Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଭୁବନେଶ୍ୱର ରନ୍‌ୱେ ୱିକ୍ ଓ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼

 ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପରିବେଷଣ କଲେ ୬ଜଣ ଡ଼ିଜାଇନର୍‌...

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୩/୧୦ ଉତ୍ସବ ହେଉ କିମ୍ବା ଯେକୌଣସି ପର୍ବପର୍ବାଣୀ ସବୁ ସମୟରେ ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବା ନିମେନ୍ତ ସମସ୍ତଙ୍କ ମନରେ ରହିଥାଏ ଅଦମ୍ୟ ଉତ୍ସାହ । ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁ ଲୁକ୍‌ରେ ନିଜକୁ ପରଷି ଦେବାପାଇଁ ଲୋକଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନ୍‌ର୍ ମାନେ ପ୍ରସ୍ତୁତ କରିଥାନ୍ତି ନୂତନ ଓ ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ । ଏହି ନୂଆ ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ସପ୍ତମ ସଂସ୍କରଣ ଓ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୬ ଜଣ ଡ଼ିଜାଇନର୍ ନିଜର ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍‌ୱେ ୱିକ୍‌ରେ ଯୋଗଦେଇଥିବା ଡ଼ିଜାଇନର୍ ମାନଙ୍କ ମଧ୍ୟରେ “ଲେବେଲ୍ ପ୍ରିୟେଜ”ର ପ୍ରିୟା ମହାପାତ୍ର, ହାଣ୍ଡିକ୍ରାପ୍ଟ ଓ ଛୁଞ୍ଚିରେ ବୁଣା ଯାଇଥିବା ଡ଼୍ରେସ୍ ପ୍ରଦର୍ଶନ କରିଥିଲେ । ‘ଆମିରାହା ଡ଼ିଜାଇନ୍‌ର ଷ୍ଟୁଡ଼ିଓ’ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଲିଭିଙ୍ଗ୍ ଫେରି ପୋଷାକ ପ୍ରଦର୍ଶିତ କରାଯାଇଥିଲା । ‘ଦି ମୋହଜ୍‌’ ବ୍ରାଣ୍ଡ୍‌ର ସୋନିକା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ରିସୋର୍ଟ ପୋଷାକ ପରିଧାନ ଦେଖିବାକୁ ମିଳିଥିଲା । ସେହିପରି ସତ୍ୟ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ମୁଣ୍ଟାଜିର୍ କଲେକ୍‌ସନ୍‌ରେ ଓଡ଼ିଶାର ହ୍ୟାଣ୍ଡଲୁମ୍‌, କୋଟପଡ଼୍ ଓ ସମ୍ବଲପୁର କପଡ଼ା ଖୁବ୍ ଆକର୍ଷଣୀୟ ହୋଇଥିଲା । ଦକ୍ସା ଡ଼ିଜାଇନ୍ ଷ୍ଟୁଡ଼ିଓର ଡ଼ିଜାଇନ୍‌ର ସାବିତ୍ରୀ ପାଣିଗ୍ରାହୀଙ୍କ ଦ୍ୱାରା ବିବାହ ଓ ପାର୍ବଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଡ଼ିଜାଇନ୍ ପ୍ରଦର୍ଶିତ କରାଯାଇଥିଲା । ଏହା ସହ ଗ୍ରେସ୍ ଷ୍ଟୁଡ଼ିଓର ପ୍ରତିଷ୍ଠାତା ଅସମିତ୍ ଆନନ୍ଦଙ୍କ ଏରିକା କଲେକ୍ସନ୍ ଅତି ଆକର୍ଷଣୀୟ ହୋଇଥିଲା । ଭୁବନେଶ୍ୱର ରନ୍‌ୱେ ୱିକର୍ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିସ୍ ୟୁନିଭର୍ସ ୨୦୨୦ର ତୃତୀୟ ରନର୍ସ ଅଫ୍ ଆଡ଼୍‌ଲିନ୍ କାଷ୍ଟେଲିନୋ, ଓଲିଉଡ଼୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ପ୍ରିୟା ଚୌଧୁରୀଙ୍କ ସହ ବହୁ ମାନ୍ୟଗନ୍ୟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଜାଇନର୍ ମାନଙ୍କ ଦ୍ୱାରା ପ୍ରଦର୍ଶିତ ର‌୍ୟାମ୍ପ ସୋ ରେ ଦର୍ଶକ ବିମୋହିତ ହେବାସହ କଳାକୃତିକୁ ଭୁୟଷୀ ପ୍ରଶଂସା କରିଥିଲେ । ଏହି ଅବସରରେ ୧୬ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଓଡ଼ିଶା ଫ୍ୟାସନ୍ ଓ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ସମ୍ମାନୀତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଇଭୋସ୍ ବିଲ୍ଡ କନ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ଗାୟତ୍ରୀ ଦେବୀ ଗ୍ରୁପ୍‌ର ନିର୍ଦ୍ଦେଶକ ନିରୂପମା ବିଶ୍ୱାଳ, ଇଣ୍ଡଲଜ୍ ସେଲୁନ୍‌ର ପ୍ରତିଷ୍ଠାତା ସୁକୀର୍ତ୍ତୀ ପଟ୍ଟନାୟକ, ଦକ୍ସା ଡ଼ିଜାଇନ୍ ଷ୍ଟୁଡ଼ିଓର ନିର୍ଦ୍ଦେଶିକା ସାବିତ୍ରୀ ପାଣିଗ୍ରାହୀ, ଲେବେଲ୍ ଋତୁପର୍ଣ୍ଣୋ ବ୍ରାଣ୍ଡ୍‌ର ପ୍ରତିଷ୍ଠାତା ମନିସା ଋତୁପର୍ଣ୍ଣା, ପ୍ରିୟସ୍‌ର ଡ଼ିଜାଇନର୍‌ର ପ୍ରିୟା ମହାପାତ୍ର, ଗ୍ଲାମ ଅଫ୍ ବାଏ ସୋନାଲିର ପ୍ରତିଷ୍ଠାତା ସୋନାଲି ମିଶ୍ର, ଗଡ଼ଜିୟସ୍ ବ୍ରାଇଡ଼୍ ବାଏ ଲୋପାର ପ୍ରତିଷ୍ଠାତା ଲୋପାମୁଦ୍ରା ପ୍ରଧାନ, ଆଶୁତୋଷ ଫଟୋ ମ୍ୟାଜିକ୍‌ର ପ୍ରତିଷ୍ଠାତା ଆଶୁତୋଷ ସାହୁ, ବିଶ୍ୱମ୍ ଜୁଏଲର୍ସର ପ୍ରତିଷ୍ଠାତା ସାନ୍ତନୁ କୁମାର ପାତ୍ର, ଶିଳ୍ପୀ ସିଟିର ପ୍ରତିଷ୍ଠାତା ଅଭିପ୍ସା ପଟ୍ଟନାୟକ, ଆଇ.ଏନ୍‌.ଆଇ.ଏଫ୍‌.ଡ଼ି ଭୁବନେଶ୍ୱରର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା, ଅଲ୍‌ଟାଇମ୍ ଫିଟ୍‌ନେସ୍‌ର ପ୍ରତିଷ୍ଠାତା ବିଜନ କୁମାର ବାରିକ୍‌, ଷ୍ଟେୟାର୍ ୱେ ଡ଼ିଜାଇନ୍ସର ମ୍ୟାନେଜିଙ୍ଗ୍ ପାର୍ଟନର୍ ଭୋଳାନାଥ ମହାନ୍ତି, ଚାର୍ମ ୱେଲ୍‌ନେସ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ମୃତି ମହାପାତ୍ର, ରିଫ୍ଲେକ୍ସନ୍‌ର ମ୍ୟାନେଜିଙ୍ଗ୍ ପାର୍ଟନର୍ ନମିତା ଶତପଥୀ ପ୍ରମୁଖଙ୍କୁ ଓଡ଼ିଶା ଫ୍ୟାସନ୍ ଆଣ୍ଡ୍ ଲାଇଫ୍ ଷ୍ଟାଇଲ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା ।

Mo sapath

Leave A Reply

Your email address will not be published.