Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପିପିଲି ଗଣଦୁର୍ଷ୍କମ ରାୟ ଉପରେ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଇସ୍ତଫା ଦାବି କଲା: କଂଗ୍ରେସ

ସମ୍ବେଦନଶୀଳତାର ସୀମା ସରହଦ ଉଲ୍ଲଙ୍ଘନ କରିଗଲେ ମହାରଥୀ - କଂଗ୍ରେସ

0

ଭୁବନେଶ୍ୱର  (ନିରପେକ୍ଷ ଖବର) ପିପିଲି ଗଣଦୁର୍ଷ୍କମ ଘଟଣାର ରାୟ ପ୍ରକାଶ ପାଇବା ପରେ ଓଡିଶାବାସୀଙ୍କ କୋପରୁ ନିଜକୁ ବଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା କ୍ରାଇମ୍ବ୍ରାଂଚ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବା କଥା କହୁଥିବା ସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟ୍ ସହଯୋଗୀ, ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ସତ୍ୟର ଜୟ ହେଲା ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ସମ୍ବେଦନହୀନ ମନ୍ତବ୍ୟ ଦେଇ କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ପୀଡିତା ଏବଂ ତାଙ୍କ ପରିବାରବର୍ଗଙ୍କୁ ଉପହାସ କରିଛନ୍ତି । ବିଚାର ବ୍ୟବସ୍ଥା ଉପରେ ଦୃଢ଼ ଆସ୍ଥା ପ୍ରକଟ କରିଥିବା ପୀଡିତାଙ୍କ ପରିବାର ଏଭଳି ଶସ୍ତା ତଥା ଦୁର୍ଭାଗ୍ୟଜନକ ବକ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ କୃଷିମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ମାନ୍ୟବର ଅଦାଲତ ତାଙ୍କ ରାୟରେ ସିଧାସଳଖ ଭାବେ ଉଲ୍ଲେଖ କରିଛନ୍ତି ଯେ ପ୍ରୋସିକ୍ୟୁସନ୍ ତଥ୍ୟ ପ୍ରମାଣ ଦେବାରେ ବିଫଳ ହୋଇଥିବାରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେଲେ । ସରକାରୀ ଓକିଲ ଏ ସଂପର୍କରେ ଗଣମାଧ୍ୟମରେ ବକ୍ତବ୍ୟ ରଖି କହିଛନ୍ତି ଯେ ନିମ୍ନ ଅଦାଲତର ରାୟ ବିରୁଦ୍ଧରେ ଉପର କୋର୍ଟରେ ଆବେଦନ କରିବେ । ଯଦି ସରକାରୀ ଓକିଲ ଏବଂ କ୍ରାଇମ୍ବ୍ରାଂଚ ଅନୁଭବ କରୁଛନ୍ତି ଯେ ପୀଡିତାଙ୍କୁ ନ୍ୟାୟ ମିଳିନାହିଁ ତେବେ ସରକାରୀ ଦଳର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଏ ରାୟ ଉପରେ ପ୍ରତିକ୍ରୀୟା ପ୍ରକାଶ କରି କିଭଳି କହିପାରିଲେ ସତ୍ୟର ଜୟ ହୋଇଛି ଓ କ୍ଷୀର – ପାଣି ଅଲଗା ହୋଇଯାଇଛି । ଏଥିରୁ କିଏ ସତ କହୁଛି – ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା କ୍ରାଇମ୍ବ୍ରାଂଚ ନା ତାଙ୍କର କ୍ୟାବିନେଟ୍ ସହଯୋଗୀ । ଏହା ଉପରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖନ୍ତୁ । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସରକାର ନିଜର ଆତ୍ମରକ୍ଷା ପାଇଁ ଆରମ୍ଭରୁ ମାମଲା ରୁଜୁ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ ଏବଂ ଅପରାଧିଙ୍କୁ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସୁଯୋଗ ଦେଲେ । ଘଟଣା ଘଟିବାର ୧ ମାସ ୧୦ ଦିନ ପରେ ମାମଲା ରୁଜୁ ହୋଇଥିଲା ଏବ ପୀଡିତାଙ୍କର ଡାକ୍ତରୀମାଇନାରେ ଅହେତୁକ ବିଳମ୍ବ ଘଟିବା ଯୋଗୁଁ କୌଣସି ସ୍ପଷ୍ଟ ତଥ୍ୟ ଆସି ନଥିଲା । ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ କ୍ୟାପିଟାଲ ହସପିଟାଲରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସଂପୂର୍ଣ୍ଣ ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ଆସିବା ପରେ ପିପିଲି ଥାନାରେ ତା ୯.୧.୨୦୧୨ ରିଖରେ ପିଡିତା ପରିବାରଙ୍କ ପକ୍ଷରୁ ଦିଆଯାଇଥିବା ଏଫ୍.ଆଇ.ଆର. ରୁଜୁ କରାଯାଇଥିଲା । ଏ ସମସ୍ତ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ସରକାର ଏ ମାମଲାକୁ ଠିକ୍ ଭାବରେ ପରିଚାଳନା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ଓ କୃଷିମନ୍ତ୍ରୀଙ୍କର ଦୁର୍ଭାଗ୍ୟଜନକ ମନ୍ତବ୍ୟକୁ ନେଇ ତାଙ୍କର ଇସ୍ତଫା ଦାବି କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ହିମାଂଶୁ ଲେଙ୍କା, ଅର୍ଚ୍ଚନା ନନ୍ଦୀ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.