ଭୁବନେଶ୍ୱର:ନିରପେକ୍ଷ ଖବର:ତା ୧୦/୧୦/୨୦ ମହାମାରୀ କରୋନା ସମୟରେ ଜନ୍ମଦିନ ପାଳନ କରିବା ମହଙ୍ଗା ପଡିଲା। ଭୁବନେଶ୍ୱର ସାଂସଦ ତଥା ଭାରତୀୟ ଜନତା ପାଟିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ସଢଙ୍ଗୀଙ୍କ କାର୍ଯ୍ୟଳୟ ସିଲ ହେଲା। ଭୁବନେଶ୍ୱର ମହାନଗର ନିଗମ ୧୫ଦିନ ପାଇଁ ଏହାକୁ ସିଲ କରିଛି। ସାଂସଦ ଶ୍ରୀମତୀ ସଢଙ୍ଗୀ କୋଭିଡ୍ ନିୟମ ଉଲଂଘନ କରି ବେଶ ହସୁଲ୍ଲାସରେ ଜନ୍ମଦିନ ପାଳନ କରିଥିଲେ। ଆଗାମୀ ୧୫ଦିନ ପାଇଁ ଅଫିସ ସିଲ୍ କଲେ ଭୁବନେଶ୍ୱର ମହାନଗର ନିଗମ । ବିଏମସିର ଜୋନଲ ଡେପୁଟୀ କମିଶନରଙ୍କ ତତ୍ତ୍ୱାବଧାନରେ ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଛି। ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋଭିଡ୍ ନିୟମ ଉଲଂଘନ କାରଣରୁ ଜନ୍ମଦିନ ଉତ୍ସବ ପାଳନ ହୋଇଥିବା ସ୍ଥାନକୁ ସିଲ୍ କରିଛି । ୧୫ ଦିନ ପାଇଁ ସିଲ୍ କରାଯିବା ସହିତ ସେହି ସ୍ଥାନକୁ ବିଶୋଧନ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ପରବର୍ତ୍ତୀ ସମୟରେ ଏହି ଉତ୍ସବରେ ସାମିଲ ହୋଇଥିବା ସମସ୍ତଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆଉ ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍ ଆସିବ ତାଙ୍କୁ କୋଭିଡ୍ କେୟାର ସେଂଟର କିମ୍ବା ଘରୋଇ ସଙ୍ଗରୋଧରେ ରଖିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
