Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍‌, ଶୀତଳ ଭଣ୍ଡାର, ଓପେନ୍ ଏୟାର୍ ଷ୍ଟୋରେଜ୍‌, କଣ୍ଟେନର୍ ୟାର୍ଡ଼ ଇତ୍ୟାଦି ଗୋଦାମଗୁଡ଼ିକ ବିଲ୍ଟ ଟୁ ସିଟ୍ (ଈଞଝ) ଆଧାରରେ ନିର୍ମାଣ ହେବ । ଇ- କମର୍ସ, ଏଫ୍‌ଏମ୍‌ସିଜି, ସିମେଣ୍ଟ, ପେଟ୍ରୋଲିୟମ୍‌, ବିଦ୍ୟୁତ୍ ଏବଂ ବୈଦ୍ୟୁତିତ ଉପକରଣ, ଟେକ୍ସଟାଇଲ୍ ଉତ୍ପାଦ, ଇଞ୍ଜିନିୟରିଂ ଉତ୍ପାଦ, ଆଗ୍ରୋ, ଫାର୍ମାସିୟୁଟିକାଲ୍ସ, ଷ୍ଟିଲ୍ ଉତ୍ପାଦ ଇତ୍ୟାଦି ଏହି ୱେୟାର୍ ହାଉସ୍‌ରେ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯିବାର ଯୋଜନା କରାଯାଇଛି । ଯେଉଁମାନେ ଦୀର୍ଘଦିନ ପର୍ଯ୍ୟନ୍ତ ନିଜର ଉତ୍ପାଦକୁ ସଂରକ୍ଷିତ କରି ରଖିବାକୁ ଆବଶ୍ୟକ କରନ୍ତି ସେହି ଟ୍ରାନ୍ସପୋର୍ଟ ବ୍ୟବସାୟୀମାନଙ୍କ ପାଇଁ ଏହା ସୁବିଧାଜନକ ହୋଇପାରିବ । ଉକ୍ତ ସ୍ଥାନକୁ ସେ ବ୍ୟବହାର ଉପଯୋଗୀ କରିପାରିବେ । କମ୍ ଖର୍ଚ୍ଚରେ ଯଥେଷ୍ଟ ସମୟ ଧରି ନିଜ ଉତ୍ପାଦକୁ ସୁରକ୍ଷା ଦେଇପାରିବେ । ଉପଭୋକ୍ତା ଓ ପରିବହନକାରୀଙ୍କୁ ଧ୍ୟାନରେ ରଖି ପରିସର ମଧ୍ୟରେ କାର୍ଯ୍ୟକରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରିବା ତଥା ସେବା ଯୋଗାଇଦେବାର ସୁବିଧା ଓ ସରଳୀକରଣ କରାଯାଇଅଛି ।

Blank space

କଣ୍ଡୋଇ ଗ୍ରୁପ୍ ପକ୍ଷରୁ ୫୬ ଏକର ଜମିକୁ ନେଇ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ନିର୍ମାଣ କରାଯାଇଥିବା ଏହି ୱେୟାର୍ ହାଉସ୍ କଟକ, ଚୈାଦ୍ୱାରରେ ଅବସ୍ଥିିତ । ଯାହାକି ଭୁବନେଶ୍ୱର ସହରରୁ ୪୦ କିମି ଦୂର । ସାମଗ୍ରୀକ ମାଲ୍ ପରିବହନ ଖର୍ଚ୍ଚ କମାଇବା, ନିର୍ଦ୍ଦିଷ୍ଟ ମାଲ୍ ପରିବହନରେ ମାତ୍ରାଧିକ ଯାନାବାହାନ ଚଳାଚଳ ହ୍ରାସ, ଗୋଦାମ୍ ଖର୍ଚ୍ଚ କମାଇବା, ପରିବେଶ ପ୍ରଦୂଷଣ ହ୍ରାସ କରିବା ଇତ୍ୟାଦି ଲକ୍ଷ୍ୟ ନେଇ ଏହି ୱେୟାର୍ ହାଉସ୍ ନିର୍ମାଣ କରାଯାଇଛି ।
୪ ବର୍ଷ ମଧ୍ୟରେ ଉତ୍ପାଦ ସଂରକ୍ଷିତ ରଖିବାର କ୍ଷମତାକୁ ୧୫ ଲକ୍ଷ ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ବିସ୍ତାର କରିପାରିଛି । ୧.୨୫ ଲକ୍ଷ୍ୟ ବର୍ଗଫୁଟ ସ୍ଥାନରେ ନୁତନଭାବେ ନିର୍ମାଣ କରାଯାଇଥିବା ୱେୟାର୍ ହାଉସ୍‌ରେ ଇ-କମର୍ସର ସୁବିଧା ଉପଲବ୍ଧ ରହିଛି । ୪ ବର୍ଷ ସମୟ ମଧ୍ୟରେ ମୋଟ୍ ୨୫୦ କୋଟି ପୁଞ୍ଜି ବିନିଯୋଗ କରିଥିବାବେଳେ ନୁତନ କରି ନିର୍ମାଣ କରାଯାଇଥିବା ୱେୟାର୍‌ହାଉସ୍‌ରେ ୩୦ କୋଟି ଟଙ୍କା ପୁଞ୍ଜି ଆକାରରେ ବିନିଯୋଗ କରାଯାଇଛି । ଏଥିରେ ୨୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ନୂତନ କରି ୨୫୦ରୁ ଅଧିକ ଲୋକଙ୍କ ପାଇଁ ଚାକିରିର ସୁଯୋଗ ସୃଷ୍ଟି କରାଯାଇଛି ।

ଏହି ଅବସରରେ ଆଇପିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ନିତିନ୍ ଭାନୁଦାଶ ଜୱାଲେ କୁହନ୍ତି ଯେ, “ଓଡିଶା ଏକ ଶିଳ୍ପ ଭିତ୍ତିତ ରାଜ୍ୟ । ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଶିଳ୍ପରେ ଅଭିବୃଦ୍ଧି ଘଟିଛି । କଣ୍ଡୋଇ ଗ୍ରୁପ ଦ୍ୱାରା ସ୍ଥାପିତ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଉକ୍ତ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ରାଜ୍ୟରେ ଥିବା ପ୍ରତ୍ୟେକ ଶିଳ୍ପଦ୍ୟୋଗୀଙ୍କ ପାଇଁ ଏହା ନିଶ୍ଚିତ ଲାଭଦାୟକ ହୋଇପାରିବ ।”କଣ୍ଡୋଇ ଗ୍ରୁପ୍ ଦ୍ୱାରା ୧୯୭୬ ମସିହାରେ ‘କଣ୍ଡୋଇ ଟ୍ରାନ୍ସପୋର୍ଟ ଲିମିଟେଡ୍‌଼’ ପ୍ରତିଷ୍ଠିତ ହୋଇଥିଲା । ସାରା ରାଜ୍ୟରେ କୋଇଲା, ଓରେ, ବସ୍କାଇଟ୍‌, ସାର ଏବଂ ବିଭିନ୍ନ ଖଣିଜ ପଦାର୍ଥର ପରିବହନ କ୍ଷେତ୍ରରେ ସର୍ବ ପୁରାତନ ଓ ବିଶ୍ୱସନୀୟ ବ୍ରାଣ୍ଡ୍ ଭାବରେ ପରିଚିତ । କୋଇଲା, ବକ୍ସସାଇଟ୍‌, ରିୟଲିଷ୍ଟେଟ୍‌, ୱେୟାର୍ ହାଉସ୍ ଏବଂ ଖଣିଜ ପଦାର୍ଥ ତଥା ଖଣି କାରବାର ଭଳି ବିବିଧ ଶିଳ୍ପ କ୍ଷେତ୍ରରେ ବେଶ୍ ଜଣାଶୁଣା । କମ୍ପାନୀର ଚେୟାର୍‌ମ୍ୟାନ୍ ଭାବରେ ଗଣେଶ ପ୍ରସାଦ କଣ୍ଡୋଇ ଏବଂ ନିର୍ଦ୍ଦେଶକ ନବୀନ କୁମାର କଣ୍ଡୋଇଙ୍କ ଦ୍ୱାରା ପରିଚାଳିତ ହେଉଛି ।କେଟିଏଲ୍ ଲଜିଷ୍ଟିକ୍‌ସ ଆଣ୍ଡ୍ ସର୍ଭିସେସ୍ ଲିମିଟେଡ଼୍‌୍‌’ ଭାରତୀୟ ଶିଳ୍ପ ସଂଗଠନର ସଦସ୍ୟ (ଉଓଓ) ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଗଝଗଋ) ଅଧିନରେ ପଞ୍ଜୀକୃତ ହୋଇଥିବା ଏହି ୱେୟାର୍ ହାଉସ୍‌କୁ ଗତ ଫେବୃୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ ।

Mo sapath

Leave A Reply

Your email address will not be published.