Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ସାଂସ୍କୃତିକ କନ୍ କ୍ଲେଭ୍ ”ଓଡ଼ିଆ ଅସ୍ମିତା’’

0

ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୪/୦୩ ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‌ଚରାଲ୍ ସର୍କଲ୍’ ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟରେ ଏକ ନିଆରା ସାଂସ୍କୃତିକ କନ୍ କ୍ଲେଭ୍ ‘ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସ୍ୱାଭିମାନକୁ ଉଜ୍ଜୀବିତ କରିବା ସହ ଆମ ମାଟିର ଗର୍ବ, ଗୌରବକୁ ଆହୁରି ପରିଚିତ କରାଇବା ପାଇଁ ଏପରି ଏକ ଅଭିନବ ପ୍ରୟାସ କରାଯାଇଥିଲା। ବିଶିଷ୍ଟ ବକ୍ତାଙ୍କ ସାରଗର୍ଭକ ବକ୍ତବ୍ୟ, ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ ଓ ସମୃଦ୍ଧ ଲୋକନୃତ୍ୟର ପ୍ରଦର୍ଶନରେ ଓଡ଼ିଆ ଅସ୍ମିତାକୁ ଉପସ୍ଥାପନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଓଡ଼ିଶା କଲ୍‌ଚରାଲ୍ ସର୍କଲ୍ ଓଡ଼ିଶାର ସାଂସ୍କୃତିକ ଦୁନିଆରେ ନୂଆ ଜାଗରଣ ଆଣିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଅନୁଷ୍ଠାନର ଉପାଧ୍ୟକ୍ଷ ଡ. ଜେନାମଣି ସଞ୍ଜୀବ କୁମାର,ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ମଞ୍ଚାସୀନ ଥିଲେ। ଉଦ୍‌ଘାଟନୀ ସଭା ପରେ “ଓଡ଼ିଆ ଅସ୍ମିତା ଉପରେ ବିଭିନ୍ନ ପର୍ଯ୍ୟାୟରେ ବିଶିଷ୍ଟ ଲେଖକମାନେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ କବି ତଥା ଚିନ୍ତକ ହର ପ୍ରସାଦ ଦାସ ‘ଓଡ଼ିଆ ଅସ୍ତିତା’ଉପରେ ଭିତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ବିଶିଷ୍ଟ ଲେଖକ ଦାଶ ବେନେହୁର “ଉତ୍କଳ ଗୌରବ ମଧୁସୂଦନ ଓ ଓଡ଼ିଶାର ସ୍ବାଭିମାନ’, ବିଶିଷ୍ଟ ଲେଖକ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି” ଶ୍ରୀଜଗନ୍ନାଥ ଓ ଓଡ଼ିଆ ଅସ୍ମିତା”ଏବଂ କଥାକାର ଡ଼ ଅରବିନ୍ଦ ରାୟ ‘ଉତ୍କଳଣି ଗୋପବନ୍ଧୁ ଓ ଓଡ଼ିଆ ଅସ୍ମିତା’ ଶୀର୍ଷକ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ । ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀ ସୁବାସ ଦାସ, ଦେବାଶିଷ ମହାପାତ୍ର, ଶୈଳଭାମା ଓ ସ୍ବଦେଶ ପ୍ରମୁଖ ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ‘ସପ୍ତମ ଉତ୍କଳ ଲୋକନୃତ୍ୟ ଉତ୍ସବକୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଅଭିନେତା ଆକାଶ ଦାସନାୟକ ଉଦ୍‌ଘାଟନ କରିଥିଲେ। ଏଥିରେ ଆରାଧନା ଡ୍ୟାନ୍ସ ଏକାଡେମି ପକ୍ଷରୁ ଗୋଟିପୁଅ, କଳିଙ୍ଗ ପାଇକ ପକ୍ଷରୁ ପାଇକ ଆଖଡ଼ା ଓ ଅଙ୍ଗରାଗ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ତ. ମୃତ୍ୟୁଞ୍ଜୟ ରଥ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଓଡ଼ିଶା କଲ୍ଚରାଲ୍ ସର୍କଲ କର୍ମକର୍ତା ସାଲୁଟ୍ ସାହୁ, ବିଶ୍ୱରଞ୍ଜନ ଦାଶ, ବିମଳ ଦାସ, କେଦାରନାଥ ରଣସିଂହ,ଶିତିକଣ୍ଠ ସେନାପତି, ଅଂଶୁମାନ ପଟ୍ଟନାୟକ, ପରେଶ ମାହୁନ୍ତ ଓ ସଂତୃପ୍ତ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Mo sapath

Leave A Reply

Your email address will not be published.