ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୩/୦୩
ପୁରୀ ବେଳାଭୂମିରେ ଆସନ୍ତା ମାର୍ଚ୍ଚ 21ରୁ 23 ତାରିଖ ପର୍ଯ୍ୟନ୍ତ ତିନି ଦିନିଆ Fit India Carnival ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଣ୍ଣିଭାଲ୍ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ, କ୍ରୀଡ଼ା ଓ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହନ ଦିଆଯିବ।

କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ସମୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମରେ କୁସ୍ତି, ମାଲଖାମ୍ବ, ଚେୟାର ଯୋଗ, ହାସ୍ୟ ଯୋଗ, ବାଲୁକା କଳା, ଗୋଟିପୁଅ ଏବଂ ସାହିଯାତ ଭଳି ପାରମ୍ପରିକ କଳା ଓ କ୍ରୀଡ଼ା ପ୍ରଦର୍ଶନ ହେବ।
ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନେ ବହୁଳ ସଂଖ୍ୟାରେ ଏହି Fit India Carnivalରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

