Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ମେଡିକାଲରେ ମଦୁଆଙ୍କ ଉତ୍ପାତ…

ଭାଙ୍ଗିଲେ ରୋଗୀଙ୍କ ବେଡ଼,ଚେୟାର ଓ ଟେବୁଲ..

0

*ତିନି ମଦୁଆଙ୍କୁ ଗିରଫ କଲା ପୋଲିସ୍…..

ବାରିପଦା,ନିରପେକ୍ଷ ଖବର:୨୧/୭/୨୦୧୯,ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ମେଡିକାଲରେ ନିଶାଗ୍ରସ୍ତ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ମଦୁଆ ମାନେ ମେଡିକାଲର ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ହସ୍ପିଟାଲ ପରିସରକୁ ଭଙ୍ଗାରୁଜା କରିଛନ୍ତି। ଏପରିକି ମଦୁଆମାନଙ୍କ ଦାଉରୁ ରକ୍ଷା ପାଇଲା ନାହିଁ ରୋଗୀଙ୍କ ବେଡ଼। ମେଡିକାଲର ଅଧିକାଂଶ ଜିନିଷପତ୍ର ଭାଙ୍ଗିରୁଜି ଚୁରମାର କରିଦେଲେ। ସୂଚନା ମୁତାବକ ଶନିବାର ରାତିରେ ୩ ମଦ୍ୟପ ହସ୍ପିଟାଲରେ ପହଞ୍ଚି ମେଡିକାଲ କର୍ମଚାରୀଙ୍କୁ ମେଡ଼ିସିନ ମାଗିବାରୁ ଆରମ୍ଭ ହୋଇଥିଲା ବଚସା ଓ ତାପରେ ଉଗ୍ର ରୂପ ଧାରଣ କରିଥିଲା ମେଡ଼ିକାଲ। ଏହାପରେ ୩ ମଦୁଆ ହସ୍ପିଟାଲ ପରିସରର ଥିବା ଆସବାବପତ୍ର ଗୁଡିକୁ ଭଙ୍ଗାରୁଜା କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଁଚି ୩ ମଦ୍ୟପଙ୍କୁ ଗିରଫ ଉଦଳା ଥାନା ନେଇଥିଲେ।ସୂଚନା ଅନୁସାରେ ୩ଜଣକଂ ମଧ୍ୟରୁ ଜଣେ ଉଦଳା ହସ୍ପିଟାଲ ର କର୍ମଚାରୀ ଥିବାବେଳେ ଅନ୍ୟ ଦୁଇଜଣଙ୍କ ନାମ ଜଣାପଡି ନାହିଁ। ମେଡିକାଲରେ ସୁରକ୍ଷା ଦାବିକରି ରବିବାର ଡାକ୍ତର,କର୍ମଚାରୀ ମାନେ ମିଳିତ ଧାରଣାରେ ବସିଥିଲେ। ଫଳରେ ରୋଗୀ ଚିକିତ୍ସାରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୁଲିସ ଡାକ୍ତର ଓ କର୍ମଚାରୀଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।

Mo sapath

Leave A Reply

Your email address will not be published.