Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା…

0

ମଦ ବେପାରୀକୁ ସୁରକ୍ଷା ଦେଉଛି ପୁଲିସ୍…

ଭଦ୍ରକ,ତିହିଡି, (ନିରପେକ୍ଷଖବର ),୦୧,୦୨,୨୦୨୦: ମଦ ବେପାରୀକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ପୁଲିସକୁ ୪ ଘଣ୍ଟା ଅଟକ ରଖିଲେ ମହିଳା। ଭଦ୍ରକ ଜିଲ୍ଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଂଶବାଗ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଦିର୍ଘଦିନ ଧରି ଚୋରା ମଦ ବେପାରୀ ମଦ କାରବାର ଚଳାଇ ଆସୁଥିଲେ ମଧ୍ୟ୍ୟ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଥିବା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି। ଚୋରା ମଦ ବେପାରୀଙ୍କୁ ଧରିବା ପାଇଁ ମହିଳାମାନେ ବିରୋଧ କରୁଥିଲେ ମଧ୍ୟ କୌଣସି ପ୍ରଭାବ ପଡୁ ନ ଥିଲା । ଫଳରେ ଶୁକ୍ରବାର ସଂଧ୍ୟାରେ ବଂଶବାଗ ଗାଁର ବାବୁରାମ ସେଠୀ ଓ ତାଙ୍କ ସ୍ତ୍ରୀ ବନିଆ ସେଠୀ ଚୋରା ମଦ କାରବାର କରୁଥିବା ବେଳେ ମହିଳାମାନେ ପୋଲିସକୁ ଖବର ଦେଇଥିଲେ । ପୁଲିସ ପହଁଚିବା ପରେ ବାବୁରାମ ସେଠାରୁ ଖସି ପଳେଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ବନିଆ ଏହି ମହିଳାମାନଙ୍କୁ ଘଉଡେଇବାକୁ ଚେଷ୍ଟା କରିଥିଲା । ଯାହାକୁ ନେଇ ଶହ ଶହ ମହିଳା ଘରକୁ ଘେରି ଯାଇଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ବାବୁରାମ ସେଠୀ ନିଜ ଘରେ ମଦ ରଖି ବେପାର କରୁଥିବା ସହିତ ସ୍ଥାନୀୟ ଶିବପ୍ରସାଦ ସେଠୀଙ୍କ ଘରକୁ ଭଡା ସୂତ୍ରରେ ନେଇ ମଧ୍ୟ ମଦ କାରବାର ଚଳାଇ ଆସୁଥିଲା । ମାତ୍ର ପୋଲିସ ସେଠାରେ ପହଞ୍ଚିବା ପରେ ଶିବପ୍ରସାଦଙ୍କ ଘର ତାଲା ପଡିଥିବା ଜାଣିବାକୁ ପାଇଥିଲା । ତେବେ ତାଲା ଭାଙ୍ଗିବା ପୋଲିସର କ୍ଷମତା ବାହାରେ କହିବା ପରେ ମହିଳାମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଘରର ତାଲା ଭାଙ୍ଗି ଚୋରା ମଦ ବାହାର ନକରିବା ପର୍ଯ୍ୟନ୍ତ ମହିଳାମାନେ ପୋଲିସକୁ ଘେରି ଯାଇଥିଲେ । ତିହିଡି ଥାନାର ଅତିରିକ୍ତ ଥାନାଧିକାରୀ ତପନ କୁମାର ପ୍ରଧାନ, ଏସଆଇ ବନମାଳି ବାରିକ, ସୁପ୍ରକାଶ ମହାନ୍ତି, ଶସ୍ମିତା ସେଠୀ, ଅତିରିକ୍ତ ଏସଆଇ କୈଳାସ ଚନ୍ଦ୍ର ଖୁଣ୍ଟିଆ ଓ ସୁନିତା ହେମ୍ବ୍ରମ ପ୍ରମୁଖଙ୍କୁ ମହିଳାମାନେ ଦୀର୍ଘ ସମୟ ଧରି ଅଟକ ରଖିଥିଲେ।

Blank space
Advertising:

ଏହାପରେ ରାତି ପ୍ରାୟ ୯ ଘଟିକା ସମୟରେ ତିହିଡି ତହସିଲଦାର ତଥା ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ସ୍ୱେତପଦ୍ମା ଧଳ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଠାରୁ ସମସ୍ତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଶିବପ୍ରସାଦ ସେଠୀଙ୍କ ଗୋଟିଏ ଘରର ତାଲା ମିଳିଥିବା ବେଳେ ଅନ୍ୟଟିର ଭାଙ୍ଗି ଦିଆଯାଇଥିଲା । ଦୁଇଟି ଘରୁ ପ୍ରାୟ ୧୦୭ ବୋତଲ ଦେଶୀ ଓ ବିଦେଶୀ ମଦ ଉଦ୍ଧାର କରାଯାଇି । ଏଥିସହ ବ୍ୟବହୃତ ୱାନ୍ସ ୟୁଉଜ୍ ଗ୍ଲାସ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଆଇନ୍‌ଗତ ଭାବେ ଅଭିଯୁ୍‌କ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ମହିଳାମାନେ ଶାନ୍ତ ପଡିଥିଲେ ।

Mo sapath

Leave A Reply

Your email address will not be published.