Blank space
Blank space
Breaking News/ମୁଖ୍ୟ ଖବର:
ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି….

ମନସ୍କାମନା ପୂର୍ଣ୍ଣ କରିବେ ମା...

0

ଭୁବନେଶ୍ୱର,ନିରପେକ୍ଷ ଖବର:୨୨/୧୦/୧୯ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ରଙ୍ଗ ଓ ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ଝୋଟି ପକାଯାଏ, ତେବେ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏହାଦ୍ୱାରା ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହେବା ସହ ସକାରାତ୍ମକ ଶକ୍ତିର ସୃଷ୍ଟି ହୋଇଥାଏ। ଘର ଉପରେ ମାଙ୍କ କୃପା ଦୃଷ୍ଟି ବି ପଡ଼ିଥାଏ। ଏବେ ଆସନ୍ତୁ ଜାଣିବା ବାସ୍ତୁର ନିୟମ ଅନୁଯାୟୀ କେମିତି ରଙ୍ଗୋଲି ପକାଇବେ। ଯଦି ଆପଣଙ୍କ ଘର ପୂର୍ବମୁହାଁ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ନୂଆ ମାର୍ଗ ଆଣିବାରେ ସାହାଯ୍ୟ କରିବ। ଏଥିସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ। ଉତ୍ତରମୁହାଁ ହୋଇ ରହିଥିବା ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନ୍ ବନାଇ ରଙ୍ଗୋଲି ସଜାଇଲେ ଭଲ। ଏହାଦ୍ୱାରା  ଜୀବନରେ ଉନ୍ନତି ହେବ। ଏହି ଦିଗ ପାଇଁ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗର ପ୍ରୟୋଗ କରି ରଙ୍ଗୋଲି ପକାନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିବ।ଦକ୍ଷିଣ-ପୂର୍ବକୁ ମୁହଁ କରିଥିବା ଘର ସମ୍ମୁଖରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କରିବା ଅତ୍ୟନ୍ତ ଶୁଭଦାୟକ। ଏହିଦିଗରେ ରଙ୍ଗୋଲି ପକାଇବା ପାଇଁ ଆପଣ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।
-ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତା’ହେଲେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି ରଙ୍ଗୋଲି ତିଆରି କରନ୍ତୁ। ଏଥି ସହ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ। ଅଧିକ ଭଲ ହେବ ଯଦି ପାଞ୍ଚୋଟି କୋଣ ଥିବା ରଙ୍ଗୋଲି ତିଆରି କରିବେ।ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

Mo sapath

Leave A Reply

Your email address will not be published.