Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ସ୍ମାର୍ଟସିଟିରେ ବିଶ୍ୱସ୍ତରୀୟ ବିୟୁଟି ବ୍ରାଣ୍ଡ୍‌ ; ଏପ୍ରିଲ୍‌ ୨ ରେ “ବିୟୁଟି ବିଜ୍‌ନେସ୍‌ ଡେ”

ଭୁବନେଶ୍ୱର ମେଫେୟାର୍‌ କନ୍‌ଭେସନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍‌ ଡେ”

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୬/୦୩ ଆସନ୍ତା ଏପ୍ରିଲ୍‌ ୨ ରୁ ୩ ତାରିଖ ଦୁଇଦିନ ଧରି ଭୁବନେଶ୍ୱର ମେଫେୟାର୍‌ କନ୍‌ଭେସନ୍‌ ଠାରେ ଅନୁଷ୍ଠିତ ହେବାକୁ ଯାଉଛି “ବିୟୁଟି ବିଜନେସ୍‌ ଡେ”। ରାଜଧାନୀ ଭୁବନେଶ୍ବରରେ ହେବାକୁ ଯାଉଥିବା ଏହି ପ୍ରକାର ପ୍ରଥମ ଆନ୍ତର୍ଜାତିକ ପ୍ରଦର୍ଶନୀ ସ୍ମାର୍ଟ ସିଟିର ବିୟୁଟି ଟ୍ରେଣ୍ଡ୍‌କୁ ଏକ ନୂଆ ପରିଚୟ ଦେବା ପାଇଁ ଉଦ୍ଦିଷ୍ଟ୤ ମୁମ୍ବାଇର ଫୋର୍ଥ୍‌ ୱେଭ୍‌ ମିଡିଆ ଗ୍ରୁପ୍‌ ଦ୍ୱାରା ଆୟୋଜିତ ହେବାକୁ ଯାଉଥିବା ଏହି ଦୁଇଦିନିଆ ପ୍ରଦର୍ଶନୀ ବିୟୁଟି କେୟାର୍‌ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ବିଭିନ୍ନ ଅନୁଷ୍ଠାନଙ୍କ ମଧ୍ୟରେ ସମ୍ମନ୍ବୀତ ବୈଷୟିକ ଜ୍ଞାନକୌଶଳ ଓ ଦକ୍ଷତା ବିକାଶରେ ବେଶ୍‌ ସହାୟକ ହୋଇପାରିବ୤ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ବିୟୁଟି ପାର୍ଲର୍‌, ହେୟାର୍‌ ସେଲୁନ୍‌, ସ୍ପା, ସ୍କିନ୍‌ କ୍ଲିନିକ୍ସ୍‌, ମେକ୍‌ଅପ୍‌ ଆର୍ଟିଷ୍ଟ୍‌, ବିୟୁଟି ସପ୍‌ ଇତ୍ୟାଦି ଗୋଟିଏ ପ୍ଲାର୍ଟଫମରେ ଏକାଠି ହେବେ ବୋଲି ଆଶା କରାଯାଉଛି୤ ଏହି ପ୍ରଦର୍ଶନୀରେ ହେୟାର୍‌, ସ୍କିନ୍‌ ଏବଂ ମେକ୍‌ଅପ୍‌ ପ୍ରଫେସନାଲ୍‌ ମାନେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା କସ୍‌ମେଟିକ୍‌ ସାମଗ୍ରୀ ଗୁଡିକୁ ବ୍ୟବହାର ପୂର୍ବକ ପ୍ରଦର୍ଶନ କରିବେ। ଓଡିଶାରେ ବର୍ତ୍ତମାନ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ୱ ପାର୍ଲର୍‌ ଅଛି ଯେଉଁଥିରେ କି ପାଖାପାଖି ୨୫୦ ହେଉଛି ୟୁନିସେକ୍ସ୍‌ ସେଲୁନ୍‌୤ ଏହା ବାଦ୍‌ ଦିନ କୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବା ସହ ବିୟୁଟି ବିଜ୍‌ନେସ୍‌ କ୍ଷେତ୍ରରେ ଏହି ରାଜ୍ୟ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି୤ ଏଣୁ ଇନ୍‌ଭେଷ୍ଟର୍‌ ଏବଂ ବିୟୁଟି ବିଜ୍‌ନେସ୍‌ ଉପରେ ରୁଚି ରଖୁଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି୤
ବର୍ତ୍ତମାନ ପୁରୁଷ ଓ ମହିଳା ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି ଏବଂ ନିଜକୁ ଅନ୍ୟ ଠାରୁ ନିଆରା ଦେଖାଯିବାର ଟ୍ରେଣ୍ଡ୍‌ ରେ ବିୟୁଟି କେୟାର୍‌ ସହ ଅଧିକ ରୁ ଅଧିକ ଜଡିତ ହେଉଛନ୍ତି୤ ନେଚୁରାଲ୍‌ ଓ ହର୍ବାଲ୍‌ କସ୍‌ମେଟିକ୍‌ ସାମଗ୍ରୀ ଦିନ କୁ ଦିନ ଲୋକପ୍ରିୟ ହେବାରେ ଲାଗିଛି୤ ଆଉ ଏହି ସମସ୍ତ ସାମଗ୍ରୀ ସମ୍ୱଦ୍ଧିତ ତଥ୍ୟ ଏହି ପ୍ରଦର୍ଶନୀରେ ସହଜରେ ଉପଲବ୍ଧ ହେବ୤ ଲୋକପ୍ରିୟ ଏରୋମା ଥେରାପିଷ୍ଟ୍‌ ବ୍ଲୋଜମ୍‌ କୋଚର୍‌ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ୤ ଏହା ସହ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେବାର ସମ୍ଭାବନା ରହିଛି୤ ଆଜି ଏ ନେଇ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଇଣ୍ଡିଆନ୍‌ ବିୟୁଟି କାଉନ୍‌ସିଲ୍‌ର ସଭାପତି ମିନତୀ ସାହୁ, ଫୋର୍ଥ୍‌ ୱେଭ୍‌ ମିଡିଆ, ମୁମ୍ୱାଇର ଫାଉଣ୍ଡର୍‌ ସିଲା ଆୟାର୍‌ ଏବଂ ଡାଏନା ସେଫିଅର୍‌ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

Mo sapath

Leave A Reply

Your email address will not be published.