିବାକୁ ଗଲେ କରୋନା ଯୋଦ୍ଧା ମାନେ କଣ ଏହି ସମ୍ମାନ କୁ ନେଇକି ସେମାନଙ୍କର ପରିବାର ପୋଷିବେ। କରୋନା ଯୋଦ୍ଧାଙ୍କ ସମସ୍ୟା ଉପରେ ସରକାରଙ୍କ ନଜର ପଡୁନାହିଁ ଓ ସେମାନଙ୍କ ସମସ୍ୟା ଉପରେ ମଧ୍ୟ ଗୁରୁତ୍ବ ଦିଆ ଯାଉନାହିଁ। ଓଡ଼ିଶା ସରକାରଙ୍କ ଅଧିନରେ ଚାକିରି କରିଥିବା ପୋଲିସ ଏବେ ଆଗ ଧାଡ଼ିର କରୋନା ଯୋଦ୍ଧା ପାଲଟିଛନ୍ତି,କିନ୍ତୁ ସେମାନଙ୍କୁ ସେମାନଙ୍କ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ମିଳୁ ନଥିବାରୁ ପୋଲିସ ଅଫିସରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଓ ସେମାନଙ୍କର ପରିବାର ର ଭରଣ ପୋଷଣ ପାଇଁ ସେମାନେ ଏକ ପ୍ରକାର ଅକ୍ଷମ ହୋଇ ପଡିଛନ୍ତି।ଓଡ଼ିଶା ସରକାରଙ୍କ ଅଧିନରେ ଚାକିରି କରୁଥିବା ଏସଆଇ ଙ୍କୁ ୧୫,୦୦୦ ଟଙ୍କା ମିଳୁଥିବା ବେଳେ କନେଷ୍ଟବଳ ଙ୍କୁ ୯୦୦୦ ରୁ କମ ଟଙ୍କା ମିଳୁଛି ଏବଂ ଏହା ମଧ୍ୟ କେତେକ ସମୟରେ ଠିକ୍ ଭାବରେ ମିଳୁ ନାହିଁ ବୋଲି ପୋଲିସ ଅଫିସର କହିଛନ୍ତି,ଯାହାକୁ ନେଇକି ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।କିନ୍ତୁ ସେମାନେ ଖୋଲାଖୋଲି ଏହାର ବିରୋଧ ମଧ୍ୟ କରି ପାରୁ ନାହାଁନ୍ତି।ବିଶେଷ କରି ନୂଆ କରି ଯୋଗ ଦେଇ ଥିବା କର୍ମଚାରୀ ମାନେ ଏବେ ବହୁତ ଅସୁବିଧାରେ ଅଛନ୍ତି।ସରକାରୀ ଚାକିରୀ କରି ମଧ୍ୟ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି।୨୦୧୩ ମସିହା ପରଠାରୁ ପୋଲିସ ବିଭାଗରେ ଚୁକ୍ତଭିତ୍ତିକ ନିଯୁକ୍ତି ଭାବରେ ଉଭୟ ଏସଆଇ ଓ କନେଷ୍ଟବଳ ଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଥିଲା ଏବଂ ୬ ବର୍ଷ କାମ କରିବା ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା।ଏହାପରେ ୨୦୧୫ ମସିହାରେ ଏସଆଇ ମାନଙ୍କ ପାଇଁ ଯେଉଁ ପଦବୀ ବାହାରି ଥିଲା ସେମାନଙ୍କୁ

Blank space
Advertising

୨୦୧୯ ମସିହା ରେ ନିଯୁକ୍ତି ମିଳୁଥିଲା। ଆହୁରି ଅନେକ ଏସ ଆଇ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇ ଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳି ପାରି ନାହିଁ।ଅଫିସ୍ ସୂଚନା ଅନୁଯାୟୀ ୨୦୨୧ ରେ ଏହି ନିଯୁକ୍ତି ମିଳିବ ବୋଲି ଜଣା ପଡିଛି ।ସେହିଭଳି କନେଷ୍ଟବଳ ଙ୍କୁ ମୋଟ ୯୦୦୦ ଟଙ୍କା ମିଳୁଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚିଛି ୮୦୦୦ ଟଙ୍କା,ସେଥିରେ ନିଜର ଖର୍ଚ୍ଚ ଓ ପରିବାର ଭରଣ ପୋଷଣ କଥା ନ କହିବା ଭଲ। ବର୍ତ୍ତମାନ ଓଡ଼ିଶା ପୋଲିସ କାର୍ଯ୍ୟ କ୍ଷେତ୍ରରେ ଦେଶରେ ଏକ ନମ୍ବର।ସେମାନେ ୨୪ ଘଣ୍ଟାରୁ ୧୬ ଘଣ୍ଟା ପରିଶ୍ରମ କରୁଛନ୍ତି।ଦରମା କଥା କହିବାକୁ ଗଲେ ଦେଶରେ ସବୁଠୁ କମ ପାରିଶ୍ରମିକ ମିଳୁଛି ଓଡ଼ିଶା ପୋଲିସ ଙ୍କୁ।ପୋଲିସ ଏସ ଆଇ ଙ୍କୁ ପୋଲିସ ବାହିନୀର ମେରୁଦଣ୍ଡ ବୋଲି କୁହା ଯାଇଥାଏ।ସେମାନେ ପ୍ରାୟତଃ ବିଭାଗର ସମସ୍ତ ତଦନ୍ତ ଭାର ଗ୍ରହଣ କରିଥାନ୍ତି।ସପ୍ତମ ବେତନ କମିଶନଙ୍କ ନିୟମ ଅନୁସାରେ ସେମାନଙ୍କୁ ୧୯ ହଜାର ଏବଂ କନେଷ୍ଟବଳ ଙ୍କୁ ୧୫ ହଜାର ପାରିଶ୍ରମିକ ମୂଲ୍ୟ ମିଳିବା କଥା ସେତିକି ମଧ୍ୟ ସେମାନଙ୍କୁ ଦିଆ ଯାଉନାହିଁ। ଯାହାକୁ ନେଇକି ଅଫିସର ଓ କନେଷ୍ଟବଳ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏପରି ସ୍ଥଳେ ଏତେ କମ ଦରମାରେ ପରିବାର ପୋଷିବା କଷ୍ଟକର ହୋଇ ପଡିଛି।ଦେଶରେ ଓଡିଶା ପୋଲିସ ସର୍ବାଧିକ ପରିଶ୍ରମ କରୁଥିବା ଏକ ରିପୋର୍ଟ ରୁ ଜଣା ପଡିଥିଲା।ଯଦି ସମୟ ପୂର୍ବରୁ ଏସବୁ ସମସ୍ୟା ର ସମାଧାନ କରା ନ ଯାଏ,ତେବେ ଆଗାମୀ ଦିନରେ ସରକାର ଉତ୍ତର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ଏଭଳି କ୍ଷେତ୍ରରେ ପୋଲିସ ଅଫିସର ମାନଙ୍କର ଏହି ଦୁର୍ଦ୍ଦିନ ଅବସ୍ଥା ଉପରେ ଦୃଷ୍ଟି ପକାଇ ସମସ୍ୟା ର ସମାଧାନ କରିବା ପାଇଁ ସରକାର ଙ୍କୁ ଅନୁରୋଧ କରାଯାଇଛି।

Mo sapath

Leave A Reply

Your email address will not be published.