Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆଦିବାସୀମେଳାର ସଂଧ୍ୟା ଦର୍ଶକଙ୍କ ମନ ମୋହୁଛି ଜନଜାତି କଳାକାରଙ୍କ ପାରମ୍ପରିକ ନୃତ୍ୟ

0

ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୧-ଆଦିବାସୀମେଳାର ମୁଖ୍ୟ ଆକର୍ଷଣ ସାଜିଛି ପାରମ୍ପରିକ ଜନଜାତି ନୃତ୍ୟ । ପ୍ରତ୍ୟେହ ସଂଧ୍ୟା ୬ଟାରୁ ୮.୩୦ ପର୍ଯ୍ୟନ୍ତ ବାଦ୍ୟର ତାଳେ ତାଳେ ଜନଜାତି କଳାକାରଙ୍କ ନୃତ୍ୟ ଦେଖିବାପାଇଁ ଦର୍ଶକଙ୍କ ବେଶ୍ ଭିଡ ଜମୁଛି । ଗତକାଲି ମେଳାରେ ପାରଳାଖେମୁଣ୍ଡିର ସଉରା ନୃତ୍ୟ, ବଣାଇର ମୁଣ୍ଡାରି ଓ କିସାନ ନୃତ୍ୟ, ନବରଙ୍ଗପୁରର ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ପୂର୍ବ ଦୁଇଦିନରେ ମଧ୍ୟ ଅନ୍ୟ ଜିଲ୍ଲାରେ କଳାକାରମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ । ଜାନୁୟାରୀ ୨୬ ତାରିଖରୁ ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଆଦିବାସୀମେଳାରେ ପୂର୍ବବର୍ଷ ଭଳି ଜାତୀୟ ଆଦିବାସୀ ନୃତ୍ୟ ଜାନୁୟାରୀ ୩୧ ରୁ ଫେବୃୟାରୀ ୨ ଯାଏଁ ମହୋତ୍ସବ ଅନୁଷ୍ଠିତ ହେଉଛି । ମେଳା ପରିସରରେ ସ୍ଥାପିତ ସୁସଜ୍ଜିତ ମଣ୍ଡପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଆଦିବାସୀ କାଳକାରମାନେ ସେମାନଙ୍କର ନୃତ୍ୟ ପରିବେଷଣ କରିବା ସମୟରେ ଦର୍ଶକଙ୍କ ଭିଡ ବାରିହୋଇ ପଡୁଛି । ପାରମ୍ପରିକ ବାଦ୍ୟର ତାଳେ ତାଳେ ଆଦିବାସୀ ରମଣୀଙ୍କ ଚମତ୍କାର ନୃତ୍ୟ କେବଳ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁନାହିଁ ଅନେକ ଏହାକୁ ନିଜ ନିଜ କ୍ୟାମେରାରେ ମଧ୍ୟ ତୋଳି ଧରୁଛନ୍ତି । ଗୋଟିଏ ମଂଚରେ ଏତେ ସଂଖ୍ୟାରେ ଜନଜାତି କଳାକାରଙ୍କ ନୃତ୍ୟ ଦେଖିବା କେବଳ ଆଦିବାସୀ ମେଳାରେ ସମ୍ଭବ ହୋଇଥାଏ ବୋଲି ମେଳା ଦାୟିତ୍ୱରେ ଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି ।

Advertising:
Blank space

ସେ କହିଛନ୍ତି ଯେ ମେଳା ପରିସରରେ ପ୍ରତିଦିନ ୭ଟି ନୃତ୍ୟ ପରିବେଷଣର ବ୍ୟବସ୍ଥା ହୋଇଛି । ଏଥିପାଇଁ ଓଡିଶାର ବିଭିନ୍ନ ଜନଜାତି କଳାକାରଙ୍କ ସହିତ ଆସାମ, ଛତିଶଗଡ, ମହରାଷ୍ଟ୍ର, ନାଗାଲାଣ୍ଡ, ମିଜୋରାମ, ସିକିମ୍‌, ଗୁଜୁରାଟ ଓ ହିମାଚଳ ପ୍ରଦେଶର ଜନଜାତି କଳାକାରମାନେ ଏଥିରେ ସାମିଲ ହୋଇଛନ୍ତି ।
ଆଦିବାସୀମେଳାର ତୃତୀୟ ସଂଧ୍ୟାରେ ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିବାବେଳେ ଜନଜାତି ନୃତ୍ୟ ସହିତ ସେମାନେ ମେଳାରେ ବୁଲି ବୁଲି ଆଦିବାସୀ ହାଟରୁ ବିଭିନ୍ନ ସାମଗ୍ରୀ କିଣିଥିଲେ । ଏଥି ସହିତ ମେଳା ପରିସରରେ ଚାଲିଥିବା ଜାତୀୟ ଜନଜାତି ଖାଦ୍ୟ ଉତ୍ସବର ମଧ୍ୟ ମଜା ଉଠାଇଥିଲେ । ମେଳାର ତୃତୀୟ ଦିନରେ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ଆଗାମୀଦିନରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ସହିତ କାରବାର ବଢିବ ବୋଲି କର୍ତ୍ତୃୃପକ୍ଷ ଆଶାନ୍ୱିତ ।

Mo sapath

Leave A Reply

Your email address will not be published.