Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତି

0

ଭୁବନେଶ୍ଵର, ନିରପେକ୍ଷ ଖବର: ତା ୧୭/୦୩ ଆଗାମୀ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ଗସ୍ତରେ ଆସି ପହଂଚିଛନ୍ତି ଆପ୍ ରାଷ୍ଟ୍ରୀୟ ସଂଗଠନ ମହାସଚିବ ଡ.ସନ୍ଦୀପ ପାଠକ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡ଼ିଆନ। ଏକ ସାମ୍ବାଦିକ ସମ୍ମିଳନୀ କରି ଡ.ପାଠକ କହିଛନ୍ତି କି ବିଜେପି, ବିଜେଡିକୁ ଡରାଇ ଏବଂ ଧମକାଇ ମେଣ୍ଟ କରିବାକୁ ଯାଉଛି।ଭୋଟ କିପରି ଚୋରି କରିହୁଏ ତାହା ବିଜେପି କୁ ଭଲ ଭାବରେ ଜଣା।

ଓଡ଼ିଶା ର ଲୋକ ବର୍ତ୍ତମାନ ବହୁତ୍ ଦୁଃଖୀ ଏବଂ ନିଜକୁ ପ୍ରତାଡ଼ିତ ମନେ କରୁଛନ୍ତି। ଓଡ଼ିଶା ର ଲୋକ ନବୀନ ବାବୁଙ୍କୁ ବହୁତ୍ ଭଲ ପାଇବା ଦେଇ ନିର୍ବାଚିତ କରିଥିଲେ।ମାତ୍ର ଶାସନ ଗାଦି ରେ ବସିବା ପରେ ସେ ଜଣେ ଅଣ ଓଡ଼ିଆ ଅଫିସର ଙ୍କୁ ସମସ୍ତ କ୍ଷମତା ସମର୍ପଣ କରିଦେଲେ। ଓଡ଼ିଶା ଲୋକଙ୍କ ପ୍ରତି ଦରଦ ଯାହାର ହୃଦୟର ନାହିଁ ସେ କିପରି ଓଡ଼ିଶାବାସୀ ଙ୍କୁ ସୁଶାସନ ଦେଇପାରିବ ବୋଲି ଡ.ପାଠକ ପ୍ରଶ୍ନ କରିଥିଲେ।
ମୋଦି, ବିଜେଡି ଉପରେ ଚାପ ପକାଇ ଗଠବନ୍ଧନ କରିବାକୁ ଯାଉଥିବା ବେଳେ, ଦେଶରେ କେବଳ ଅରବିନ୍ଦ କେଜରିୱାଲ ହିଁ ଲୋକମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି।
ଓଡ଼ିଶାରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଖରାପ। ବେରୋଜଗାରି ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମାତ୍ର ଏଠି ହେଉଥିବା ସମସ୍ତ ଠିକା କାମ ବାହାର ରାଜ୍ୟର ଲୋକ ମାନଙ୍କୁ ଦିଆଯାଏ। ଓଡ଼ିଶାର ଲୋକ ମାନଙ୍କୁ ଜାଣିଶୁଣି ଏଥିପାଇଁ ଶିକ୍ଷା ଠାରୁ ଦୂରେଇ ଗରିବ ଭାବରେ ରଖାଯାଇଛି କି, ନିର୍ବାଚନ ସମୟରେ କିଛି ସହାୟତା ପ୍ରଦାନ କରି ଭୋଟ ଆଦାୟ କରିହେବ।ମାତ୍ର ଏହାର ବିପରୀତ ଦିଲ୍ଲୀ ଏବଂ ପଞ୍ଜାବରେ ଆପ୍ ସରକାର ଲୋକ ମାନଙ୍କୁ ତାଙ୍କ ଭଲପାଇବା ର ମୂଲ୍ୟ କୁ ସୁଧ ସମେତ ଫେରାଉଛନ୍ତି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା କୁ ବିଶ୍ଵର ସର୍ବଶ୍ରେଷ୍ଠ କରିବାରେ ଲାଗିଛନ୍ତି।
ଓଡ଼ିଶା ଲୋକ ମାନଙ୍କ ଲଢେଇ କୁ ଆଗେଇ ନେବା ପାଇଁ ଅରବିନ୍ଦ କେଜରିୱାଲ ମଧ୍ୟ ଆଗାମୀ ଦିନରେ ଓଡ଼ିଶା ଆସିବେ ବୋଲି ଡ.ପାଠକ ସୂଚନା ଦେଇଥିଲେ।ଏଥିସହିତ ରାଜ୍ୟର ସମସ୍ତ ବୁଦ୍ଧିଜୀବୀ, ଓଡ଼ିଶା କୁ ନେଇ ଚିନ୍ତିତ ଅନ୍ୟ ଦଳର ନେତା ଏବଂ ଯୁବକ ମାନେ ଆପ୍ ରେ ଯୋଗ ଦେଇ ଆଗାମୀ ନିର୍ବାଚନ ରେ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେ଼ଇ ଜାରି ରଖିବା ପାଇଁ ଆହ୍ବାନ ଦେଇଥିଲେ। ଉକ୍ତ ପ୍ରେସମିଟରେ ଓଡ଼ିଶା ପ୍ରଭାରୀ ଶ୍ରୀ ବିରେନ୍ଦ୍ର ସିଂ କାଡିଆନ ଏବଂ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।

 

Mo sapath

Leave A Reply

Your email address will not be published.