[pj-news-ticker]

ଭୁବନେଶ୍ୱରରେ ଏବେ ହରିଓମ୍ ଆଗ୍ରୋଟେକ୍….

0

ଭୁବନେଶ୍ୱର,ନିରପେକ୍ଷ ଖବର: (୨୨/୦୨) ଟେକ୍ସମୋ ପମ୍ପ ପକ୍ଷରୁ ନୂଆ ଏକ ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ହରିଓମ୍ ଆଗ୍ରୋଟେକ୍ କୁ ପ୍ରଦାନ କରାଯାଇଛି। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଖୋଲା ଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଟେକ୍ସମୋ ପମ୍ପର ସମସ୍ତ ଜିନିଷ ଗୋଟିଏ ସ୍ଥାନରେ ମିଳିପାରିବ । ଏହି ଷ୍ଟୋରଟିକୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅରୁପ ମିଶ୍ର ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସଵରେ ସଞ୍ଜୟ ଅଗ୍ରୱାଲ ଓ ବହୁ ମାନ୍ୟ ଗଣ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଡିଷ୍ଟ୍ରିବ୍ୟୁଟର ପଏଣ୍ଟ ରେ ଟେକ୍ସମୋ ପମ୍ପ ବ୍ୟତୀତ ବିଭିନ୍ନ ପ୍ରକାରର ମେସିନେରୀ ଜିନିଷ ମଧ୍ୟ ପାଇପାରିବେ । ହରି ଓମ୍ ଆଗ୍ରୋଟେକ୍ ଶାଖା ରାଜ୍ୟରେ ବିଭିନ୍ନ ସ୍ଥାନରେ ଉପଲବ୍ଧ। ବାଲିପାଟଣା, ପୁରୀ, ନିୟାଗଡ଼ ଏବଂ ବାଲୁଗାଁ ଆଦି ସ୍ଥାନରେ ଶାଖା ରହିଛି। ଗ୍ରାହକଙ୍କୁ ସୁବିଧା ଦେବା ଉପରେ ଗୁରୁତ୍ବ ଦେଇଥିବା ହରିଓମ୍ ଅଗ୍ରେଟେର ଭୁବନେଶ୍ବରରେ ନିଜର ସର୍ଭିସ୍ ସେଣ୍ଟର ଅଛି। ଆଗାମୀ ଦିନରେ ରାଜ୍ୟର ଅନେକ ସ୍ଥାନରେ ଶାଖା ଖୋଲିବାକୁ ଲକ୍ଷ୍ୟ ରଖିଥିବା ଡିଲର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.