Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

କାରଗିଲରେ ସହିଦ୍ ହୋଇଥିବା ଯବାନଙ୍କୁ ମିଳୁନି ଉଚିତ ସମ୍ମାନ…

ଅଭାବ ଓ ଅନଟନରେ କଟୁଛି ସହିଦ୍ ପରିବାରର ଜୀବନ...

0

*ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଶ୍ରାଦେ୍ଧାବାର୍ଷିକ ପାଳନ କରିବାକୁ ପିତାମାତାଙ୍କ ଗୁହାରୀ…

ଭଦ୍ରକ, ନିରପେକ୍ଷ ଖବର:(ତିହିଡି) ୨୦ ଜୁଲାଇ : କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିବା ଭଦ୍ରକ ଜିଲ୍ଲା ଅଚକ ପଞ୍ଚାୟତ ଉତ୍ତରବାହା ଗ୍ରାମର ସହିଦ୍ ତାପସ ମଲ୍ଲିକଙ୍କ ପ୍ରତିମୂରତ୍ତି ଅବହେଳିତ ହୋଇ ପଡିରହିଛି । ଏମିତିକି ତାପସଙ୍କ ବାପା ଓ ମାଆଙ୍କ ଜୀବନ ଦୁଃଖ ଓ ଯନ୍ତ୍ରଣାରେ ବିତୁଛି। ସହିଦଙ୍କ ପ୍ରତିମୂର୍ତ୍ତୀ ଏବେ ପଶୁଙ୍କ ଚରାଭୂଇଁରେ ପରିଣତ ହୋଇଛି। ସେହିପରି ତାଙ୍କ ଶ୍ରାଦେ୍ଧାତ୍ସବରେ ପ୍ରଶାସନିକ ସ୍ତରରେ କୌଣସି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ଲାଗି କାର୍ପଣ୍ୟତା ପ୍ରକାଶ ପାଇଥିବା ବେଳେ ସାଧାରଣ ଲୋକଙ୍କର ମଧ୍ୟ ଆବିଳତା ନଥିବା ପରି ଲାଗୁଛି । ଦେଶ ଜାତି ପାଇଁ ନିଜର ଜୀବନକୁ ତିଳତିଳ କରି ଉତ୍ସର୍ଗ କରି ଦେଇଥିବା ଏହି ସହିଦ୍ ଜବାନଙ୍କୁ ସରକାରୀ କିମ୍ବା ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ମିଳୁନଥିବା ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି । ବାପା ଅକ୍ଷୟ ମଲ୍ଲିକ ଓ ମାତା ସୀତାରାଣୀଙ୍କ ସାନପୁଅ ତାପସ ଶ୍ରୀନଗର ଲିମାପୋଷ୍ଟରେ ଅପରେସନ ପରାକ୍ରମରେ ଗତ ତା ୨୦.୭.୨୦୦୫ରେ ଶହୀଦ ହୋଇଥିଲେ । ୨୦୦୬ ମସିହାରେ ତାପସ ପାଠ ପଢିଥିବା ବିଦ୍ୟାଳୟ ସମ୍ମୁଖରେ ତାଙ୍କ ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ଉଦ୍ୟମରେ ଏକ ସିମେଣ୍ଟ କଂକ୍ରିଟ ମୂର୍ତ୍ତୀ ନିର୍ମାଣ କରାଯାଇଥିଲା । କାଳକ୍ରମେ ତାହା ବିକୃତ ହୋଇଯାଇଥିଲା । ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣିସ ସୁଫଳ ମିଳିନଥିଲା । ଏପରିକି ତାପସ ଯୁଦ୍ଧରେ ସହିଦ ହେବ ପରେ ତାଙ୍କର ସ୍ତ୍ରୀ ସମସ୍ତ ଟଙ୍କା ପଇସା ନେଇ ଶାଶୁ ଶଶୁରଙ୍କୁ ଛାଡି ଅନ୍ୟତ୍ର ରହୁଥିବା ଜାଣିବାକୁ ମିଳିଛି। ଫଳରେ ପୁତ୍ର ଛେଉଣ୍ଡ ହୋଇଥିବା ବାପା ଓ ମାଆଙ୍କ ଜୀବନ ଦୁଃଖ କଷ୍ଟ ରେ କଟୁଛି। ପୁଅକୁ ଜନ୍ମ କରି ବି ବାପା ମାଆ କ୍ଷତିପୂରଣ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।ନିର୍ବାଚନ ପୂର୍ବରୁ କେତେ ନେତା ଓ ମନ୍ତ୍ରୀ ସହିଦ ତାପଶଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ମିଥ୍ୟ ପ୍ରତିଶୃତି ମଧ୍ୟ ଦେଇଚାଲିଥିଲେ । ପରେ ସହିଦ୍ ଭଗତସିଂଙ୍କ ଜୟନ୍ତୀ ଅବସରରେ ୨୦୧୭ ମସିହାରେ ଭଗତସେନା ପକ୍ଷରୁ ସେଠାରେ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି । ହେଲେ ଏହି ପ୍ରତିମୂର୍ତ୍ତୀ ଖୋଲାମେଲା ହୋଇ ପଡି ରହିଛି । ପୁତ୍ର ହରାଇ ପିତା ଅକ୍ଷୟ ପ୍ରଥମେ ତାଙ୍କ ଶ୍ରାଦ୍ଧ ବାର୍ଷିକରେ ପ୍ରତିମୂର୍ତ୍ତୀକୁ ସଫାସୁତୁରା କରି ଫୁଲ ମାଳ ଦେଉଥିଲେ ହେଲେ କିଛି ବର୍ଷ ପରେ କୋହ ସମ୍ଭାଳି ନପାରିବାରୁ ତାହାବି ବନ୍ଦ ହୋଇଯାଇଛି ।ଏହି ପ୍ରତିମୂର୍ତ୍ତୀ ଉପରେ ଛାତ ପଡିବା ସହିତ ବ୍ଲକ ସ୍ତରୀୟ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ଶ୍ରାଦ୍ଧ ବାର୍ଷିକ ପାଳନ କରାଗଲେ ଏହି ଅଞ୍ଚଳର ତାପସଙ୍କ ସର୍ବଦା ମନେ ରଖାଯାଇ ପାରିବ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି।

Mo sapath

Leave A Reply

Your email address will not be published.