Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

କଟକ:ପରିବା ବଜାରରେ ନିଆଁ

ଚିନ୍ତା ରେ ଖାଉଟି

0

ନିରପେକ୍ଷ ଖବର:(କଟକ):ତା ୩୦/୦୯ କୃଷି ଭିତ୍ତିକ ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରଭାବ ସିଧା ସଳଖ ଖାଉଟି ଙ୍କ ଉପରେ ପଡିଛି । ଲୋକମାନେ ପରିବା କିଣିବାକୁ ଗଲା ବେଳେ ଏହାର ଦର ଶୁଣି ଏକ ପ୍ରକାର ଛାନିଆଁ ହୋଇଥିବା ଦେଖିବାକୁ ମିଳିଛି ।କୋରନା କଟକଣା କଠୋର ସମୟରେ ପନିପରିବା ଦର ବଢିଥିବା ବେଳେ କଟକଣା କୋହଳ ହେବା ପରେ ପରିବା ଦର ଏକ ପ୍ରକାର ନିୟନ୍ତ୍ରଣ କୁ ଆସିଥିଲା ।କିଛି ଦିନ ହେଲା ଆଳୁ ପିଆଜ ସମେତ ପନି ପରିବା ଦର ହୁ ହୁ ହୋଇ ବଢି ଚାଲିଥିବାରୁ ଖାଉଟି ମୁଣ୍ଡରେ ହାତ ଦେଇକି ବସିଛି । ଏହି ଦର ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗ କିମ୍ବା ନିୟନ୍ତ୍ରିତ ବଜାର କମିଟି କାହାରି ଅଙ୍କୁଶ ରହୁନଥିବାରୁ ଲୋକଙ୍କ ଦୁର୍ଦଶା ଚରମ ସୀମା ରେ ପହଞ୍ଚିଛି । ଲଗାଣ ବର୍ଷା ପୂର୍ବରୁ ପରିବା ଦର ଯାହା ଥିଲା ଲଗାଣ ବର୍ଷା ପରେ ସମଗ୍ର ଜିଲ୍ଲାରେ ଏବେ ପରିବା ଦର ଆକାଶ ଛୁଆଁ ହୋଇ ଯାଇଛି ।ଦର ବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ମାନେ ଶୋଷଣ ର ଶିକାର ହେବା ସହିତ ବିଶେଷ କରି ମଧ୍ୟବିତ୍ତ ପରିବାର ର ଲୋକ ମାନଙ୍କୁ ଏହା ଯଥେଷ୍ଟ ଅଡୁଆରେ ପକାଇଛି ।ନିୟନ୍ତ୍ରିତ ବଜାର କମିଟି ଏହି ପରିବା ବୃଦ୍ଧି ଦର କୁ ନିୟନ୍ତ୍ରିତ କରି ପାରୁନଥିବା ଖାଉଟି ମାନେ ଅଭିଯୋଗ କରିଛନ୍ତି ।ପ୍ରତ୍ୟକ ବର୍ଷ ବର୍ଷାଋତୁ ସମୟରେ କଟକ ସହରରେ ପରିବା ଦର ସୁଲଭ ଓ ଶସ୍ତା ହେବାର ନଜିର ଥିବା ବେଳେ ଚଳିତ ବର୍ଷ କିନ୍ତୁ ପରିବା ଚଢା ଦର ରେ ଖାଉଟି ଙ୍କୁ ବ୍ୟତିବ୍ୟସ୍ତ କରିଛି ।କଟକ ବଜାରରେ ବିଗତ ବର୍ଷ ଏହି ସମୟରେ ବିଲାତି କେଜି ୨୦ ଟଙ୍କା ରୁ ୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଏବେ ବିଲାତି କେଜି ୬୦ ରୁ ୭୦ ଟଙ୍କା ରେ ବିକ୍ରି ହେଉଛି ,ବାଇଗଣ କେଜି ୪୦ ରୁ ୫୦,କଲରା କେଜି ୬୦,ବନ୍ଧା କୋବି ୬୦,ଫୁଲ କୋବି ୬୦,କାକୁଡି ୫୦,ଲଙ୍କା ୧୨୦,ବିନ ୧୨୦ ,କ୍ୟାପ୍ସିକମ ୧୩୦,ଭେଣ୍ଡି ୬୦,ପୋଟଳ ୮୦ ରେ ପହଞ୍ଚିଛି ।ସେହିପରି ଆଳୁ ଓ ପିଆଜ ର ମୂଲ୍ୟ ହୁ ହୁ ହୋଇ ବଢି ଚାଲିଛି ,ଏହା ମଧ୍ୟ ସାଧାରଣ ଖାଉଟିଙ୍କ ପକେଟ କୁ ସୁହାଉ ନାହିଁ । ୫ ଶହ ଟଙ୍କା ନେଇ ହାଟକୁ କୁ ଗଲେ ବ୍ୟାଗ ଫୁଲ ହେଉ ନାହିଁ ,ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଟିଏ ତାର ପଖାଳ କଂସା ସାଙ୍ଗକୁ ୨ ଟା ଆଳୁ,ଖଣ୍ଡେ ପିଆଜ ରେ ଚଳେଇ ଦେଉ ଥିବା ବେଳେ ବର୍ତ୍ତମାନ ପରିସ୍ଥିତି ରେ ଏହାକୁ ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇ ପଡୁଛି । କିଛି ଦିନ ତଳେ ଆଳୁ କିଲୋ ୨୦ରୁ ୨୫ ଟଙ୍କା ରେ ବିକ୍ରି ହେଉ ଥିବା ବେଳେ ବର୍ତ୍ତମାନ ୪୦ ରେ ପହଞ୍ଚିଛି ,ସେହିପରି ପିଆଜ କିଛି ଦିନ ତଳେ ୨୦ ରୁ ୨୨ ଟଙ୍କା ରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ପିଆଜ ବଜାରରେ ନିଆଁ ଲାଗିଛି ,କିଲୋ ପ୍ରତି ଏହା ୫୦ ଟଙ୍କା ରେ ବିକ୍ରି ହେଉଥିବା ଜଣା ଯାଇଛି ।ବିଡମ୍ବନାର ବିଷୟ ଚଳିତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ଫାଇଲିନ,ଫନି ,ପରେ ବନ୍ୟା ଆସି ଚାଷୀର ସୁନାର ଫସଲକୁ ଧୋଇ ଦେଇଛି ।ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ଫଳରେ ଧାନ ସହ ପରିବା ଫସଲ ପଚିସଢ଼ି ଧୋଇ ହୋଇ ଚାଷୀର ଦୁଃଖକୁ ବଢ଼ାଇ ଦେଇଛି ।କରଜ ସୁଝି ପାରୁ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇକି ବସିଛି ।ଆବଶ୍ୟକ ପରିବା ନଆସିବାରୁ ଚଢା ଦର ରେ ବାଣ୍ଟିକୁଣ୍ଟି ପରିବା ନେବାକୁ ପଡୁଥିବା କହିଛନ୍ତି ବୁଲା ବିକାଳୀ,ଦୀର୍ଘ ୭ ମାସ ଧରି କରୋନା ପ୍ରଭାବରେ ଜୀବିକା ହରାଇ ଥିବା ବ୍ୟବସାୟୀ ଙ୍କୁ ବନ୍ୟା ପରବର୍ତ୍ତୀ ସମୟରେ ପରିବା ବ୍ୟବସାୟୀଙ୍କ ର ମଜୁରୀ ଉଠୁ ନଥିବା କହିଛନ୍ତି ।ସ୍ଥାନୀୟ କୃଷକର ବିକାଶ ଏବଂ ପୁନଃ କୃଷି କରିବା ପାଇଁ ସରକାରୀ ସାହାଯ୍ୟ ଓ ସହଯୋଗ ମିଳିଲେ ଶୀତଦିନିଆ ପନିପରିବା ଚାଷ ରେ ଚାଷୀ ମନ ଦେଇ ଚାଷ କରିବେ ବୋଲି କୃଷକ ମାନେ କହିଛନ୍ତି ।ବର୍ଷା ଓ ବନ୍ୟା ପାଇଁ ଏପରି ପରିସ୍ଥିତି ଉପୁଜିଛି ,ବାହାର ରାଜ୍ୟ ର ପରିବା ମଣ୍ଡିରେ ମଧ୍ୟ ଦର ଉଚା ରହିଛି ।ବ୍ୟବସାୟୀ ମାନେ ଅଧିକ ମୂଲ୍ୟରେ ପରିବା କିଣୁ ଥିବାରୁ ସିଧାସଳଖ ଖାଉଟିଙ୍କ ଉପରେ ତାର ପ୍ରଭାବ ପଡୁଛି ,ପରବର୍ତ୍ତୀ ଫସଲ ନଉପୁଜିବା ପର୍ଯ୍ୟନ୍ତ ଏପରି ସମସ୍ୟା ଲାଗି ରହିବ ବୋଲି କଟକ ଵ୍ୟଵସାୟୀ ସଂଘ ର ସମ୍ପାଦକ କହିଛନ୍ତି ।ଖାଉଟି ବଜାରର ଏହି ଶୋଚନୀୟ ଅବସ୍ଥା ପାଇଁ କାହାକୁ ଦାୟୀ କରାଯିବ ତାହା ଏବେ ଚିନ୍ତାର କାରଣ ହୋଇଛି ।ପ୍ରଶାସନ ତୁରନ୍ତ ଦର ନିୟନ୍ତ୍ରଣ କରିବାକୁ ଖାଉଟି ଦାବି କରିଛନ୍ତି ।ଆଗାମୀ ଦିନରେ ଯଦି ଏହା ଅଧିକ ବଢେ ତେବେ ଖାଉଟିଙ୍କ ସମସ୍ୟା ସୀମା ଟପିଯିବ ବୋଲି ଆଶଙ୍କା କରାଯାଉଛି ।

Mo sapath

Leave A Reply

Your email address will not be published.