[pj-news-ticker]

ଭାରତ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶା ଝିଅ ସିଧିକ୍ଷା ପ୍ରିୟଦର୍ଶିନୀ….

0

ଭୁବନେଶ୍ୱର, ନିରପେକ୍ଷ ଖବର: ଦୁବାଇ ଠାରେ ଆୟୋଜିତ ଜୁନିଅର ମଡେର୍ଣ୍ଣ ଇଣ୍ଟରନ୍ୟାସନାଲ୍ କଣ୍ଟେଷ୍ଟ ରେ ୨ୟ ର ନର୍ସ ଅଫ ପାଇବାରେ ସଫଳ ହୋଇଛନ୍ତି ସିଧିକ୍ଷା ପ୍ରିୟଦର୍ଶିନୀ । ୨୦୨୧ ରେ ଓଡ଼ିଶା ଫେସନ ଭିଲ୍ଲା ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ମଡ଼େଲ କଣ୍ଟେଷ୍ଟ ଓଡ଼ିଶା ଜୁନିଅର ଟପ୍ ମଡ଼େଲ୍‌ସ ରେ ସିଲେକ୍ଟ ହୋଇ ସେ କେରଳର କୋଚି ଠାରେ ଜାତୀୟ କଣ୍ଟେଷ୍ଟ ରେ ଭାଗ ନେଇ ୨ୟ ରନର୍ସ ଅଫ କ୍ରାଉନ ଜିତିଥିଲେ । ଜାତୀୟ ସ୍ତରରେ ସିଲେକ୍ଟ ହେଲା ପରେ ଓଡ଼ିଶା ଫେସନ ଭିଲ୍ଲା ତରଫରୁ ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ଦୁବାଇ ଯାଇଥିଲେ । ନିଜର ନିଷ୍ଠା ଓ ଦକ୍ଷତା ପାଇଁ ଆଜି ଦୁବାଇ ଠାରେ ହୋଇଥିବା ଫାଇନାଲ୍‌ ରେ ୭ ରୁ ୧୨ ବର୍ଷିୟ ବିଭାଗରେ ସେ ୨ୟ ରନର୍ସ ଅଫ କ୍ରାଉନ ଜିତିଛନ୍ତି । ଓଡ଼ିଶା ଫେସନ୍ ଭିଲ୍ଲା ତରଫରୁ ପ୍ରତିବର୍ଷ ଏହିପରି ବହୁ ପିଲାଙ୍କୁ ପ୍ରଶିକ୍ଷଣ କରି ଜାତୀୟ ଓ ଆନ୍ତର୍ଜାତୀୟ ମଡେଲ୍ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ଦିଆଯାଉଛି । ଯାହା ପାଇଁ ଓଡ଼ିଶାର ବହୁ ପିଲା ରାଜ୍ୟ ପାଇଁ ଗର୍ବ ଆଣୁଛନ୍ତି ।

Leave A Reply

Your email address will not be published.