Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ….

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୫/୧୨ ଭୁବନେଶ୍ବର ସ୍ଥିତ ଦି ଓଡ଼ିଶା ଆସୋସିଏସନ ଫର ଦି
ବ୍ଲାଇଣ୍ଡ୍ ପରିସରରେ ଜାତୀୟ ମହିଳା କମିଶନ, ନୂଆଦିଲ୍ଲୀଙ୍କ ସହଯୋଗରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ଏକ ଦିବସୀୟ ଆଲୋଚନାଚକୁ ଭିନ୍ନକ୍ଷମ ମହିଳାଙ୍କ ଅଧିକାର ସଂପର୍କରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନାଚକ୍ରରେ ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତି ବେହେରା ଅଧ୍ୟକ୍ଷତା କରିଥିଲେ । ଏହି ଆଲୋଚନାଚକ୍ରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶିକା ତଥା ରାଜ୍ୟ ଭିନ୍ନକ୍ଷମ କମିଶନର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ କସ୍ତୁରୀ ମହାପାତ୍ର ଏବଂ ଦକ୍ଷତା ବିକାଶ ପ୍ରାର୍ଧରଣର ଅଧିକାରୀ ଯୋଗଦାନ କରି ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାର ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ଶ୍ରୀମତୀ ଦିପ୍ତି ଦାଶ, ଶ୍ରୀମତୀ ସାବିତ୍ରୀ ସାମନ୍ତରାୟ ଏବଂ ଶ୍ରୀ ସୁଶିଲ୍ କୁମାର ରାୟ, ରେଜିଷ୍କାର, ଓଡ଼ିଶା ରାଜ୍ୟ ମହିଳା କମିଶନ ପ୍ରଭୃତି ବିଶେଷ ପର୍ସନ ଭାବେ ଯୋଗଦାନ କରିଥିଲେ । ଶେଷରେ ରାଜ୍ୟ ମହିଳା କମିଶନର ଆବାହକ ସଚିବ ଶ୍ରୀ
ଏନ୍.ସି. ଜ୍ୟୋତି ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାର ଓ କଲ୍ୟାଣ ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟରତ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ଏହି କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞମାନେ ଯୋଗଦାନ କରି ଭିନ୍ନକ୍ଷମ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରିବାପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ ଓ ସେମାନେ କିପରି ସମ୍ମାନର ସହ ବଞ୍ଚିବେ ସେ ଦିଗରେ ଆଲୋକପାତ କରିଥିଲେ ।

Mo sapath

Leave A Reply

Your email address will not be published.