Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଜୟଦେବ ଭବନରେ ଦୁଇଦିନିଆ କଳା ପ୍ରଦର୍ଶନୀ

0

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୦/୧୧ ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ଓଡ଼ିଶାର କଳାକାରମାନଙ୍କ କଳାର ପ୍ରଚାର ପ୍ରସାର ତଥା ସେମାନଙ୍କ ଜୀବନ
ଧାରଣ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ‘ ଉଇ-୯ ଟ୍ରଷ୍ଟ’ ପକ୍ଷରୁ ୨ଦିନ ଧରି କଳା
ପ୍ରଦର୍ଶନୀ ଚାଲିଥିଲା । ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଚିତ୍ରକଳ୍ପ । ଏ ଜାତି ଚିତ୍ର କଳା କୁ ନେଇ ସ୍ବପ୍ନ ଦେଖେ ଓ ବିଭୋର ହୁଏ । ଏହି ଚେତନାକୁ ନେଇ ଉଇ-୯ ଟ୍ରଷ୍ଟ ପକ୍ଷରୁ ପ୍ରଦର୍ଶନୀର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ – ନିରଞ୍ଜନ ପଟ୍ଟନାୟକ, ମଧୁଜ୍ୟୋତ୍ସ୍ନା ସିଂ, ଗାର୍ଗ ପଟ୍ଟନାୟକ, ସଚିଦାନନ୍ଦ ଦାସ, ରବିନ୍ଦ୍ର ମିଶ୍ର, ସନ୍ତୋଷ କୁମାର ସିଂ ଓ ବିଭିନ୍ନ ବର୍ଗର
ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅନେକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଚିତ୍ରକଳା ପ୍ରଦର୍ଶନୀକୁ ଉପଭୋଗ କରିବା ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । କଳାକାରମାନଙ୍କ କଳା ସାମଗ୍ରୀକୁ ଇ-କମର୍ସ ଓ ପ୍ରତ୍ୟକ୍ଷ ବଜାର ମାଧ୍ୟମରେ କିପରି ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ବହୁଳ ପ୍ରଚାର ପ୍ରସାର କରାଯାଇ ପାରିବ ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ରହିଛି । ପଦ୍ମବିଭୂଷଣ ସୁଦର୍ଶନ ସାହୁ , ଡ଼.ସଙ୍ଘମିତ୍ରା ପତି,
କଳିଙ୍ଗକେଶରୀ ରଥ ଓ ଉଇ-୯ ର ସମ୍ପାଦିକା ଶ୍ରୀମତୀ ପ୍ରୀତିଜ୍ୟୋସ୍ନା ଦେଓଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରାଯାଇଛି । କଳାକାରମାନଙ୍କୁ ଆର୍ଥିକ ଓ ସାମାଜିକ ସହାୟତା ମାଧ୍ୟମରେ ସହଯୋଗ କରାଯିବ । ଏଥିପାଇଁ ଏହି ପ୍ରଦର୍ଶନୀ ‘ପ୍ୟୁରିଟି ଭାବରେ ଉପସ୍ଥାପନ କରାଯାଇ ଏଥିରେ ଭଗବାନ କୃଷ୍ଣ, ବୁଦ୍ଧ ଓ ଅନ୍ୟାନ୍ୟ ବିଷୟବସ୍ତୁ ନେଇ କଳା ପ୍ରଦର୍ଶନୀ କରାଯାଇଛି
ଏହି କଳା ପ୍ରଦର୍ଶନୀ ଗତ କାଲିଠାରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଆମ ଚିତ୍ରକଳାକୁ ପ୍ରଶଂସିତ କରିଛନ୍ତି କଳାନୁରାଗି ଦର୍ଶକ ମଣ୍ଡଳି । ଆମ କଳା ସଂସ୍କୃତିର ପ୍ରକ୍ଷାପନ ଏବଂ ଚିତ୍ର ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଏହି ପ୍ରଦର୍ଶନୀ ଅନେକ ଗୁରୁତ୍ବ ବହନ କରୁଥିବାବେଳେ ଅନେକ ମହତ୍ବ ମଧ୍ୟ ରଖୁଛି ।
‘ଉଇ-୯’ ଟ୍ରଷ୍ଟର ଏହି ମହାନ ଲକ୍ଷ୍ୟକୁ ସାଧ୍ୟ କରିବା ପାଇଁ ଏପରି ଏକ ନିଆରା ପ୍ରୟାସ ଏବେ ସମସ୍ତଙ୍କ ମନକୁ ଛୁଇଁଛି । ଚିତ୍ରଶିଳ୍ପୀମାନଙ୍କୁ ଏହି ପ୍ରଦର୍ଶନୀ ମାଧ୍ୟମରେ ପୃଷ୍ଠପୋଷକତା ଦେବାର ଉଦ୍ୟମକୁ ଧନ୍ୟବାଦ୍ ଦେଇଛନ୍ତି ସାଧାରଣ ଦର୍ଶକ । ଶେଷରେ ସମାଜସେବୀ ମାନସ କୁମାର ଜେନା ଏବଂ ଓଡ଼ିଶା ସଙ୍କେତର ସମ୍ପାଦକ ବଦ୍ରିନାରାୟଣ ମହାନ୍ତି ଉପସ୍ଥିତ ରହି ଏହି ଚିତ୍ର କଳା ପ୍ରଦର୍ଶନୀକୁ ସୁଚାରରୂପେ ତୁଲାଇଥିଲେ ।

Mo sapath

Leave A Reply

Your email address will not be published.