Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପୁରୀଠାରେ ଦୁଇଟି ସିଏନ୍ଜି ଷ୍ଟେସନ ଉଦ୍ଘାଟିତ…

* ପୁରୀ, ଗଞ୍ଜାମ, ନୟାଗଡ଼ ଆଦି ଭୌଗୋଳିକ କ୍ଷେତ୍ର ନିମନ୍ତେ ପ୍ରାଧିକରଣ ପତ୍ର ପ୍ରାପ୍ତ କରିବାର ୬ ମାସ ମଧ୍ୟରେ ଗେଲ୍ ଗ୍ୟାସ ଲିମିଟେଡ଼ ଦ୍ୱାରା ସିଏନ୍ଜି ଷ୍ଟେସନ କାର୍ଯ୍ୟକ୍ଷମ ।

0

ପୁରୀ (ଓଡ଼ିଶା) ନିରପେକ୍ଷ ଖବର: ୨୮ା୨ା୨୦୧୯: ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଗେଲ୍ ଗ୍ୟାସ ଲିମିଟେଡ଼ର ଦୁଇଟି କମ୍ପ୍ରେସ୍ଡ଼ ନ୍ୟାଚୁରାଲ ଗ୍ୟାସ (ସିଏନ୍ଜି) ଷ୍ଟେସନ ଆଜି ପୁରୀଠାରେ ଉଦ୍ଘାଟନ କରିଛନ୍ତି । ଶ୍ରୀ ଏ କେ ଜାନା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଗେଲ୍ ଗ୍ୟାସ ଲିମିଟେଡ଼୍, ଶ୍ରୀ ଗଜେନ୍ଦ୍ର ସିଂ, ନିର୍ଦ୍ଦେଶକ (ମାର୍କେଟିଙ୍ଗ୍), ଗେଲ ଇଣ୍ଡିଆ ଲିମିଟେଡ, ଶ୍ରୀ ଦୀପକ ସାୱନ୍ତ, ଚିଫ୍ ଜେନେରାଲ ମ୍ୟାନେଜର (ମାର୍କେଟିଂ), ଗେଲ୍ ଗ୍ୟାସ ଲିମିଟେଡ଼୍ , ଶ୍ରୀ ଶୁଭଜିତ ଘୋଷ, ଚିଫ୍ ଜେନେରାଲ ମ୍ୟାନେଜର, ଆଇଓସିଏଲ ଏବଂ ରାଜ୍ୟ ସ୍ତରୀୟ ସଂଯୋଜକ, ତୈଳ ଉଦ୍ୟୋଗ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ ଯେ, ବାଲୁଖଣ୍ଡ ଏବଂ ଉତ୍ତରା ଛକ ନିକଟରେ ଥିବା ଏହି
ଦୁଇଟି ସିଏନ୍ଜି ଷ୍ଟେସନ ପବିତ୍ର ଆଧ୍ୟାତ୍ମିକ ପୁରୀ ସହରରେ ପରିବେଶ ଉପଯୋଗୀ ଯାତାୟତ ନେଟ୍ୱର୍କ ନିର୍ମାଣ କରିବାରେ ସହାୟକ ହେବ । ସିଏନ୍ଜି ଚଳିତ ଶତାବ୍ଦୀର ନୂତନ ତଥା ସବୁଜ ଇନ୍ଧନ ଭାବେ ସହଜରେ ଉପଲବ୍ଧ ହେଉଥିବାରୁ ବର୍ତ୍ତମାନ ପୁରୀ ସହରରେ ଯାନବାହନ ଚଳାଚଳରେ ସବୁଜ ଇନ୍ଧନର ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ମିଳିବ । କେନ୍ଦ୍ର ସରକାରଙ୍କ ପାଇପ ଯୋଗେଁ ଗ୍ୟାସ ଯୋଗାଣ ପରି ଉଚ୍ଚଭିଳାଷୀ ପ୍ରକଳ୍ପ ଓଡିଶାରେ ବିଭିନ୍ନ ଜିଲାମାନଙ୍କରେ ଲକ୍ଷ ଲକ୍ଷ ଲୋକଙ୍କୁ ଉପକୃତ କରିବା ସଙ୍ଗେସଙ୍ଗେ ଆଗାମୀ ଦିନରେ ଓଡିଶାର ପୁରପଲ୍ଲୀରେ ଲୋକମାନେ ଘରେ ଘରେ ପାଇପ ଯୋଗେଁ ଗ୍ୟାସ ପାଇପାରିବେ ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ପ୍ରଥମ ଅଟୋ-ରିକ୍ସାରେ ଏହି ପରିବେଶ ଉପଯୋଗୀ ଇନ୍ଧନ ମଧ୍ୟ ଭର୍ତ୍ତି କରିଥିଲେ ।

Blank space


ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ଼ ଦ୍ୱାରା ପୁରୀ, ଗଞ୍ଜାମ, ନୟାଗଡ଼ ଆଦି ଭୌଗୋଳିକ କ୍ଷେତ୍ରରେ ସହରୀ ଗ୍ୟାସ ବିତରଣ ନେଟ୍ୱର୍କ ସ୍ଥାପନ କରିବା ନିମନ୍ତେ ପ୍ରାଧିକରଣ ପତ୍ର ପ୍ରାପ୍ତ କରିବାର ୬ ମାସ ମଧ୍ୟରେ ସହରୀ ଗ୍ୟାସ ବିତରଣ କମ୍ପାନୀ
ଗେଲ୍ ଗ୍ୟାସ ଲିମିଟେଡ଼୍, ଏହି ସିଏନ୍ଜି ଷ୍ଟେସନଗୁଡ଼ିକୁ ଆରମ୍ଭ କରିଛି । ଗେଲ୍ ଗ୍ୟାସ ଆସନ୍ତା ୮ ବର୍ଷ ମଧ୍ୟରେ ୧୫ଟି ସିଏନ୍ଜି ଷ୍ଟେସନ ନିର୍ମାଣ କରିବାର ଲକ୍ଷ୍ୟ ରଖିଛି । ପୁରୀ ଜିଲାରେ ଏହି ସିଏନ୍ଜି
ଷ୍ଟେସନ କାର୍ଯ୍ୟକାରୀ ହେବା ପରେ ସହର ମଧ୍ୟରେ ତଥା ସହର-ସହର ମଧ୍ୟରେ ଯାନବାହନ ଚଳାଚଳରେ ସବୁଜ ଇନ୍ଧନର
ବ୍ୟବହାରକୁ ଅଧିକ ପ୍ରୋତ୍ସାହନ ମିଳିବ । ପୁରୀ ସହରରେ ସିଏନ୍ଜିର ଉପଲବ୍ଧତାକୁ ଏହା ଭାରତର ସବୁଜ ମାନଚିତ୍ରରେ ସ୍ଥାନିତ
କରିବ । କମ୍ପାନୀ ନିଜର ଏକ ସ୍ୱତନ୍ତ୍ର ସିଏନ୍ଜି ଷ୍ଟେସନ ପୁରୀଠାରେ ନିର୍ମାଣ କରିବାର ମଧ୍ୟ ଯୋଜନା ରଖିଛି । ପୁରୀ, ଗଞ୍ଜାମ, ନୟାଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲାରେ ସହରୀ ଗ୍ୟାସ ବିତରଣ ନେଟ୍ୱର୍କକୁ ଲାଗୁ କରିବା ନିମନ୍ତେ ଗେଲ୍
ଗ୍ୟାସକୁ ୯ମ ବିଡିଂ ପର୍ଯ୍ୟାୟ ଅଧିକୃତ କରାଯାଇଛି । ଏହି ସହରୀ ଗ୍ୟାସ ବିତରଣ ଗଞ୍ଜାମ ଜିଲା ନିମନ୍ତେ ନୟାଗଡ଼ ଏବଂ ପୁରୀ
ଜିଲାରେ ୧୫୮୨୧.୭୦ ବର୍ଗ କିମି ଅଞ୍ଚଳରେ ପରିବ୍ୟାପ୍ତ ହେବ । ଏହି ଜିଲାଗୁଡ଼ିକର ୪୦ ଟି ଅଧିନସ୍ଥ ଅଞ୍ଚଳ ହେଉଛି ଗଞ୍ଜାମ,
ଓଡ଼ଗାଁ, ଗୋପ, ଭଞ୍ଜନଗର, ସୋରଡ଼ା, ବେଲଗୁଣ୍ଠା, ବୁଗୁଡ଼ା, ଧରାକୋଟ, ଆସିକା, ପୋଲସରା, ବେଗୁନିଆପଡ଼ା, ଖଲିକୋଟ,
କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ସାନଖେମୁଣ୍ଡି, ସେରଗଡ଼, ହିଞ୍ଜିଳିକାଟୁ, ଚିକିଟି, ପାତ୍ରପୁର, ଦିଗପହଣ୍ଡି, କୁକୁଡ଼ାଖଣ୍ଡି,
ରଙ୍ଗେଇଲୁଣ୍ଡା, ଛତ୍ରପୁର, ନୟାଗଡ଼-୧, ୨, ୩, ଗଣିଆ, ଭାପୁର, ଖଣ୍ଡପଡ଼ା, ବାଣପୁର, କୃଷ୍ଣପ୍ରସାଦ, ବ୍ରହ୍ମଗିରି, କଣାସ,
ପୁରୀସଦର, ସତ୍ୟବାଦୀ, ଡେଲାଙ୍ଗ, ପିପିଲି, ଅସ୍ତରଙ୍ଗ ଏବଂ କାକଟପୁର ।ଏହି ପ୍ରକଳ୍ପ ନିମନ୍ତେ ପ୍ରାରମ୍ଭିକ ୨୫ ବର୍ଷ ପାଇଁ ମୋଟ ୭୨୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି । ଏହି ଜିଲାଗୁଡ଼ିକରେ ୫୧ ହଜାର ପରିବାରକୁ ପାଇପ୍ ଯୋଗେ ନ୍ୟାଚୁରାଲ ଗ୍ୟାସ ସଂଯୋଗ କରାଯିବ । ଏହି ଜିଲାମାନଙ୍କରେ ୬୫୦ ଇଞ୍ଚ କିଲୋମିଟରର ନେଟ୍ୱର୍କ ନିର୍ମାଣ କରାଯିବ । ଶିଳ୍ପସଂସ୍ଥା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପାଇପ ଯୋଗେ ପ୍ରାକୃତିକ ଗ୍ୟାସ ଯୋଗାଣ ହେତୁ ଏହି ଜିଲାଗୁଡ଼ିକରେ ପ୍ରଦୂଷଣକୁ ହ୍ରାସ କରିବାରେ ଏହା ସହାୟକ ହେବ । ସିଜିଡି ପରିଯୋଜନାର ମୁଖ୍ୟଉତ୍ସ ଗେଲ୍ର ଜଗଦୀଶପୁର￾ହଳଦିଆ ଏବଂ ଧାମରା-ବୋକାରୋ ପାଇପ ଲାଇନ, ଯାହାକି ଲୋକପ୍ରିୟ ଭାବେ ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଭାବେ ବେଶ୍ ଜଣାଶୁଣା ।

Mo sapath

Leave A Reply

Your email address will not be published.