Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା…

0

ଭୁବନେଶ୍ୱର, ନିରପେକ୍ଷ ଖବର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀଠାରେ  ଆନୁଷ୍ଠାନିକ ଭାବେ ବିଜେପିରେ ବିଦ୍ଧିବଦ୍ଧ ଭାବେ ସାମିଲ ହେବା ପରେ ଭୁବନେଶ୍ୱର ଫେରିଛନ୍ତି । ଏହି ଅବସରରେ ଶ୍ରୀ ପଣ୍ଡାଙ୍କୁ  ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଥିଲା । ପରେ ଦଳୀୟ କାର୍ଯ୍ୟାଳୟ ଠାରେ ସ୍ୱାଗତ ସଭା ମାଧ୍ୟମରେ ଦଳର ବରିଷ୍ଠ ନେତୃବୃନ୍ଦ ଶ୍ରୀ ପଣ୍ଡାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଛନ୍ତି ଓ ଏହି ସମ୍ବର୍ଦ୍ଧନା ଅବସରରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ବିଜେପିକୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜୟୀ କରାଇବା
ପାଇଁ ଆହ୍ୱାନ ଦେବା ସହ ବୈଜୟନ୍ତ ପଣ୍ଡାଙ୍କୁ ସ୍ୱାଗତ କରିଛନ୍ତି ।

ଆଶାଠୁ ଅଧିକ ବିଜେପି ସମସ୍ତଙ୍କୁ ସୁଯୋଗ ଏବଂ ସମ୍ମାନ ଦେଇଛି। ଏହି ଦଳ କାହାରିକୁ ଆଜି ପର୍ଯ୍ୟନ୍ତ ନିରାଶ କରିନି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସଭାରେ କହିବା ସହ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରିଛନ୍ତି । ସାଢେ ୪ କୋଟି ଓଡିଆଙ୍କୁ ମୁଖ୍ୟମବୀ ତାଙ୍କର ପରିବାର ସଦସ୍ୟ ଭାବୁଥିବା ବକ୍ତବ୍ୟ ପ୍ରସଙ୍ଗରେ ବିଜେଡି କର୍ମୀଙ୍କ
ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଥିବା ପିପିଲିର ଦଳିତ ଝିଅ ବେବିନା ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ କି ନାହିଁ
ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପିକୁ
ସ୍ୱାଗତ କରିବା ପାଇଁ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ୧୯ ବର୍ଷ ବହୁତ ହୋଇଗଲା ଓ ରାଜ୍ୟର ବିଜେଡି ସରକାର
ବଦଳିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।ଏହି ସ୍ୱାଗତ ସଭାରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥୀ ହରିଚନ୍ଦନ, ରାଜ୍ୟ ଗଣମାଧ୍ୟମ ବିଭାଗ  ମୁଖ୍ୟ ଓ ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ମଂଚ ପରିଚାଳନା କରିଥିଲେ । ଏହି ସ୍ୱାଗତ ସଭାରେ ଶ୍ରୀ ସୁରେଶ ପୂଜାରୀ ଶ୍ରୀ ସମ୍ବିତ  ପାତ୍ର, ଶ୍ରୀ ମନମୋହନ ସାମଲ, ଶ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀମତୀ ସୁରମା ପାଢୀ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀ ପୀତାମ୍ବର ଆଚାର୍ଯ୍ୟ, ଶ୍ରୀମତୀ  ଅପରାଜିତା ଷଡଙ୍ଗୀ, ଶ୍ରୀମତୀ ପ୍ରଭାତୀ ପରିଡା, ଶ୍ରୀ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.