Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ବିଜେଡିର ୩ଦିନ କେନ୍ଦ୍ରୀୟ ପିଏସୟୁ  ଆଗରେ ବିକ୍ଷୋଭ ପ୍ରଦର୍ଶନ …

ନିଯୁକ୍ତି ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ସାମ୍ନା ସାମ୍ନି.....

0

ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ରାଜ୍ୟର ସମସ୍ତ କେନ୍ଦ୍ରୀୟ ପିଏସୟୁ ଆଗରେ ୫ତାରିଖରୁ ୩ଦିନ ଧରି ୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ସରକାରଙ୍କ ବିଫଳତାକୁ ଉଜାଗର କରିବା ପାଇଁ ଯୁବ ବିଜେପି ଆସନ୍ତା ୫ତାରିଖରେ ସମସ୍ତ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି।

ତେଣୁ ଆଜି ବିଜେଡି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗତ ୧୮ବର୍ଷ ଧରି ବିଜେଡି ସରକାର ଯୁବଶକ୍ତିର ବିକାଶ ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ବେଳେ କେନ୍ଦ୍ର ସରକାର ଉଦାସୀନ ମନୋଭାବ ପୋଷଣ କରି ଓଡ଼ିଶାରୁ ନେଉଥିବା ବିପୁଳ ଖଣିଜ ସଂପଦ ଅନୁପାତରେ ରାଜ୍ୟର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

Blank space

୨୦୧୪ ନିର୍ବାଚନ ସମୟରେ ବିଜେପି ୫ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିଙ୍କୁ ୧୦ କୋଟି ଚାକିରି ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହି ଅନୁପାତ ଅନୁସାରେ ରାଜ୍ୟର ଯୁବଶକ୍ତି ୩୬ ଲକ୍ଷ ଚାକିରି କେନ୍ଦ୍ରର ପ୍ରତିଶ୍ରୁତି ଅନୁସାରେ ପାଇବାର କଥା। ସେହି ପ୍ରତିଶ୍ରୁତି ଆଜି ପାଣି ଫୋଟକାରେ ପରିଣତ ହୋଇଛି। ଓଡ଼ିଶାରେ ଶିଳ୍ପର ପ୍ରଗତି ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ର ଆବଶ୍ୟକତା ରହିଛି। ବିଜେଡିର ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଇଣ୍ଡଷ୍ଟ୍ରିଆଲ୍‍ କରିଡର୍‍ ସାଢେ ୪ ବର୍ଷ ମଧ୍ୟରେ ଯୋଗାଇ ଦେଇନାହାନ୍ତି। ଏହା ଯୁବଶକ୍ତିଙ୍କ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ। ”
ଶ୍ରୀ ଦାସବର୍ମା କହିଛନ୍ତି, “ଓଡ଼ିଶାରେ ୩୦ରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ। କେନ୍ଦ୍ର ସରକାର ଏହି ପିଏସ୍‍ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି। ଏହାର ପ୍ରତିବାଦରେ ବିଜେଡି ସମଗ୍ର ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ଚଳିତମାସ ୫, ୬ ଏବଂ ୮ ତାରିଖରେ ପୂର୍ବାହ୍ଣ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଓଡ଼ିଶାର ଯୁବକଙ୍କ ପାଇଁ କେନ୍ଦ୍ରୀୟ ପିଏସ୍‍ୟୁମାନଙ୍କରେ ନିଯୁକ୍ତି ସୁଯୋଗ ଦାବି କରିବ ଏବଂ କେନ୍ଦ୍ର ସରକାର ସାଢ଼େ ୪ବର୍ଷ ଧରି ଚଳାଇଆସିଥିବା ଯୁବଶକ୍ତି ବିରୋଧରେ ପ୍ରତାରଣାର ଜବାବ ଦେବ।”
ଏହି ବିକ୍ଷୋଭ କାର୍ଯ୍ୟକ୍ରମ ୫ ତାରିଖ ଦିନ ଦକ୍ଷିଣାଞ୍ଚଳ ଆର୍‍ଡିସି ଜୋନରେ କରାଯିବ, ୬ ତାରିଖରେ ପଶ୍ଚିମାଞ୍ଚଳ ଆର୍‍ଡିସି ଜୋନରେ ଏବଂ ୮ ତାରିଖରେ କେନ୍ଦ୍ରୀୟ ଆର୍‍ଡିସି ଜୋନରେ ଅନୁଷ୍ଠିତ ହେବ। ଓଡ଼ିଶାର ଯୁବଶକ୍ତିର ନ୍ୟାଯ୍ୟ ଦାବି, ବିଶେଷକରି ନିଯୁକ୍ତି କ୍ଷେତ୍ରରେ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରତିଶ୍ରୁତି ପୂରଣ କରିନାହାନ୍ତି ଓ ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି, ସେ ପର୍ଯ୍ୟନ୍ତ ଯୁବ-ଛାତ୍ର ବିଜେଡି ଓଡ଼ିଶାର ଯୁବକ-ଯୁବତୀଙ୍କ ହକ୍‍ ପାଇଁ ଜୋରଦାର ଲଢ଼େଇ ଜାରି ରଖିବ’ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଓ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.