Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୧୯ ଉଦ୍‌ଘାଟିତ ..

0

ଭୁବନେଶ୍ୱର,୨୮/୦୧/୨୦୧୯ 🙁ନିିିରପେକ୍ଷ ଖବର)
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ଓ ଅଭିବୃଦ୍ଧିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ଆଜି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ମେଳା-୨୦୧୯କୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ୩ ଲକ୍ଷ ୬୭ ହଜାରରୁ ଊଦ୍ଧ୍ୱର୍ ଏମ୍‌ଏସ୍‌ଏମ୍‌ଇ ରାଜ୍ୟରେ ପ୍ରତିଷ୍ଠିତ  ହୋଇଥିବାବେଳେ ସେମାନେ ୧୭୮୬୩ କୋଟି ଟଙ୍କା ପୁଂଜିନିବେଶ କରିଛନ୍ତି । ଏହି ଏମ୍‌ଏସ୍‌ଏମ୍‌ଇଗୁଡ଼ିକ  ୧୪ ଲକ୍ଷ ୬୧ ହଜାରୁ ଊଦ୍ଧ୍ୱର୍ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ସେ ଆହୁରି କହିଲେ ଯେ ଅପ୍ରେଲ  ୨୦୧୫ଠାରୁ ଅଦ୍ୟାବଧି ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟିମାନଙ୍କ ଦ୍ୱାରା ୨୭୬୫ କୋଟିର ୭୨୪ଟି  ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି । ୪୦୦ରୁ ଊଦ୍ଧ୍ୱର୍ ଏମ୍‌ଏସ୍‌ଏମ୍‌ଇ, ୪୦ଟି ଷ୍ଟାର୍ଟଅପ୍‌ଙ୍କ ବ୍ୟତୀତ
୪ଟି ଦେଶ ଯଥା ଇରାନ, ବଙ୍ଗଳାଦେଶ, ଦକ୍ଷିଣ କୋରିଆ ଓ କାମ୍ବୋଡିଆରୁ ଆସିଥିବା ୩୨ଜଣ  ଉଦ୍ୟୋଗୀ ଏହି ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରୁଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ସେମାନଙ୍କୁ ଶୁଭେଚ୍ଛା  ଜଣାଇ ଓଡ଼ିଶାରେ ବ୍ୟବସାୟର ସୁଯୋଗ ନେବା ପାଇଁ ଆହ୍ୱାନ ଦେଇଥିଲେ ।  ଏହି ଅବସରରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ
ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ଏମ୍‌ଏସ୍‌ଏମ୍‌ଇମାନଙ୍କର ବିକାଶ  ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ଏକ ଅନୁକୂଳ ବାତାବରଣ ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ  ରହିଆସିଛି । ଉଦ୍ୟୋଗୀମାନଙ୍କ ନିମନ୍ତେ ଉତ୍ତମ ଏମ୍‌ଏସ୍‌ଏମ୍‌ଇ ଓ ଖାଦ୍ୟପ୍ରକି୍ରୟାକରଣ ନୀତି ଆଦି
ପ୍ରଣୟନ କରିବା ସହିତ ସେମାନଙ୍କୁ ଋଣ ସୁବିଧା ପ୍ରଦାନ ମାଧ୍ୟମରେ ସରକାର ପ୍ରୋତ୍ସାହନ ଦେଉଛନ୍ତି ।  ଏହିଭଳି ବାଣିଜ୍ୟ ମେଳା ଆୟୋଜନ କରିଥିବାରୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟର ଶାସନ ସଚିବ ଶ୍ରୀ ଅରୁଣ କୁମାର ପଣ୍ଡା ରାଜ୍ୟ  ସରକାରଙ୍କୁ ସାଧୁବାଦ ଜଣାଇଥିଲେ । କ୍ଲଷ୍ଟର ପାଣ୍ଠି ପ୍ରଦାନ, ଜେଡ୍‌, ଜେମ୍‌ ଓ ଡିଜିଟାଲ୍‌ ବିପଣନ  ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧି ପାଇଁ ସେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି
ପ୍ରତିଶ୍ରୁତି ଦେଇଥିଲେ । ସେ କହିଥିଲେ ଯେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ପୁଂଜିନିବେଶ ବୃଦ୍ଧି ଦ୍ୱାରା ନିଯୁକ୍ତି  ଆଶାୟୀଙ୍କ ଅପେକ୍ଷା ନିଯୁକ୍ତି ପ୍ରଦାନକାରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ।  ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ ଯେ  ଏହି ବାଣିଜ୍ୟ ମେଳାର ବିଷୟବସ୍ତୁ ହେଲା ‘ନବପ୍ରବର୍ତ୍ତନ, ଔଦ୍ୟୋଗିକତା ଓ ଷ୍ଟାର୍ଟଅପ୍‌’ । ଷ୍ଟାର୍ଟଅପ୍‌ ଓଡ଼ିଶା
ପୋର୍ଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୭ ମଇ ମାସରେ ଲୋକାର୍ପିତ ହେବା ପରେ ଷ୍ଟାର୍ଟଅପ୍‌  ଓଡ଼ିଶା ଉଦ୍ୟମ ଅଧିକ ଗତିଶୀଳ ହୋଇପାରିଛି । ଗତ ୨୦ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୩୫୦ଟି ଷ୍ଟାର୍ଟଅପ୍‌ ଷ୍ଟାର୍ଟଅପ୍‌ ଓଡ଼ିଶା ଉଦ୍ୟମରେ ପଂଜୀକୃତ ହୋଇଛନ୍ତି । ଅଦ୍ୟାବଧି ଷ୍ଟାର୍ଟଅପ୍‌
ଓଡ଼ିଶା ନୀତି ଅନ୍ତର୍ଗତ ୬୧ଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଷ୍ଟାର୍ଟଅପ୍‌ମାନଙ୍କୁ ସହାୟତା ଦେବା  ପାଇଁ ୧୧ଟି ଇନ୍‌କୁ୍ୟବେଟର, ୧୨ଟି ନୋଡାଲ ଏଜେନ୍ସି ବ୍ୟତୀତ ୧୧୦ ମେଣ୍ଟରଙ୍କୁ ନେଇ ଏକ ନେଟୱାର୍କ  କାମ କରୁଛି । ଏକ ସଶକ୍ତ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ର ବିକାଶ କରିଥିବାରୁ ଭାରତ ସରକାରଙ୍କ ଡିଆଇପିପି  ଓଡ଼ିଶାକୁ ୨୦୧୮ ମସିହା ପାଇଁ ରାଜ୍ୟ ଷ୍ଟାର୍ଟଅପ୍‌ ର୍ୟାଙ୍କରେ ‘ଟପ୍‌ ପର୍ଫମର’ ଭାବେ ସ୍ୱୀକୃତି ପ୍ରଦାନ  କରିଛନ୍ତି । ୨୦୨୦ ମସିହା ସୁଦ୍ଧା ୧୦୦୦ଟି ଷ୍ଟାର୍ଟଅପ୍‌ ସ୍ଥାପନ ଲକ୍ଷ୍ୟରେ ଓଡ଼ିଶା ପହଞ୍ଚିପାରିବ ବୋଲି ଶ୍ରୀ  ଗୁପ୍ତା ଦୃଢ଼ ଆଶାପୋଷଣ କରିଥିଲେ । ଶ୍ରୀ ଗୁପ୍ତା କହିଥିଲେ ଯେ ରାଜ୍ୟ ସରକାର ନବପ୍ରବର୍ତ୍ତନ ଏବଂ ଷ୍ଟାର୍ଟଅପ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଏନ୍‌ଏସ୍‌ଆଇସିର ଅଧ୍ୟକ୍ଷ ତଥା  ପରିଚାଳନା ନିର୍ଦ୍ଦେଶକ ଓ ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୁଧୀର  ଗର୍ଗ କହିଲେ ଯେ ଏମ୍‌ଏସ୍‌ଏମ୍‌ଇ ହେଉଛି ଅର୍ଥନୀତିର ମେରୁଦଣ୍ଡ । ଏନ୍‌ଏସ୍‌ଆଇସି ଏମ୍‌ଏସ୍‌ଏମ୍‌ଇ  କ୍ଷେତ୍ରରେ ବିକାଶ ନିମନ୍ତେ ପ୍ରଚେଷ୍ଟାରତ ରହିଛି । ଏହାଛଡ଼ା ଏନ୍‌ଏସ୍‌ଆଇସି ଋଣ ପ୍ରଦାନ, ବିପଣନ  ସହାୟତା, କଞ୍ଚାମାଲ ଯୋଗାଣ, ବୈଷୟିକ ସହାୟତା ଆଦି ଏମ୍‌ଏସ୍‌ଏମ୍‌ଇମାନଙ୍କୁ ପ୍ରଦାନ କରୁଛି ।
ରାଜ୍ୟ ସରକାର ପ୍ରଦାନ କରୁଥିବା ସୁବିଧାସୁଯୋଗର ଲାଭ ନେବାକୁ ସେ ଏମ୍‌ଏସ୍‌ଏମ୍‌ଇମାନଙ୍କୁ ଆହ୍ୱାନ  ଦେଇଥିଲେ ।  ପରିଶେଷରେ ଡିଇପିଏମ୍‌ ଶ୍ରୀ ଶରଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି  ଅବସରରେ ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଜ୍ୟୋତି ନାଥ, ଓଏସ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.କେ.
ଜେନା ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.