ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୧୧ ଭୁବନେଶ୍ୱର ରୂପାଲି ସ୍କୋୟାରଠାରେ ଭାରତର ପ୍ରଥମ ଇଣ୍ଡଲଜ୍ ବ୍ରାଇଡ଼ାଲ୍ ମଲ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବଲିଉଡ଼୍ ଅଭିନେତା ଅଫ୍ତାବ ସିବଦଶାନୀ ଉଦ୍ଘାଟନ କରିଥିଲେ । ଭାରତର ଏହା ହେଉଛି ପ୍ରଥମ ପ୍ରମୁଖ ଷ୍ଟୋର୍ ଯେଉଁଠାରେ ଉଭୟ ବର, କନ୍ୟା ଏବଂ ସେମାନଙ୍କର ପରିବାର ନିମନ୍ତେ ଏକ ସଂପୂର୍ଣ୍ଣ ବିବାହ ସମାଧାନ ସେବା ପ୍ରଦାନ କରାଯାଇ ପାରିବ ବୋଲି ବ୍ରାଇଡ଼ାଲ୍ ମଲ୍ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ମତ ପ୍ରକାଶ କରିଥିଲେ । କନ୍ୟା ଏବଂ ତାଙ୍କ ପରିବାର ନିମନ୍ତେ ବିବାହ ଏକ ଚାପଗ୍ରସ୍ତ ବିଷୟ । ଗୋଟିଏ ଛାତ ତଳେ ବିବାହର ସମସ୍ତ ପ୍ରକାର ସେବା ସୁବିଧାରେ ପାଇବାକୁ ସମସ୍ତେ ଚାହାଁନ୍ତି । ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଷ୍ଟୋରଟି ଖୋଲାଯାଇଛି । ଷ୍ଟୋରରେ ବ୍ରାଇଡ଼ାଲ୍ ପୋଷାକ ଯେପରିକି ଲେହେଙ୍ଗା, ଶାଢୀ, ଅଳଙ୍କାର, ସୌନ୍ଦର୍ଯ୍ୟ ଉପକରଣ ମିଳିବା ସହ ଫଟୋଗ୍ରାଫି, ନିମନ୍ତ୍ରଣ କାର୍ଡ଼, କ୍ୟାଟେରିଙ୍ଗ୍, ଇଭେଣ୍ଟ ମ୍ୟାନେଜ୍ମେଣ୍ଟ, ମେହେନ୍ଦି, ସେଲୁନ୍, ଦନ୍ତ ଚିକିତ୍ସା, ନଖ ସୌନ୍ଦର୍ଯ୍ୟକରଣ, ବିବାହ ସ୍ଥଳୀ ଡ଼ିଜାଇନ୍ ଏବଂ ବିବାହ ଉପକରଣ ଇତ୍ୟାଦିର ପ୍ରମୁଖ ସେବା ଉପଲବ୍ଧ ହେବ । ଏଠାକୁ ଆସୁଥିବା ଗ୍ରାହକମାନେ ଉତ୍ତମ ସେବା ସହ ଆକର୍ଷଣୀୟ ଉତ୍ପାଦ ପାଇପାରିବେ । ଉଦ୍ଘାଟନ ପରେ ରନ୍ୱେ ସୋ, ବ୍ରାଇଡ଼ାଲ୍ ପୋଷାକ, ଅଳଙ୍କାର ଓ ସୌନ୍ଦର୍ଯ୍ୟ ଉପକରଣମାନ ପ୍ରଦର୍ଶନ କରାଯାଇଥିଲା । ଏହା ସହ ଇଟାଲୀର କଲର୍ ଉତ୍ପାଦ ଲଞ୍ଚ କରାଯାଇଥିଲା । ଏହି ଅବସରରେ ମାଇସନ୍ ଡ଼ି ଅରେନ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ଶ୍ରୀ ଅର୍ପିତ୍ ଜେନ୍ ଏହି ଷ୍ଟୋର୍ରେ “ପି.ଏଚ୍” ବ୍ରାଣ୍ଡ୍କୁ ଲଞ୍ଚ କରିଥିଲେ । ବିଗତ ଦିନମାନଙ୍କରେ ଯେପରି ଇଣ୍ଡଲଜ୍ ଗ୍ରାହକମାନଙ୍କୁ ସେବା ଯୋଗାଇ ଆସିଛି ଏବଂ ହୃଦୟର ନିକଟତର ହୋଇପାରିଛି ଆଗକୁ ସେହିପରି ସେବା ଅଧିକ ଉନ୍ନତ ହେବ ବୋଲି ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ବଲିଉଡ଼୍ ଅଭିନେତା ଶ୍ରୀ ଅଫତାବ୍ ସିବଦଶାନୀ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଲିଉଡ଼୍ ନାୟିକା ଶୀତଲ୍, ଦେବଯାନୀ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଫଳ ମହିଳାମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
[pj-news-ticker]