ଭୁବନେଶ୍ୱର, ନିରପେକ୍ଷ ଖବର: (୨୧/୦୨): ସଙ୍ଗୀତଜ୍ଞ ଜ୍ୟୋତିର୍ମୟୀଙ୍କ ଜନ୍ମଦିନ ଅବସରରେ ଉନ୍ମୋଚିତ ହୋଇଯାଇଛି ଗୀତ ‘ଫଗୁଣରେ ଫଗୁଣ’। ଏହି ଗୀତରେ ଜ୍ୟୋତିର୍ମୟୀ ନାୟକ ନିଜେ କଣ୍ଠ ଦାନ କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ କଳିଙ୍ଗ ଯୁବ ସେନା ପରିବାରର ସାମାଜିକ କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଡ଼ଲଫିନ ଗାର୍ଡେନରେ ଅନୁଷ୍ଠିତ ଉନ୍ମୋଚନ କାଯ୍ୟକ୍ରମରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ତୁସରକାନ୍ତି ବେହେରା, ଅତିଥି ଭାବେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ MUSIC VIDEO ‘ଫଗୁଣରେ ଫଗୁଣ’ ଉନ୍ମୋଚିତ ହୋଇଥିଲା। ଏହାସହ କଳିଂଗ ଯୁବ ସେନା ସାମାଜିକ ସଂଗଠନର 20ରୁ ଉର୍ଦ୍ଧ ଯୁବକଙ୍କୁ ତାଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଥିଲା। ଓଡ଼ିଶାର ଆଗ ଧାଡ଼ିର ସଙ୍ଗୀତଜ୍ଞ ସୁପରିଚିତ ଜ୍ୟୋତିର୍ମୟୀଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଇଥିଲା। ଏଥିରେ 400 ରୁ ଅଧିକ ସଙ୍ଗୀତ ଜଗତରେ ନାମୀ ଦାମୀ କଳାକାର, ସାମାଜିକ କର୍ମୀ ଉପସ୍ଥିତ ରହି ଜ୍ୟୋତିର୍ମୟୀଙ୍କୁ ଶୁଭ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ଲେଖକ ତପୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]
Prev Post
Next Post