Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଓଡିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର”ର ଥିଏଟ୍ରିକାଲ୍ ରିଲିଜ୍

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”ର ଥିଏଟ୍ରିକାଲ୍ ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ ରଂଜିତ ବାରିକ, ଚଳଚ୍ଚିତ୍ର ର ନାୟକ ଅଭିଷେକ ରଥ, , ନାୟିକା ଅଙ୍କିତା ଓ ମହିମାଙ୍କ ସମେତ ଅଭିନେତା ଶକ୍ତି ବରାଳ ସହ ଅନ୍ୟ କଳାକାର ଉପସ୍ଥିତ ଥିଲେ । ଓଡିଶାରେ ପ୍ରଥମ ଥର ପାଇଁ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଫିଲ୍ମର ଥିଏଟ୍ରିକାଲ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଭିଷେକଙ୍କ ବିପକ୍ଷରେ ଉଭୟ ମହିମା ଓ ଅଙ୍କିତା ନଜର ଆସିବେ । ବନ ସ୍ବର୍ଣ୍ଣ ଟେଲିଭିଜିନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମକୁ ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟମାନ ସାଗର, ସ୍ୱୟମ୍ ପାଢୀ, ଇରା ମହାନ୍ତି, ରୋଜାଲିନ୍‌, ରିଙ୍କି, ନେହା ଓ ନିହାରିକାଙ୍କ ଭଳି ଜଣାଶୁଣା କଣ୍ଠଶିଳ୍ପୀ ଏହି ଫିଲ୍ମରେ ଥିବା ଗୀତଗୁଡିକୁ ନିଜ ସ୍ୱରରେ ସଜାଇଛନ୍ତି ।

Blank space

ରୋମାନ୍ସ, ଫ୍ୟାମିଲି ଡ୍ରାମା ଓ ଆଇଟମ୍ ନମ୍ବରକୁ ନେଇ ଫିଲ୍ମଟି ଆସନ୍ତା ଏପ୍ରିଲ ୧ ତାରିଖରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଓଡିଶାର ୨୫ଟି ସିନେମା ହଲରେ ଫିଲ୍ମଟି ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି ।

Mo sapath

Leave A Reply

Your email address will not be published.