Blank space
Blank space
Breaking News/ମୁଖ୍ୟ ଖବର:
ସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍ସ ଦିବସ ପାଳିତ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୨/୧୨ ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ ଏବଂ ପ୍ରୟାସ ସିଙ୍ଗଲ ୱିଣ୍ଡୋ ଫୋରମ ସଦସ୍ୟ ସି.ଏଫ.ଏ.ଆର ଙ୍କ ମିଳିତ ସହଯୋଗରେ ବିଶ୍ବ ଏଡ୍‌ ଦିବସ ସହିଦ ନଗର (ୱାର୍ଡ ନମ୍ବର ୪୧) ରେ ପାଳିତ ହୋଇଥିଲା। ଚଳିତ ବର୍ଷ ବିଶ୍ବ ଏଡସ ଦିବସ ପାଳନ କରିବାର ବିଷୟ ବସ୍ତୁ ଥିଲା “ସମାନ କରିବା ବା ହେବା” । ଏହି ଦିବସକୁ ପାଳନ କରିବାର ମୂଳଲକ୍ଷ୍ୟ ସମସ୍ତ ଙ୍କୁ ଏଚ.ଆଇ.ଭି ଏବଂ ଏଡ୍‌ ଭଳି ଏକ ମାରାତ୍ମକ ରୋଗକୁ କିପରି ଦୂର କରାଯାଇ ପାରିବ ସେହି ବିଷୟରେ ଲୋକଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିବା ଏବଂ ଏଚ.ଆଇ.ଭି ଏକ୍ସ ରୁ କିପରି ସୁରକ୍ଷିତ ରହିପାରିବ ସେଥ୍ ପ୍ରତି ନିଜେ ଜାଗ୍ରତ ହେବା ସହିତ ଅନ୍ୟକୁ ଜାଗୃତ କରିବା । ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉଛ ପଦଧିକାରୀ, ଖୋର୍ଦ୍ଧା ମୁଖ୍ୟ ଅତିଥ୍ ଭାବରେ ଯୋଗଦାନ କରି ଏଚ.ଆଇ.ଭି ଏକ୍ସ ରୁ କିପରି ସମସ୍ତେ ସୁରକ୍ଷିତ ରହି ପାରିବେ ଏବଂ ଏହା ଅନ୍ୟକୁ ହେବାର ମୁଖ୍ୟ କାରଣ କଣ, ଏଚଆଇଭି/ ଏକ୍ସ ରେ ସଂକ୍ରମିତ ଲୋକଙ୍କ ପ୍ରତି ସରକାରଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ  ଆଲୋକପାତ କରିବା ସହିତ ସମସ୍ତ ଙ୍କୁ ସମାଜରେ ଦେଖା ଯାଉଥିବା ଭେଦ ଭାବ କୁ କିପରି ଦୂର କରାଯାଇ ପାରିବ ସେଥୁପ୍ରତି ଉପସ୍ଥିତ ଥିବା ସମସ୍ତଙ୍କୁ ବ୍ୟକ୍ତି ବିଶେଷଙ୍କୁ ପରାମର୍ଶ ଦେଇଥିଲେ। ଓଡିଶା ରାଜ୍ୟ
ମୁଖ୍ୟ ଉଦ୍ଦେଶ୍ୟ ପାଇଁ ନାକୋ ଏଡସ ନିୟନ୍ତ୍ରଣ ସଂଗଠନର ମୁଖ୍ୟ ନିର୍ଦେଶକ ଡାଃ ଉର୍ମିଳା ମିଶ୍ର ଯୋଗଦାନ କରି କାର୍ଯ୍ୟ କ୍ରମର ବିଷୟରେ ଆଲୋକପାତ କରିବା ସହିତ ବର୍ତ୍ତମାନ ସୁଧା ଏଚ.ଆଇ.ଭି ଏକ୍ସକୁ ନିୟନ୍ତ୍ରିତ କରିବା ଏବଂ ଓଏସଏସିଏସ ଙ୍କ ମିଳିତ ସହଯୋଗ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରିବା ସହିତ ସମସ୍ତଙ୍କୁ ଏଚ.ଆଇ.ଭି ରୁ କିପରି ସୁରକ୍ଷିତ ରହିବେ ସେଥ୍ ପ୍ରତି ଅବଗତ କରିଥିଲେ। ସେ ଶେଷ ପାଞ୍ଚ ବର୍ଷ ରେ କେତେ ଜଣ ଏଚ.ଆଇ.ଭି ଏକ୍ସରେ ସଂକ୍ରମିତ ହୋଇଥିଲେ ଏବଂ ସେଥ୍ ମଧ୍ଯ ରୁ କେତେ ଜଣ ମୃତୁ ବରଣ କରିଛନ୍ତି ସେ ଏକ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତ ଏଚଆଇଭି ସଂକ୍ରମିତ ଗର୍ବବତୀ ମହିଳା କିପରି ସ୍ଵାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ଭାବରେ ପ୍ରସବ କରିବେ ଏବଂ ଏଚଆଇଭି ସଂକ୍ରମିତ ଗର୍ଭବତୀ ମା ଠୁ ଛୁଆକୁ ଏଚ.ଆଇ.ଭି ସଂକ୍ରମିତ ନହେବ ତା ବିଷୟରେ ସମ୍ପୂର୍ଣ ଭାବରେ ଆଲୋକପାତ କରିଥିଲେ।
ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ଅଫିସର ବୈଠକରେ ଯୋଗଦେଇ ପ୍ରୟାସ ସିଙ୍ଗଲ ୱିଣ୍ଡୋ ଫୋରୁମ ସଦସ୍ୟ ଏବଂ ସହାୟତା କେନ୍ଦ୍ର ର ସଦସ୍ୟ (ସିଏଫଏଆର) ଙ୍କ ମିଳିତ ସହଯୋଗରେ କିପରି ସ୍ବାସ୍ଥ୍ୟ ସେବା ସୁବିଧାରେ ଗୋଷ୍ଠୀରେ ବସ ବାସ କରୁଥିବା ଲୋକ ମାନେ ପାଇ ପାରୁଛନ୍ତି, ଏଚ.ଆଇ.ଭି ଏଇଡସ ର କାରଣ ଏବଂ ନିରାକରଣ, ଏଆରଟି ଔଷଧ ସେବନ ପ୍ରକ୍ରିୟା ବିଷୟରେ କହିବା ସହିତ ଏଚ.ଆଇ.ଭି ରେ ସଂକ୍ରମିତ ବ୍ୟକ୍ତିଙ୍କୁ ଟିବି ହେବାର ସମ୍ଭାବନା ଅଧ୍ବକ କାହିଁକି ଦେଖା ଯାଏ ଏବଂ ଟିବି ରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଙ୍କୁ ଏଚ.ଆଇ.ଭି ହେବାର କାରଣ ବିଷୟରେ ଅବଗତ କରିଥିଲେ। ପ୍ରତେକ ଟିବି ରୋଗୀଙ୍କ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ନିଷ୍ୟ ପୋଷଣ ଯୋଜନା ବିଷୟରେ ମଧ୍ୟ ସଚେତନ କରିଥିଲେ। ସମାଜ ସେବିକା ସାଧନା ମିଶ୍ର, କର୍ପୋରେଟର ୱାର୍ଡ ନଂ ୪୧ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍‌ ଭାବରେ ଯୋଗ
ଦେଇ ବିଶ୍ଵ ଏଡ୍ସ ଦିବସ ପାଳନ ବିଷୟରେ ଆଲୋକପାତ କରିବା ସହିତ ମୁଖ୍ୟତ ଏଚ.ଆଇ.ଭି ଏକ୍ସକୁ ନେଇ
ସମାଜରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଲୋକଙ୍କୁ ସଚେତନ କରିବାରେ ଗୁରୁତ୍ଵ
ଆରୋପ କରିଥିଲେ। ସି.ଏଫ.ଏଆର ର ରାଜ୍ୟ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ମମତା ସିଂହ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ମୁଖ୍ୟ ତଥା ସମ୍ମାନୀୟ ଅତିଥ୍ ମହୋଦୟ/ଦୟା ଙ୍କୁ ସ୍ବାଗତ କରି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବିଷୟ ସଂକ୍ଷିପ୍ତରେ ପ୍ରଦାନ କରି ଲୋକଙ୍କ ପ୍ରତି ସିଏଫଏଆର ଦ୍ବାରା ଚାଲୁଥିବା କାର୍ଯ୍ୟ କ୍ରମ ବିଷୟରେ ଅବଗତ କରିଥିଲେ। ଏଚ.ଆଇ.ଭି ଏଡସ କୁ ନେଇ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିଥିବା ତଥା ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ବାସ୍ଥ୍ୟ
କେନ୍ଦ୍ରକୁ ପଠାଇ ଏଚ.ଆଇ.ଭି ଏଇଡସ ପରୀକ୍ଷା କରେଇବାରେ ସାହାଯ୍ୟ କରିଥିବା ସମସ୍ତ ସ୍ବେଚ୍ଛା ସେବି ହେଲ୍ ଡେସ୍କ ସଦସ୍ୟ/ସଦସ୍ୟା ମାନଙ୍କୁ ସିଏଫଏଆର ପ୍ରଶଂସା ପତ୍ର ପ୍ରଦାନ କରି ଆଗାମୀ ଦିନରେ ଏଭଳି ଲୋକଙ୍କ ସେବା କରିବାରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ସମସ୍ତ ହେକ୍ଟ ଡେସ୍କ ମେମ୍ବର ଏହି କାର୍ଯ୍ୟ କ୍ରମ କୁ ଆୟୋଜନ କରିବାରେ ସହଯୋଗ କରିଥିବା ବେଳେ ଫକିର ମୋହନ ବାଗ ପ୍ରକଳ୍ପ ସଂଯୋଜକ ଧନ୍ୟବାଦ ଅର୍ପଣ ଥିଲେ।

Mo sapath

Leave A Reply

Your email address will not be published.