ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୫/୦୩ ନୂତନ ସପ୍ତାହ ଆରମ୍ଭ ସହିତ ଲୋକମାନେ ନିଜ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଆଗ୍ରହୀ ହୁଅନ୍ତି। ଏହି ସପ୍ତାହରେ କେଉଁ ରାଶି ପାଇଁ ଶୁଭ ଫଳ ରହିଛି ଓ କେଉଁମାନେ ସତର୍କ ରହିବା ଦରକାର—ସେଥିପାଇଁ ଦେଖନ୍ତୁ ୧୨ ଟି ରାଶିର ସାପ୍ତାହିକ ରାଶିଫଳ।
ମେଷ

ରବି ଓ ସୋମବାରରେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ। ମଙ୍ଗଳ ଓ ବୁଧବାରରେ ତରବରିଆ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ। ସପ୍ତାହ ଶେଷରେ ବ୍ୟବସାୟ ସମ୍ପର୍କିତ କିଛି ଝମେଲା ଦେଖାଦେଇପାରେ।
ବୃଷ
ସପ୍ତାହ ଆରମ୍ଭରେ ପରିବାର ଓ ସନ୍ତାନକୁ ନେଇ ଚିନ୍ତା ଥାଇପାରେ। ମଙ୍ଗଳ ଓ ବୁଧବାରରେ କିଛି କ୍ଷେତ୍ରରେ କ୍ଷତି ସମ୍ଭାବନା ରହିଛି। ସପ୍ତାହ ଶେଷରେ ଗୁରୁଜନଙ୍କ ପରାମର୍ଶ ନେଇ ନିଷ୍ପତ୍ତି ନେବା ଭଲ।
ମିଥୁନ
ସପ୍ତାହ ଆରମ୍ଭରେ ବିଭିନ୍ନ ସମସ୍ୟା ସହ ଲଢି ସଫଳତା ମିଳିପାରେ। ଆୟ ବୃଦ୍ଧି ପାଇଁ ନୂତନ ସୁଯୋଗ ମିଳିବ। କିନ୍ତୁ ସପ୍ତାହ ଶେଷରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ବିଗିଡ଼ିଯାଇପାରେ।
କର୍କଟ
କୋର୍ଟକଚେରି ସମ୍ପର୍କିତ କଥାରେ ପଡ଼ିପାରନ୍ତି। କିଛି ନିଷ୍ପତ୍ତି ନେଇ ଦ୍ବନ୍ଦ୍ୱ ରହିପାରେ। ସପ୍ତାହ ଶେଷରେ ନିଜ ବୁଦ୍ଧି ଓ ପ୍ରୟାସରେ ସଫଳତା ମିଳିବ।
ସିଂହ
ସପ୍ତାହ ଆରମ୍ଭରେ ଅନ୍ୟଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ମିଳିବ। ଆୟର ନୂତନ ସ୍ରୋତ ମିଳିପାରେ। କଠିନ ପରିଶ୍ରମର ଫଳ ମିଳିବ, କିନ୍ତୁ ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ୍ଚ ବଢ଼ିପାରେ।
କନ୍ୟା
ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। କିଛି ଶୁଭ ସମ୍ବାଦ ପାଇ ଉତ୍ସାହିତ ରହିବେ। ସପ୍ତାହ ଶେଷରେ ଧାର୍ମିକ କାର୍ଯ୍ୟରେ ମନ ଲାଗିବ।
ତୁଳା
ପଦୋନ୍ନତିର ଯୋଗ ରହିଛି ଓ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ହେବ। ପରିବାର ସହ ତୀର୍ଥଯାତ୍ରାର ସମ୍ଭାବନା ରହିଛି। ସପ୍ତାହ ଶେଷରେ ନୂତନ ଉତ୍ସାହ ସହ କାମ କରିବେ।
ବିଛା
ପୈତୃକ ସମ୍ପତ୍ତି ସମ୍ପର୍କରେ ଲାଭ ମିଳିପାରେ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ଆତ୍ମସନ୍ତୋଷ ପାଇବେ। ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଆଗକୁ ବଢ଼ାଇବ।
ଧନୁ
ଶୁଭ କାର୍ଯ୍ୟରେ ଯୋଗ ଦେବେ। ଉତ୍ସାହରେ ଅଯଥା ଖର୍ଚ୍ଚ କରିପାରନ୍ତି। ଭାଙ୍ଗିଥିବା ସମ୍ପର୍କ ପୁନର୍ବାର ସୁଧାରିଯାଇପାରେ ଓ ଯାତ୍ରାର ସୁଯୋଗ ମିଳିପାରେ।
ମକର
ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ। ସପ୍ତାହ ମଝିରେ ଶୁଭ ସମାଚାର ମିଳିପାରେ। ଭୂସଂପତ୍ତି କ୍ରୟ କିମ୍ବା ପରିବାରିକ ସୁଖସମୃଦ୍ଧି ବୃଦ୍ଧିର ସମ୍ଭାବନା ରହିଛି।
କୁମ୍ଭ
ନୂତନ ନିବେଶ ପାଇଁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ମିଳିପାରେ। ଛୋଟ ଛୋଟ କଥାକୁ ନେଇ ଚିନ୍ତା ହୋଇପାରେ। ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟରରେ ଭଲ ସୁଯୋଗ ମିଳିପାରେ।
ମୀନ
ଅଯଥା ଚିନ୍ତାରୁ ମାନସିକ ଚାପ ରହିପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନୂତନ ସମ୍ପର୍କ ଗଠିତ ହୋଇପାରେ, କିନ୍ତୁ ପରିବାରରେ କିଛି ଅଶାନ୍ତି ଦେଖାଦେଇପାରେ।
(ରାଶିଫଳ ସାଧାରଣ ଜ୍ୟୋତିଷ ଆଧାରିତ ଅନୁମାନ। ବ୍ୟକ୍ତିଗତ ଫଳ ଭିନ୍ନ ହୋଇପାରେ।)

