ଭଦ୍ରକ, ନିରପେକ୍ଷ ଖବର:ତା ୧୪/୧୨ ଆମର ଦାବି ସରକାର ତୁମେ ମାନି ନିଅ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପି ଏମିତି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ଗଣଧାରଣା ଦେଇଛି। ଆଜି ଶହ ଶହ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଂଚି ଥିଲେ। ରାଜ୍ୟ ସରକାର ସବୁବେଳେ ଭଦ୍ରକ ଜିଲ୍ଲାକୁ ଅବହେଳା କରୁଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ୍ୟ ସରକାର ଶୁଣୁ ନାହାଁନ୍ତି। ପ୍ରତିବାଦ ଓ ଧାରଣ ସଭାରେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏମିତି ବର୍ଷିଛନ୍ତି। ଏହି ପ୍ରତିବାଦ ସଭା ଓ ଗଣଧାରଣାରେ ବିଜେପି ଜିଲ୍ଲା ସଭାପତିଙ୍କ ସମେତ ବାସୁଦେବପୁର ବିଜେପି ବିଧାୟକ ପ୍ରାଥି ମାଧବାନନ୍ଦ ମଲ୍ଲିକ, ଭଦ୍ରକ ବିଧାନସଭା ପ୍ରାଥି ଡା ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ପ୍ରାଥି ବଦ୍ରିନାରାୟଣ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
[pj-news-ticker]